Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ରଂଗାରଂଗ ପରିବେଷରେ ଉଦଘାଟିତ ହେଲା ହକି ବିଶ୍ବକପ, ସମସ୍ତେ ନବୀନଙ୍କୁ କଲେ ପ୍ରଶଂସା
ଖେଳ

ରଂଗାରଂଗ ପରିବେଷରେ ଉଦଘାଟିତ ହେଲା ହକି ବିଶ୍ବକପ, ସମସ୍ତେ ନବୀନଙ୍କୁ କଲେ ପ୍ରଶଂସା

January 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Hockey
ରଂଗାରଂଗ ପରିବେଷରେ ଉଦଘାଟିତ ହେଲା ହକି ବିଶ୍ବକପ, ସମସ୍ତେ ନବୀନଙ୍କୁ କଲେ ପ୍ରଶଂସା

କଟକ: ଏକ ରଂଗାରଂଗ ପରିବେଷ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହୋଇଛି ବିଶ୍ବକପ ହକି ଉଦଘାଟନୀ ସମାରୋହ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର।

ଅପରାହ୍ନରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ପ୍ରଥମେ ଓଡିଆ କଳାକାରଙ୍କୁ ନେଇ ଏହି ଉଦଘାଟନୀ ସମାରୋହର ଉଦଘାଟନ ହୋଇଥିଲା। ଏଥିରେ ଶାନ୍ତି ମିଶ୍ର, ପ୍ରନିସ୍ ଡ୍ୟାନସ ଗ୍ରୁପ ଏବଂ ସବ୍ୟ ଅର୍ଚ୍ଚିତାଙ୍କ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା। ପୁରା ଷ୍ଟାଡିୟମ ଦର୍ଶକରେ ପରିପୂର୍ଣ୍ଣ ରହିଥିଲା।

Hockey

ଏହାପରେ ସଂଧ୍ୟା ଅଧିବେସରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକିଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଏବଂ ଆନ୍ତର୍ଜାତୀୟ ହକି ଫେଡେରସନର ସଭାପତି ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଭୂୟସି ପ୍ରଶଂସା କରିଥିଲେ। ହକିକୁ ଆନ୍ତର୍ଜାତୀୟ ସ୍ତରରେ ପହଁଚାଇବାରେ ନବୀନଙ୍କ ଭୂମିକାକୁ ସମସ୍ତେ ମୁକ୍ତ କଣ୍ଠରେ ସ୍ବୀକାର କରିଥିଲେ। ଏପରିକି କେନ୍ଦ୍ର କ୍ରୀଡାମନ୍ତ୍ରୀ ମଧ୍ୟ ନବୀନଙ୍କୁ ପ୍ରଶଂସା କରି କ୍ରୀଡା ପାଇଁ ରାଜ୍ୟକୁ ସମସ୍ତ ସହଯୋଗ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।

Hockey

ସେହିପରି ଏହି ଉତ୍ସବରେ ଯୋଗଦେଇଥିବା କଳାକାରମାନେ ମଧ୍ୟ ନବୀନଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା ନ କରି ରହିପାରି ନ ଥିଲେ। ଉତ୍ସବରେ ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଦିଶା ପଟାନୀ, ମନିଷ ପଲ୍ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ସଂଯୋଜନାରେ ଓଡିଶୀ ନୃତ୍ୟରେ ଦୁଲୁକିଥିଲା ବାରବାଟୀ ଷ୍ଟାଡିୟମ।

ପୁରୁଷ ହକି ବିଶ୍ବକପ ହକି ହକି ବିଶ୍ବକପ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୯ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 19, 2026

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

ଆଜି ମାର୍ଚ୍ଚ ୧୯ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 19, 2026

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.