ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫାଇନାଲ ଫୁଟବଲ୍ ପ୍ରତିଯୋଗିତା: ଖୋର୍ଦ୍ଧାକୁ ହରାଇ ପୁରୀ ବିଜୟୀ

Published: Jan 1, 2023, 11:59 am IST

ରଣପୁର: ଗୋପାଳପୁର ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତାର ଶନିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ ଖୋର୍ଦ୍ଧା ଓ ପୁରୀ ମଧ୍ୟରେ ଖେଳା ଯାଇଥିଲା। ପୁରୀ ସ୍ପୋର୍ଟସ ଟିମ ୧-୦ ଗୋଲରେ ଖୋର୍ଦ୍ଧା ସ୍ପୋର୍ଟସ ଟିମକୁ ହରାଇ ଫାଇନାଲ ମ୍ୟାଚରେ ବିଜୟୀ ଲାଭ କରିଛି। ବେଷ୍ଟ ଗୋଲ କିପର ପୁରୀ ଟିମର ଖେଳାଳିଙ୍କୁ ମିଳିଥିବା ବେଳେ, ଖୋର୍ଦ୍ଧା ଟିମର ୧୫ ନମ୍ବର ଖେଳାଳିଙ୍କୁ ପ୍ଲେୟାର ଅଫ ଟୁର୍ଣ୍ଣାମେଣ୍ଟ ଏବଂ ପୁରୀ ଟିମର ୭ ନମ୍ବର ଖେଳାଳିଙ୍କୁ ଟୁର୍ନାମେଣ୍ଟ ଷ୍ଟାର ପ୍ଲେୟାର ଭାବେ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ, ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ପହି, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମାଜସେବୀ ବିଭୁ ପ୍ରସାଦ ମିଶ୍ର, ଆତ୍ମାର ନିର୍ଦ୍ଦେଶକ ନର୍ମଦା ରାୟ, ରାଜସୁନାଖଳା ପୂର୍ବତନ ସରପଞ୍ଚ ସଚିକାନ୍ତ ଷଡ଼ଙ୍ଗୀ, ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ର ସମ୍ପାଦକ ଅମୁଲ୍ୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଦୀପ୍ତି ରଞ୍ଜନ ମହାପାତ୍ର ଓ ରୁଦ୍ର ପ୍ରସାଦ ମହାପାତ୍ର ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜ୍ୟୋତି ରଞ୍ଜନ ଦାଶ ଓ ଅଭୟ କୁମାର ମହାପାତ୍ର ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ କଳା କ୍ଷେତ୍ରରେ ଶଙ୍କର୍ଷଣ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହା ସହିତ ସାମ୍ବାଦିକ, କ୍ରୀଡ଼ା ଓ ମହିଳା ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ତାରା ତାରିଣୀ ଓଡ଼ିଆ ଧାରାବାହିକର ‘କନିକା’ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଯୋଗ ଦେଇ ଲୋକଙ୍କ ମନୋରଞ୍ଜନ କରିବା ସହିତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ରଞ୍ଜନ ଦାଶ, ଲିଟୁ ସ୍ୱାଇଁ, କାର୍ତ୍ତିକ, ବଳିଆଙ୍କ ସହିତ ମହାବୀର ଆଥଲେଟିକ ଆସୋସିଏସନର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।  ଏହି ଖେଳ ସ୍ବର୍ଗତ ପ୍ରଫୁଲ ମହାପାତ୍ର ଓ ବ୍ୟୋମକେଶ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଫୁଟବଲ ଖେଳ ପ୍ରତିବର୍ଷ ଅନୁଷ୍ଠିତ ହେଉଛି। ଏହି ଖେଳ ଦୀର୍ଘ ୧୨ ବର୍ଷ ହେବ ଅନୁଷ୍ଠିତ ହେଇ ଆସୁଅଛି।

Related posts