Categories
Hockey Worldcup23 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୁଷ ହକି ବିଶ୍ୱକପ୍‌ ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଜଙ୍ଗଲ ମନ୍ତ୍ରୀ ଅମାତ

ଭୁବନେଶ୍ୱର: ଓଡ଼ିଶାରେ ଚଳିତ ମାସ ୧୩ ତାରିଖରୁ ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାଠାରେ ଆରମ୍ଭ ହେଉଥିବା ବହୁ ପ୍ରତିକ୍ଷିତ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଉପଲକ୍ଷେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟକୁ ଗସ୍ତ କରିଛନ୍ତି ।

ସେହି ମର୍ମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଆଜି ପୂର୍ବାହ୍ନରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହେମନ୍ତ ବିଶ୍ୱଶର୍ମାଙ୍କୁ ଦିସ୍‌ପୁରଠାରେ ସାକ୍ଷାତ କରି ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌-୨୦୨୩ରେ ଅତିଥି ଭାବରେ ଯୋଗଦେବା ପାଇଁ ସାଦର ନିମନ୍ତ୍ରଣ କରିଛନ୍ତି ।

ଏହି ସାକ୍ଷାତ ଅବସରରେ ମନ୍ତ୍ରୀ ଶ୍ରୀ ଅମାତ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମାଙ୍କୁ ସ୍ୱତନ୍ତ୍ର ଟି-ସାର୍ଟ, ରୌପ୍ୟ ସ୍ମାରକ ପ୍ରଦାନ କରିଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା ବ୍ୟକ୍ତିଗତ ନିମନ୍ତ୍ରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଆନ୍ତରିକ ସାଧୁବାଦ ଜଣାଇବା ସହ ହକି ବିଶ୍ୱକପ୍‌ ଆୟୋଜନର ସଫଳତା କାମନା କରିଛନ୍ତି ।

Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସ୍ବାଗତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଏଫ୍ ଆଇ ଏଚ ପୁରୁଷ ବିଶ୍ଵକପ ହକି ଟ୍ରଫିକୁ କଳାହାଣ୍ଡି ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ବାଗତ କରାଯାଇଛି। ଦିବା ୧୨.୦୦ ଘ ସମୟରେ ଜିଲ୍ଲା ସିମା ଆମପାଣି ଠାରେ ବିଶ୍ଵକପ ଟ୍ରଫିକୁ ସାଂସ୍କୃତିକ ଦଳ, ଘୁମୁରା ବାଦ୍ୟରେ ଧର୍ମଗଡ ବିଧାୟକ ମୌଶଧି ବାଗ, ଧର୍ମଗଡ ଉପ ଜିଲ୍ଲାପାଳ ବେଦ୍ ଭୂଷଣ, ବିଡିଓ କୋକସରା ଉତ୍ତମ ବାଗ, ସରପଞ୍ଚ, ସମିତି ସଭ୍ୟ, ଜନସାଧାରଣ ଉପସ୍ଥିତ ରହି ସ୍ବାଗତ କରିଥିଲେ। ରଥକୁ ମୋଟେର ଠାରେ ସ୍ବାଗତ ଜଣାଇବା ନିମନ୍ତେ ଜନ ସାଧାରଣ ଉପସ୍ଥିତ ଥିଲେ।

ଜୁନାଗଡ଼ ଠାରେ ବିଧାୟକ ମୌଶଧି ବାଗ, ଉପ ଜିଲ୍ଲାପାଳ ବେଦ ଭୂଷଣ, ଏନ୍ ଏ ସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ପଞ୍ଚାୟତ ପ୍ରତିନିଧି, ଜନସାଧାରଣ ସ୍ବାଗତ କରିଥିଲେ।

କୁଟ୍ରୁଖମାର ଠାରେ ସ୍ବାଗତ ପରେ ରଥ ଭବାନୀପାଟନା ଟାଉନ ହଲ ଠାରେ ପହଞ୍ଚିଥିଲା। ଟ୍ରଫିକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଏସ୍ ପି ଅଭିଳାଷ ଜୀ, ସି ଡ଼ି ଓ ଜିଲ୍ଲା ପରିଷଦ ସଚିନ ପାୱାର, ପୌରପରିଷଦ ଅଧ୍ୟକ୍ଷ ସଂଯୁକ୍ତା ବେହେରା, ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ ଏବଂ ଉପସ୍ଥିତ ଜିଲ୍ଲା ଅଧିକାରୀ, ଏସ୍ ଏଚ ଜି ସଭ୍ୟା,ପୌରପରିଷଦ ୱାର୍ଡ ସଭ୍ୟ ସଭ୍ୟା, ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ,ଜିଲ୍ଲା ବେଡମିନଟନ୍ ସଂଘ୍ ସଭ୍ୟ, କଳାକାର ସଂଘ କର୍ମକର୍ତ୍ତା, ଜିଲ୍ଲା କ୍ରୀଡ଼ା ସଂଘ ସଭ୍ୟ, ପୂର୍ବତନ ଜନ ପ୍ରତିନିଧି ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ଗ୍ରହଣରେ ପ୍ରାୟ ୫୦୦ ଜଣଙ୍କ ସମାବେଶରେ ଏକ ବିରାଟ ଶୋଭାଯାତ୍ରାରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲେ।

ଟ୍ରଫିକୁ ସ୍ଵାଗତ କରିବା ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ, ଏସ୍ ପି ନିଜ ବକ୍ତବ୍ୟରେ ଓଡ଼ିଶା ଦୁଇ ଥର ହକି ବିଶ୍ଵକପ ଆୟୋଜନକୁ ଆମେ ଗର୍ବ କରିବା ସହ ଏହାର ସଫଳ ହେବାକୁ ଆମ ସମସ୍ତଙ୍କର ପ୍ରଚାର ପ୍ରସାର ଓ ଅନ୍ତର୍ଭୁକ୍ତ କୁ ଗୁରୁତ୍ଵ ଦେଲେ।

ଏହି ଅବସରରେ ସକାଳେ ଅନୁଷ୍ଠିତ ଉଭୟ ବାଳକ ଓ ବାଳିକା ବିଭାଗରେ ଉତିର୍ଣ୍ ୫ ଜଣ ପ୍ରତିଯୋଗୀଙ୍କୁ ଟ ୫୦୦୦, ଟ ୪୦୦୦, ଟ ୩୦୦୦, ଟ ୨୦୦୦, ଟ ୧୦୦୦ ଅର୍ଥରାଶି ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏବଂ ମହିଳା ହକି ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା, କାତ୍ତପା ନୃତ୍ୟ ଦଳ ପରେ ଟ୍ରଫି ରଥ ନୂଆପଡ଼ା ଅଭିମୁଖେ ଯାତ୍ରା କରିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେଶ ପାଢ଼ୀ କରିଥିଲେ ଏବଂ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ପ୍ରସନ୍ନ ମେହେର, ଡି ଆଈ ପି ଆର୍ ଓ ମନୋଜ ବେହେରା, ଓ ଏଲ୍ ଏମ ଡି ପି ଏମ ପ୍ରସନ୍ନ ମିଶ୍ର, ବିମ୍ୱା ସାହୁ , ଆଇ ପି ଇ ମହେନ୍ଦ୍ର ପଣ୍ଡା, ଯୋଗେନ୍ଦ୍ର କ୍ଷେତ୍ର,ନବୀନ ନାୟକ, ସଞ୍ଜୟ ମିଶ୍ର, ସୁବାସ ନାଗ ପ୍ରମୁଖ ସହଯୋଗ କରିଥିଲେ।

Categories
Hockey Worldcup23 ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାଜିଲା ବିଶ୍ବ କପ ହକି ମହାସମର ବିଗୁଲ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଖେଳସୂଚୀ, ପୁଲ-ଡି ରେ ଆୟୋଜକ ଭାରତ

ଭୁବନେଶ୍ବର: ଆଜି ବାଜିଛି ବିଶ୍ବ କପ ହକି ମହାସମରର ବିଗୁଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ ଏହି ମହାସମରର ଘୋଷଣା କରିଛନ୍ତି।ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ  ଖେଳସୂଚୀ ଘୋଷଣା କରାଯାଇଛି। ୨୦୨୩ରେ ହେବାକୁ ଥିବା ଏହି ମହାସମରରେ ମୋଟ୍ ୪ଟି ପୁଲରେ ୧୬ଟିମ୍ ଭାଗ ନେବେ।

ତେବେ ପୁଲ୍-ଡିରେ ଭାରତ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଛନ୍ତି। ପୁଲ୍-ଡିରେ ଭାରତ ସହ ଇଂଲଣ୍ଡ, ସ୍ପେନ୍, ୱେଲ୍ସ ବି ସାମିଲ ହୋଇଛନ୍ତି। ଏହାପରେ ଅନ୍ୟ ପୁଲର ଟିମ୍ ନେଇ ଘୋଷଣା କରାଯାଇଛି। ସେହି ଘୋଷଣା ଅନୁଯାୟୀ ଯେଉଁ ଦେଶ ରହିଛି ତାହା ହେଲା..

ପୁଲ୍-ଏ:  ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି

ପୁଲ୍-ବି: ବେଲଜିଅମ୍, ଜର୍ମାନୀ, କୋରିଆ, ଜାପାନ ସାମିଲ ହୋଇଛନ୍ତି।

ପୁଲ୍-ସି: ନେଦରଲାଣ୍ଡସ୍, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲୀ ରହିଛନ୍ତି

ପୁଲ-ଡି: ଭାରତ, ଇଂଲଣ୍ଡ, ସ୍ପେନ, ୱାଲସ ସ୍ଥାନ ପାଇଛନ୍ତି

୨୦୨୩ ଜାନୁଆରି ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଉଭୟ ରାଉରକେଲାସ୍ଥିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ ଓ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ,  ବିଶ୍ୱର ଶ୍ରେଷ୍ଠ ହକି ଦଳ ଏବଂ ଖେଳାଳିଙ୍କୁ ସ୍ୱାଗତ କରି ଆମେ ସର୍ବଦା ଗର୍ବିତ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନେକ ଚମତ୍କାର କ୍ରୀଡା କାହାଣୀ ଲେଖା ହୋଇସାରିଛି। ଏପରି କ୍ଷେତ୍ରରେ ବର୍ତ୍ତମାନ ବିଶ୍ୱକୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ  ଆମନ୍ତ୍ରଣ କରୁଛୁ। ଏହି ନୂତନ ଷ୍ଟାଡିୟମ୍ ହକି ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାର ଆଉ ଏକ ପ୍ରମାଣ।

ଆୟୋଜିତ କାର୍ଯ୍ୟକ୍ରମରେ ହକି ଇଣ୍ଡିଆ ସଦସ୍ୟ ଜାଫର ଇକବାଲଙ୍କ ଉଦବୋଧନ ଦେଇ କହିଛନ୍ତି, “ହକି ପ୍ରେମୀଙ୍କ ପାଇଁ ଆଜି ଏକ ବଡ଼ ଦିନ। ଓଡିଶା ଦ୍ଵିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜନ କରୁଛି, ଯାହା ଗର୍ବର ବିଷୟ। ଏଥିପାଇଁ ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିଭଳି ହକି ଇଣ୍ଡିଆ ସିଓଏ ଡକ୍ଟର ଏସ. ୱାଇ କୁରେସୀ କହିଛନ୍ତି ଯେ,ଭାରତୀୟ ହକିକୁ ନୂଆ ରୂପ ଦେବାରେ ଓଡିଶାର ଉଦ୍ୟମ ପ୍ରଶଂସନୀୟ।” ଏହାସହ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, “ହକି ଆୟୋଜନ କରି ଓଡ଼ିଶା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଓଡିଶାର ୨ଟି ସ୍ଥାନରେ ବିଶ୍ୱକପ ଖେଳାଯିବାକୁ ଥିବାରୁ ଏହା ଗର୍ବର ବିଷୟ।

ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍ଆଇଏଚ୍) କାର୍ଯ୍ୟକାରୀ ସଭାପତି ସୈଫ୍ ଅହମ୍ମଦ, ହକି ପ୍ରମୋସନ କାଉନସିଲ ଅଫ୍ ଓଡ଼ିଶାର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ସେବା ସଚିବ ଭିନୀଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।