Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଲାରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସ୍ବାଗତ
ଆଜିର ଖବର

କଳାହାଣ୍ଡି ଜିଲ୍ଲାରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସ୍ବାଗତ

January 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଏଫ୍ ଆଇ ଏଚ ପୁରୁଷ ବିଶ୍ଵକପ ହକି ଟ୍ରଫିକୁ କଳାହାଣ୍ଡି ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ବାଗତ କରାଯାଇଛି। ଦିବା ୧୨.୦୦ ଘ ସମୟରେ ଜିଲ୍ଲା ସିମା ଆମପାଣି ଠାରେ ବିଶ୍ଵକପ ଟ୍ରଫିକୁ ସାଂସ୍କୃତିକ ଦଳ, ଘୁମୁରା ବାଦ୍ୟରେ ଧର୍ମଗଡ ବିଧାୟକ ମୌଶଧି ବାଗ, ଧର୍ମଗଡ ଉପ ଜିଲ୍ଲାପାଳ ବେଦ୍ ଭୂଷଣ, ବିଡିଓ କୋକସରା ଉତ୍ତମ ବାଗ, ସରପଞ୍ଚ, ସମିତି ସଭ୍ୟ, ଜନସାଧାରଣ ଉପସ୍ଥିତ ରହି ସ୍ବାଗତ କରିଥିଲେ। ରଥକୁ ମୋଟେର ଠାରେ ସ୍ବାଗତ ଜଣାଇବା ନିମନ୍ତେ ଜନ ସାଧାରଣ ଉପସ୍ଥିତ ଥିଲେ।

ଜୁନାଗଡ଼ ଠାରେ ବିଧାୟକ ମୌଶଧି ବାଗ, ଉପ ଜିଲ୍ଲାପାଳ ବେଦ ଭୂଷଣ, ଏନ୍ ଏ ସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ପଞ୍ଚାୟତ ପ୍ରତିନିଧି, ଜନସାଧାରଣ ସ୍ବାଗତ କରିଥିଲେ।

କୁଟ୍ରୁଖମାର ଠାରେ ସ୍ବାଗତ ପରେ ରଥ ଭବାନୀପାଟନା ଟାଉନ ହଲ ଠାରେ ପହଞ୍ଚିଥିଲା। ଟ୍ରଫିକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଏସ୍ ପି ଅଭିଳାଷ ଜୀ, ସି ଡ଼ି ଓ ଜିଲ୍ଲା ପରିଷଦ ସଚିନ ପାୱାର, ପୌରପରିଷଦ ଅଧ୍ୟକ୍ଷ ସଂଯୁକ୍ତା ବେହେରା, ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ ଏବଂ ଉପସ୍ଥିତ ଜିଲ୍ଲା ଅଧିକାରୀ, ଏସ୍ ଏଚ ଜି ସଭ୍ୟା,ପୌରପରିଷଦ ୱାର୍ଡ ସଭ୍ୟ ସଭ୍ୟା, ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ,ଜିଲ୍ଲା ବେଡମିନଟନ୍ ସଂଘ୍ ସଭ୍ୟ, କଳାକାର ସଂଘ କର୍ମକର୍ତ୍ତା, ଜିଲ୍ଲା କ୍ରୀଡ଼ା ସଂଘ ସଭ୍ୟ, ପୂର୍ବତନ ଜନ ପ୍ରତିନିଧି ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ଗ୍ରହଣରେ ପ୍ରାୟ ୫୦୦ ଜଣଙ୍କ ସମାବେଶରେ ଏକ ବିରାଟ ଶୋଭାଯାତ୍ରାରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲେ।

ଟ୍ରଫିକୁ ସ୍ଵାଗତ କରିବା ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ, ଏସ୍ ପି ନିଜ ବକ୍ତବ୍ୟରେ ଓଡ଼ିଶା ଦୁଇ ଥର ହକି ବିଶ୍ଵକପ ଆୟୋଜନକୁ ଆମେ ଗର୍ବ କରିବା ସହ ଏହାର ସଫଳ ହେବାକୁ ଆମ ସମସ୍ତଙ୍କର ପ୍ରଚାର ପ୍ରସାର ଓ ଅନ୍ତର୍ଭୁକ୍ତ କୁ ଗୁରୁତ୍ଵ ଦେଲେ।

ଏହି ଅବସରରେ ସକାଳେ ଅନୁଷ୍ଠିତ ଉଭୟ ବାଳକ ଓ ବାଳିକା ବିଭାଗରେ ଉତିର୍ଣ୍ ୫ ଜଣ ପ୍ରତିଯୋଗୀଙ୍କୁ ଟ ୫୦୦୦, ଟ ୪୦୦୦, ଟ ୩୦୦୦, ଟ ୨୦୦୦, ଟ ୧୦୦୦ ଅର୍ଥରାଶି ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏବଂ ମହିଳା ହକି ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା, କାତ୍ତପା ନୃତ୍ୟ ଦଳ ପରେ ଟ୍ରଫି ରଥ ନୂଆପଡ଼ା ଅଭିମୁଖେ ଯାତ୍ରା କରିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେଶ ପାଢ଼ୀ କରିଥିଲେ ଏବଂ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ପ୍ରସନ୍ନ ମେହେର, ଡି ଆଈ ପି ଆର୍ ଓ ମନୋଜ ବେହେରା, ଓ ଏଲ୍ ଏମ ଡି ପି ଏମ ପ୍ରସନ୍ନ ମିଶ୍ର, ବିମ୍ୱା ସାହୁ , ଆଇ ପି ଇ ମହେନ୍ଦ୍ର ପଣ୍ଡା, ଯୋଗେନ୍ଦ୍ର କ୍ଷେତ୍ର,ନବୀନ ନାୟକ, ସଞ୍ଜୟ ମିଶ୍ର, ସୁବାସ ନାଗ ପ୍ରମୁଖ ସହଯୋଗ କରିଥିଲେ।

କଳାହାଣ୍ଡି ପୁରୁଷ ହକି ବିଶ୍ୱକପ୍
Share. Facebook Twitter LinkedIn Email WhatsApp Copy Link

Related Posts

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026
Latest News

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.