Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ସିନେମା ପକ୍ଷରୁ ପ୍ରଥମ ୪ ଜଣ ଜିତୋ ଧନ୍ ଧନା ଧନ୍ କାର୍ ବିଜେତାଙ୍କ ନାମ ଘୋଷିତ
ଆଜିର ଖବର

ଜିଓ ସିନେମା ପକ୍ଷରୁ ପ୍ରଥମ ୪ ଜଣ ଜିତୋ ଧନ୍ ଧନା ଧନ୍ କାର୍ ବିଜେତାଙ୍କ ନାମ ଘୋଷିତ

April 12, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ଭୁବନେଶ୍ୱର: ଗତ ସପ୍ତାହାନ୍ତରେ ଦର୍ଶକଙ୍କ ପାଇଁ ଜିତୋ ଧନ୍ ଧନା ଧନ୍ କାର୍ ପ୍ରତିଯୋଗିତାର ଶୁଭାରମ୍ଭ କରିବା ପରେ ଜିଓ ସିନେମା ପକ୍ଷରୁ ଏପ୍ରିଲ ୮ ଓ ୯ ତାରିଖରେ ଖେଳାଯାଇଥିବା ୪ଟି ଟାଟା ଆଇପିଏଲ୍ ୨୦୨୩ ମ୍ୟାଚ୍ ସମୟରେ ଗୋଟିଏ ଲେଖାଏଁ କାର୍ ଜିତିଥିବା ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ରରୁଆଁ ସହର ନିବାସୀ ଭୀମସେନ ମହନ୍ତ ଓ ପାଲି ନିବାସୀ ମହେନ୍ଦ୍ର ସୋନି ଗତ ଏପ୍ରିଲ ୮ ତାରିଖରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍‌ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଏବଂ ମୁମ୍ବାଇ ଇଣ୍ଡିଆନ୍‌ସ ବନାମ ଚେନ୍ନାଇ ସୁପର୍ କିଙ୍ଗ୍‌ସ ମ୍ୟାଚ୍ ସମୟରେ ପ୍ରତିଯୋଗିତା ମାଧ୍ୟମରେ ଗୋଟିଏ ଲେଖାଏଁ କାର୍ ଜିତିଛନ୍ତି।

ସେହିପରି ଗତ ଏପ୍ରିଲ ୯ ତାରିଖରେ ଗୁଜରାଟ ଟାଇଟାନ୍ସ ବନାମ କୋଲ୍‌କାତା ନାଇଟ୍ ରାଇଡର୍ସ ମ୍ୟାଚ୍ ସମୟରେ  କଟକର ସିଦ୍ଧାର୍ଥ ସାହୁ ଏହି ଗ୍ରାଣ୍ଡ ପୁରସ୍କାର ଜିତିଥିବା ବେଳେ ଲାଖିସରାଇ, ବିହାର୍‌ର ଧୀରେନ୍ଦ୍ର କୁମାର ଗତ ରବିବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ୨ୟ ମ୍ୟାଚ୍ ବେଳେ ଜିତୋ ଧନ୍ ଧନା ଧନ୍‌ ଖେଳି କାର୍ ଜିତିଥିଲେ।

ସ୍ପିନର୍ ରସିଦ୍ ଖାନ୍ ଓ ଗୁଜରାଟ ଟାଇଟାନ୍ସର ବଡ ପ୍ରଶଂସକ ତଥା ଜିତୋ ଧନ୍ ଧନା ଧନ୍‌ର ପ୍ରଥମ ବିଜେତା ଭୀମସେନ ମହନ୍ତ ଓଡିଶାର ମୟୁରଭଞ୍ଜ ଜିଲ୍ଲାର ବାସିନ୍ଦା ଅଟନ୍ତି। ୩୬ ବର୍ଷୀୟ ଭୀମସେନ ରରୁଆଁ ନାମକ ଏକ ଛୋଟ ସହରରେ ଓଡିଶା ପୁଲିସ୍‌ରେ କାର୍ଯ୍ୟରତ ଅଛନ୍ତି।

ମହନ୍ତ କହିଛନ୍ତି, ‘ମୁଁ ବିଶ୍ୱାସ କରିପାରୁନାହିଁ ଯେ, ମୁଁ ଜିଓସିନେମାର ଜିତୋ ଧନ୍ ଧନାଧନ୍ ମାଧ୍ୟମରେ ଏକ କାର୍ ଜିତିଛି। ମୁଁ ଜିଓସିନେମାର ହିନ୍ଦୀ ଓ ଓଡିଆ ଫିଡ୍‌ରେ ମୋର ପସନ୍ଦର ଟିମ୍ ଗୁଜରାଟ ଟାଇଟାନ୍ସର ମ୍ୟାଚ୍ ଦେଖୁଥିଲି କିନ୍ତୁ ଜିଓସିନେମାରେ ଟାଟା ଆଇପିଏଲ୍ ଦେଖିବାର ସବୁଠାରୁ ଉତ୍ସାହଜନକ କଥା ହେଉଛି ପ୍ରତ୍ୟେକ୍ ମ୍ୟାଚ୍‌କୁ ଦେଖିବା ଓ ପୁରସ୍କାର ଜିତିବା।’

ଆଇନ୍ ଛାତ୍ର ମହେନ୍ଦ୍ର ସୋନି ଉତ୍ସାହିତ ହୋଇଥିଲେ ଏବଂ ସେ ମୁମ୍ବାଇ ଇଣ୍ଡିଆନ୍‌ସ ବିରୋଧରେ ନିଜ ପସନ୍ଦର ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍‌ର ମ୍ୟାଚ୍ ଦେଖିବା ସମୟରେ ଏକ କାର୍ ଜିତିବେ ବୋଲି ବିଶ୍ୱାସ କରିପାରିନଥିଲେ। ସେ କହିଥିଲେ, ‘ ମଲ୍ଟି-କ୍ୟାମେରା ଭ୍ୟୁ ମୋତେ ଅନୁଭବ କରାଇଥିଲା ଯେ, ମୁଁ ଷ୍ଟାଡିୟମରେ ବସି ଖେଳ ଦେଖୁଛି କିନ୍ତୁ ମୋ ଘରର ଆରାମରେ ରହି।’  କଟକ ନିବାସୀ ସିଦ୍ଧାର୍ଥ ସାହୁଙ୍କ କୋଲ୍‌କାତା ନାଇଟ ରାଇଡର୍ସର ଫ୍ୟାନ୍‌ଡମ୍ ଏହାଠାରୁ ଉନ୍ନତ ଭାବେ ପୁରସ୍କୃତ ହୋଇପାରିନଥାନ୍ତା କାରଣ ସେ କେକେଆର୍‌ର ରିଙ୍କୁ ସିଂହ  ଗୁଜରାଟ ଟାଇଟାନ୍ସ ବିରୋଧରେ ବିଜୟ ହାସଲ କରିବାକୁ ପ୍ରୟାସ କରୁଥିବା ବେଳେ ସେ ଏକ କାର୍ ଜିତିଥିଲେ। ସାହୁ କହିଥିଲେ, ‘ମୋ ମାତୃଭାଷା ଓଡିଆରେ କମେଂଟାରୀ ମାଗଣାରେ ଉପଲବ୍ଧ ହେବା ମୋତେ ଜିଓସିନେମା ସହ ଜଡିତ ରଖିଥିଲା।’

ମୁମ୍ବାଇ ଇଣ୍ଡିଆନ୍‌ସର ପ୍ରଶଂସକ କୁମାର  ଜଳିତ ସିଜନରେ ଡିଜିଟାଲକୁ ସ୍ଥାନାନ୍ତର ହୋଇଛନ୍ତି ଏବଂ ସେ ନିଜର ଏହି ନିଷ୍ପତିକୁ ନେଇ ଖୁବ୍ ଖୁସି ଯାହା ତାଙ୍କୁ ଆଜି ଏକ କାର୍ ଜିତାଇଛି। କୁମାର କହିଛନ୍ତି, ‘ମୁଁ ପୂର୍ବରୁ ଟିଭିରେ ମ୍ୟାଚ୍ ଦେଖୁଥିଲି କିନ୍ତୁ ଏହାକୁ ଡିଜିଟାଲ ମାଧ୍ୟମରେ ଦେଖିବା ଏକ ନୂଆ ଅନୁଭୂତି ଏବଂ  ଭିନ୍ନ ଭିନ୍ନ କ୍ୟାମେରା ଆଙ୍ଗେଲ ବାସ୍ତବରେ ଉପଭୋଗ୍ୟ ଅଟେ।’

ଜିତୋ ଧନ୍ ଧନା ଧନ୍ ଜିଓ ସିନେମାରେ ଟାଟା ଆଇପିଏଲ୍ ଦେଖିବା ସମୟରେ ଦର୍ଶକଙ୍କ ଅନୁଭୂତିକୁ ଉନ୍ନତ କରିବାକୁ  ଲକ୍ଷ୍ୟ ରଖିଛି। ଏହି ପ୍ରତିଯୋଗିତା ଦର୍ଶକଙ୍କୁ ସ୍ମାର୍ଟୱାଚ୍‌, ବ୍ଲୁଟୁଥ୍ ସ୍ପିକର୍‌, ବ୍ଲୁଟୁଥ୍ ନେକ୍‌ବ୍ୟାଣ୍ଡ ଓ ୱାୟାରଲେସ୍ ଇୟରଫୋନ୍ ଓ ଅନ୍ୟାନ୍ୟ ପୁରସ୍କାର ସମେତ ପ୍ରତ୍ୟେକ ମ୍ୟାଚ୍ ସମୟରେ ଏକ କାର୍ ଜିତିବାର ଏକ ସୁଯୋଗ ପ୍ରଦାନ କରୁଛି।

ଦର୍ଶକଙ୍କୁ ଫୋନ୍‌କୁ ପୋର୍ଟ୍ରେଟ୍ ମୋଡ୍‌ରେ ହୋଲ୍ଡ କରିବାକୁ ହେବ। ସ୍କ୍ରିନ୍‌ର ତଳ ଭାଗରେ ଏକ ଚାଟ୍ ବକ୍ସରେ ପ୍ରତ୍ୟେକ ଓଭର୍ ପୂର୍ବରୁ ୪ଟି ବିକଳ୍ପ ସହ ଏକ ପ୍ରଶ୍ନ ଦେଖାଯିବ। ମ୍ୟାଚ୍ ସମୟରେ ସବୁଠାରୁ ସଠିକ୍ ପ୍ରଶ୍ନର ଉତର ଦେଇଥିବା ଦର୍ଶକମାନେ ଏକ କାର୍ ଜିତିବାର ସୁଯୋଗ ପାଇପାରିବେ।

ଦର୍ଶକମାନେ ଜିଓସିନେମା (ଆଇଓଏସ୍ ଓ ଆଣ୍ଡ୍ରଏଡ୍‌) ଡାଉନ୍‌ଲୋଡ୍ କରି ନିଜ ପସନ୍ଦର ସ୍ପୋର୍ଟସ୍ ଦେଖିବା ଜାରି ରଖିପାରିବେ। ନୂତନ ଅପ୍‌ଡେଟ୍‌, ନ୍ୟୁଜ୍‌, ସ୍କୋର୍ ଓ ଭିଡିଓ ପାଇଁ ପ୍ରଶଂସକମାନେ ସ୍ପୋର୍ଟସ୍‌୧୮ ଓ ଜିଓସିନେମା କୁ ସୋସିଆଲ ମିଡିଆରେ ଫଲୋ କରିପାରିବେ।

ଜିଓ ସିନେମା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026
Latest News

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.