ଟି-୨୦ ଏବଂ ଦିନିକିଆରେ ମୁହାଁମୁହିଁ ହେବେ ଭାରତ ଏବଂ ଶ୍ରୀଲଙ୍କା, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Published: Dec 27, 2022, 1:33 pm IST

ନୂଆଦିଲ୍ଲୀ: ନୂତନ ବର୍ଷର ଆରମ୍ଭ ସହିତ ଭାରତୀୟ ଦଳକୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଏବଂ ଦିନିକିଆ ମ୍ୟାଚ୍ ଖେଳିବାକୁ ପଡିବ। ୩ ଟି ମ୍ୟାଚ୍ ର ଟି-୨୦ ଏବଂ ସମାନ ସଂଖ୍ୟକ ମ୍ୟାଚ୍ ର ଦିନିକିଆ ସିରିଜ୍ ଜାନୁଆରୀ ୩ ତାରିଖରୁ ଦୁଇ ଦଳ ମଧ୍ୟରେ ଖେଳାଯିବ। ଶ୍ରୀଲଙ୍କା ବିପକ୍ଷ ଏହି ସିରିଜ୍ ପାଇଁ ଆଜି ଟିମ୍ ଇଣ୍ଡିଆ ଘୋଷଣା କରାଯିବ। ଏଭଳି ପରିସ୍ଥିତିରେ ଦଳର ଘୋଷଣା ପୂର୍ବରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ସିରିଜର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବିଷୟରେ ଆସନ୍ତୁ ଜାଣିବା….

ଭାରତ ଏବଂ ଶ୍ରୀଲଙ୍କା ସିରିଜର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ:

ଶ୍ରୀଲଙ୍କା ଦଳ ଟି-୨୦ ସିରିଜ୍ ସହିତ ଭାରତ ଯାତ୍ରା ଆରମ୍ଭ କରିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଜାନୁୟାରୀ ୩ ତାରିଖରେ ମୁମ୍ବାଇରେ, ଦ୍ୱିତୀୟ ଜାନୁୟାରୀ ୫ ତାରିଖରେ ପୁଣେରେ ଖେଳାଯିବ ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଜାନୁଆରୀ ୭ ତାରିଖରେ ରାଜକୋଟରେ ଖେଳାଯିବ। ଏଥି ସହିତ, ଏହା ପରେ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଧ୍ୟ ଖେଳାଯିବ। ଯାହାର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୦ ତାରିଖରେ ଗୁଆହାଟୀରେ, ଜାନୁଆରୀ ୧୨ ତାରିଖରେ କୋଲକାତାରେ ଖେଳାଯିବ ଏବଂ ତୃତୀୟ ତଥା ଅନ୍ତିମ ଦିନିକିଆ ଜାନୁଆରୀ ୧୫ ତାରିଖରେ ଥିରୁବନନ୍ତପୁରମରେ ଖେଳାଯିବ।

ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ରେ ଅଧିନାୟକ ହୋଇପାରନ୍ତି:

ଭାରତୀୟ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟି-୨୦ ର ଅଧିନାୟକ କରିପାରେ। ହାର୍ଦ୍ଦିକ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତ ପାଇଁ ଅଧିନାୟକତ୍ୱ କରିଥିଲେ। ଏହି ସିରିଜରେ ଟିମ୍ ଇଣ୍ଡିଆ କିଭି ଦଳକୁ ୧-୦ ରେ ପରାସ୍ତ କରିଛି। ଟି-୨୦ ବିଶ୍ୱକପ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ନୂତନ ଟି-୨୦ ଅଧିନାୟକ କରିବା ପାଇଁ ଆଲୋଚନା ହେଉଛି । ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ବିପକ୍ଷ ସିରିଜ ଆରମ୍ଭ ପୂର୍ବରୁ ଏହା ଘୋଷଣା ହୋଇପାରେ।

ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ:

ଟି-୨୦ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଶୁଭମାନ ଗିଲ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଡା, ୱାଶିଂଟନ ସୁନ୍ଦର, ଇଶାନ କିଶନ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଲ ପଟେଲ, ମହମ୍ମଦ ସିରାଜ ଏବଂ ଅରଶଦୀପ ସିଂ।

ଦିନିକିଆ ଦଳ: ରୋହିତ ଶର୍ମା (କ୍ୟାପଟେନ), ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ୍ ଆୟର, ରାହୁଲ ତ୍ରିପାଠୀ, ଶାହାବାଜ ଅହମ୍ମଦ, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଇଶାନ କିଶାନ, ସଞ୍ଜୁ ସାମସନ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଦୀପକ ଚହର, ଉମରନ ମଲିକ ଏବଂ କୁଲଦୀପ ଯାଦବ।

Related posts