ସୋଆରେ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍: ସବ୍ ଜୁନିୟର, ଜୁନିୟରରେ ଓଡିଶା ଚାମ୍ପିଅନ

Published: Jan 4, 2023, 1:26 pm IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଆୟୋଜିତ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ର ସବ୍ ଜୁନିୟର ଓ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ ହୋଇଛି । ସିନିୟର ବର୍ଗରେ ଓଡିଶା କୁ ରନର୍ସ ଅପ୍ ହୋଇଛି। ସୋଆ ବିଶ୍ୱବିଦ୍ୟାଳୟ ର ଛାତ୍ର କର୍ଣ୍ଣ ବାହାଦୂର ସିନିୟର ପୁରୁଷ ୬୬ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଜାତୀୟ ଚାମ୍ପିଅନ୍‌ସିପ୍ ଗତ ମାସ ୨୯ ରୁ ଆରମ୍ଭ ହୋଇ ନୂଆ ବର୍ଷରେ ଶେଷ ହୋଇଥିଲା। ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ସବ୍ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ ଆସାମ ରନର୍ସ ଅପ୍ ଏବଂ କେରଳ ଦ୍ୱିତୀୟ ରନର୍ସ ଅପ୍ ଏବଂ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ , କେରଳ ରନର୍ସ ଅପ୍ ଏବଂ ଆସାମ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ।
ସେହିପରି ସିନିୟରରେ କେରଳ ଚାମ୍ପିଅନ୍‌, ଓଡିଶା ରନର୍ସ ଅପ୍ ଏବଂ ଉତରପ୍ରଦେଶ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲା। ସିନିୟର ବର୍ଗରେ ଉତର ପ୍ରଦେଶ ଶ୍ରେଷ୍ଠ ଦଳ ଏବଂ ପୁରୁଷରେ ଓଡିଶା ର ବବଲୁ ମୁଣ୍ଡା ଓ ମହିଳାରେ ଆସାମର ପ୍ରିୟଙ୍କା ପେଗୁ ଶ୍ରେଷ୍ଠ ଯୋଦ୍ଧା ଭାବେ ବିବେଚିତ ହୋଇଥିଲେ। ବବଲୁ ପ୍ରୋ-ଚାମ୍ପିଅନ ଓ ଆସାମ ର କୁଶଲ ପଚୁଙ୍ଗ ରନର୍ସ ଅପ୍ ଏବଂ ଓପନ ବର୍ଗରେ ସକୁନ ଟିକ୍କୋ ଚାମ୍ପିଅନ ଓ ଓଡିଶା ର ରାଜୁ ସିଙ୍‌କୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ରହିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଲେଫ୍ଟନାଂଟ ଜେନେରାଲ ଜେ.କେ ମହାନ୍ତି ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସୋଆ କୁଳପତି ପ୍ରଫେସର ଡ. ବିଜୟ କୁମାର ସାହୁ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଏସ୍‌.ଏସ୍‌. ହରିଚନ୍ଦନ, ପ୍ରବୋଧ ମହାନ୍ତି, ଦେବବ୍ରତ ପାଣିଗ୍ରାହୀ ଏବଂ ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts