କାମ ଦେଲାନି ଶ୍ରୀଲଙ୍କା ଅଧିନାୟକଙ୍କ ଶତକ, ପ୍ରଥମ ଦିନିକିଆରେ ୬୭ ରନରେ ଜିତିଲା ଭାରତ

Published: Jan 10, 2023, 9:38 pm IST

ଗୁଆହାଟୀ: ଗୁଆହାଟୀ ଦିନିକିଆରେ ଶ୍ରୀଲଙ୍କାକୁ ଭାରତ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୬୭ ରନ ବ୍ୟବଧାନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରିବା ପରେ ୫୦ ଓଭରରେ ୭ ୱିକେଟ୍ ହରାଇ ୩୭୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ କେବଳ ୩୦୬ ରନ୍ କରିପାରିଥିଲା।

ପୃଥମ୍ ନିଶଙ୍କାଙ୍କ ବ୍ୟତୀତ ଧନଞ୍ଜୟ ଡି ସିଲଭା ୪୦ ବଲରୁ ୪୭ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୯ ଚୌକା ମାରିଥିଲେ। ପୃଥମ୍ ନିଶଙ୍କା ଏବଂ ଧନଞ୍ଜୟ ଡି ସିଲଭାଙ୍କ ବ୍ୟତୀତ ଶ୍ରୀଲଙ୍କାର ବାକି ବ୍ୟାଟ୍ସମ୍ୟାନମାନେ ନିରାଶ ହୋଇଥିଲେ। ଏଥି ସହିତ ଦ୍ରୁତ ବୋଲର ଉମ୍ରାନ ମଲିକ ଭାରତ ପାଇଁ ସବୁଠାରୁ ସଫଳ ବୋଲର ଥିଲେ। ୬ ଓଭରରେ ୩୨ ରନ୍ ଦେଇ ଉମରନ୍ ମଲିକ୍ ୩ ଖେଳାଳିଙ୍କୁ ଆଉଟ କରିଥିଲେ। ଏଥି ସହିତ ମହମ୍ମଦ ସିରାଜ ୨ ଖେଳାଳିଙ୍କୁ ଆଉଟ କରିଥିଲେ। ଏହା ବ୍ୟତୀତ ମହମ୍ମଦ ଶାମି ଏବଂ ୟୁଜଭେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

ଏହାପୂର୍ବରୁ ବିରାଟ କୋହଲି ଭାରତ ପାଇଁ ଏକ ଚମତ୍କାର ଶତକୀୟ ପାଳି ଖେଳିଥିଲେ। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ୮୭ ବଲରେ ୧୧୩ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୧୨ ଟି ଚୌକା ଓ ୧ ଟି ଛକା ମାରିଥିଲେ। ବିରାଟ କୋହଲିଙ୍କ ଦିନିକିଆ କ୍ୟାରିୟରର ଏହା ହେଉଛି ୪୫ ତମ ଶତକ। ଏଥି ସହିତ ବିରାଟ କୋହଲିଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ୭୩ ତମ ଶତକ ପୂରଣ ହୋଇଛି। ବିରାଟ କୋହଲିଙ୍କ ବ୍ୟତୀତ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଉତ୍କୃଷ୍ଟ ଇନିଂସ ଖେଳିଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ୱିକେଟ୍ ପାଇଁ ୧୪୩ ରନ୍ ଯୋଡିଥିଲେ। ୬୭ ଟି ବଲରେ ଭାରତୀୟ ଅଧିନାୟକ ୮୩ ରନ୍ ସଂଗ୍ରହ କରିଥିବାବେଳେ ଶୁବମାନ ଗିଲ ୬୦ ଟି ବଲରେ ୭୦ ରନ୍ ସଂଗ୍ରହ କରିଥିଲେ।

Related posts