Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତ୍ରୟୋଦଶ ସେକ୍ରେଟେରିଏଟ୍‌ ଓପନ୍‌ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ ଉଦ୍‌ଯାପିତ
ଆଜିର ଖବର

ତ୍ରୟୋଦଶ ସେକ୍ରେଟେରିଏଟ୍‌ ଓପନ୍‌ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ ଉଦ୍‌ଯାପିତ

January 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Criket
ତ୍ରୟୋଦଶ ସେକ୍ରେଟେରିଏଟ୍‌ ଓପନ୍‌ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ସଚିବାଳୟ ବ୍ୟାଡମିଣ୍ଟନ ସଂଘ (ଓସସବା) ଆନୁକୂଲ୍ୟରେ ସଚିବାଳୟ ପରିସରରେ ଗତ ତିନିଦିନ ଧରି ଚାଲିଥିବା ଏସ୍‌ବିଆଇ କପ୍‌ ତ୍ରୟୋଦଶ ସେକ୍ରେଟେରିଏଟ୍‌ ଓପନ୍‌ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି ।

ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଶତାଧିକ ଖେଳାଳି ଅଂଶଗ୍ରହଣ କରିଥିଲେ । ମହିଳା ସିଙ୍ଗିଲ୍ସ ଫାଇନାଲରେ ଅଶ୍ୱସ୍ତି ପ୍ରଧାନ ବିଜେତା ଏବଂ ମୋନାଲି ପ୍ରଧାନ ଉପବିଜେତା ହୋଇଛନ୍ତି । ସିନିଅର୍‌ ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ମନ୍‌ଜିତ୍‌ ସାବତ ଚାମ୍ପିୟନ ଓ ଦୀପ୍‌ ରଞ୍ଜନ ବିଷୋୟୀ ଉପବିଜେତା ହୋଇଛନ୍ତି ।

ସେହିଭଳି ସିନିଅର୍‌ ପୁରୁଷ ଡବଲ୍ସ ଫାଇନାଲରେ ଦୀପ୍‌ ରଞ୍ଜନ ବିଷୋୟୀ ଏବଂ ରାଜେଶ ଦାଶଙ୍କ ଯୋଡ଼ି ମୋତିଲାଲ କାଲୋ ଓ ରୁଣ୍ଟୁ କୁମାର ସାହୁଙ୍କ ଯୋଡିକୁ ପରାସ୍ତ କର ଚାମ୍ପିୟନ ହୋଇଛନ୍ତି । ମିଶ୍ରିତ ଯୁଗଳ ବର୍ଗରେ ଅଶ୍ୱସ୍ତି ପ୍ରଧାନ ଓ ରାଜେଶ ଦାଶଙ୍କ ଯୋଡି ମୋତିଲାଲ କାଲୋ ଓ ମୋନାଲି ପ୍ରଧାନଙ୍କ ଯୋଡିକୁ ପରାସ୍ତକରି ଚାମ୍ପିୟନ ହୋଇଛନ୍ତି ।

ଭେଟେରାନ୍‌ ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ମହେନ୍ଦ୍ର କୁମାର ବାରିକ ବିଜେତା ଓ କୁମାର ନାୟକ ଉପବିଜେତା ହୋଇଛନ୍ତି । ଭେଟେରାନ୍‌ ପୁରୁଷ ଡବଲ୍ସ ଫାଇନାଲରେ ମହେନ୍ଦ୍ର କୁମାର ବାରିକ ଓ ଦେବ ଦୁଲ୍ଲଭ ଦାସଙ୍କ ଯୋଡି ବିଜେତା ଓ ଅଶୋକ କୁମାର ଦୀକ୍ଷିତ ଓ କୁମାର ନାୟକଙ୍କ ଯୋଡି ଉପବିଜେତା ହୋଇଛନ୍ତି ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଓ.ଏସ.ଡି ଶ୍ରୀ ପିନାକୀ ପଟ୍ଟନାୟକ ଏବଂ ସମ୍ମାନନୀୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏ.ଜି.ଏମ ଶ୍ରୀ ମାନସ ରଞ୍ଜନ ଆଚାର୍ଯ୍ୟ ଯୋଗଦେଇ ଓସସବାର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ସେମାନେ କୃତି ଖେଳାଳିମାନଙ୍କୁ ଟ୍ରଫି ସହ ୫୦ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ବିତରଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଭାପତି ଉମାଶଙ୍କର ମହାପାତ୍ର, ଉପସଭାପତି ବିଶ୍ୱଜିତ ମହାନ୍ତି, ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ରାଉତ, ଗେମ ଡିରେକଟର ଶଶାଙ୍କ ଶେଖର ମହାପାତ୍ର ଓ କୋଷାଧ୍ୟକ୍ଷ ବରେଶ ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ମନୋଜ କୁମାର ସାବତ ମୁଖ୍ୟ ରେଫରୀ ଭାବେ ଟୁର୍ନାମେଣ୍ଟର ସୁପରିଚାଳନା କରିଥିଲେ । ସଂଘର ଯୁଗ୍ମସଚିବ ଦ୍ୱୟ ଶେ୍ୱତାମ୍ବର ନାୟକ କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ ଓ କାହ୍ନୁ ଚରଣ ପାଣିଗ୍ରାହୀ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.