Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର

Hockey World Cup: ଆଜି ରାଉରକେଲାରେ ଇଂଲଣ୍ଡକୁ ଭେଟିବ ଭାରତ

ଭୁବନେଶ୍ୱର: ଆଜି ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଇଂଲଣ୍ଡକୁ ଭେଟିବ।  ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଗ୍ରୁପ ଡି’ରେ ଥିବା ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ ଜିତିଛନ୍ତି। ତେଣୁ ଆଜି ଜୋରଦାର ଟକ୍କର ହେବ।

ବର୍ତ୍ତମାନ ବିଶ୍ୱ ରାଙ୍କିଂରେ ଇଂଲଣ୍ଡ ୫ମ ସ୍ଥାନରେ ଥିବା ବେଳେ ଭାରତ ୬ଷ୍ଠ ସ୍ଥାନରେ ରହିଛି। ସେହିପରି ଚଳିତ ବିଶ୍ୱକପରେ ଇଂଲଣ୍ଡ ପ୍ରତିପକ୍ଷ ୱେଲ୍ସକୁ ୫-୦ରେ ହରାଇ ଟେବୁଲ ଟପ୍‌ରେ ରହିଛି। ଭାରତ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ସ୍ପେନକୁ ହରାଇଥିଲା। କିନ୍ତୁ ଗୋଲ ବ୍ୟବଧାନ ୨-୦ ଥିବାରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

ତେଣୁ ଆଜି ଭାରତ ମ୍ୟାଚ୍‌ ଜିତିଲେ ଟେବୁଲ ଟପ୍‌ରେ ପହଞ୍ଚିବ। ଏଥିସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଦଖଲ କରି ନକ୍ଆଉଟ୍ ପାଇଁ ଯୋଗ୍ୟତା ପାଇବ। ଇଂଲଣ୍ଡ ମଧ୍ୟ ସିଧାସଳଖ ନକଆଉଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ନିୟମ ଅନୁସାରେ ଗ୍ରୁପ୍‌ର ଶୀର୍ଷ ସ୍ଥାନରେ ରହିବାକୁ ଥିବା ଦଳ ସିଧା କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ।

Categories
Hockey Worldcup23 ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରଂଗାରଂଗ ପରିବେଷରେ ଉଦଘାଟିତ ହେଲା ହକି ବିଶ୍ବକପ, ସମସ୍ତେ ନବୀନଙ୍କୁ କଲେ ପ୍ରଶଂସା

କଟକ: ଏକ ରଂଗାରଂଗ ପରିବେଷ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହୋଇଛି ବିଶ୍ବକପ ହକି ଉଦଘାଟନୀ ସମାରୋହ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର।

ଅପରାହ୍ନରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ପ୍ରଥମେ ଓଡିଆ କଳାକାରଙ୍କୁ ନେଇ ଏହି ଉଦଘାଟନୀ ସମାରୋହର ଉଦଘାଟନ ହୋଇଥିଲା। ଏଥିରେ ଶାନ୍ତି ମିଶ୍ର, ପ୍ରନିସ୍ ଡ୍ୟାନସ ଗ୍ରୁପ ଏବଂ ସବ୍ୟ ଅର୍ଚ୍ଚିତାଙ୍କ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା। ପୁରା ଷ୍ଟାଡିୟମ ଦର୍ଶକରେ ପରିପୂର୍ଣ୍ଣ ରହିଥିଲା।

Hockey

ଏହାପରେ ସଂଧ୍ୟା ଅଧିବେସରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକିଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଏବଂ ଆନ୍ତର୍ଜାତୀୟ ହକି ଫେଡେରସନର ସଭାପତି ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଭୂୟସି ପ୍ରଶଂସା କରିଥିଲେ। ହକିକୁ ଆନ୍ତର୍ଜାତୀୟ ସ୍ତରରେ ପହଁଚାଇବାରେ ନବୀନଙ୍କ ଭୂମିକାକୁ ସମସ୍ତେ ମୁକ୍ତ କଣ୍ଠରେ ସ୍ବୀକାର କରିଥିଲେ। ଏପରିକି କେନ୍ଦ୍ର କ୍ରୀଡାମନ୍ତ୍ରୀ ମଧ୍ୟ ନବୀନଙ୍କୁ ପ୍ରଶଂସା କରି କ୍ରୀଡା ପାଇଁ ରାଜ୍ୟକୁ ସମସ୍ତ ସହଯୋଗ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।

Hockey

ସେହିପରି ଏହି ଉତ୍ସବରେ ଯୋଗଦେଇଥିବା କଳାକାରମାନେ ମଧ୍ୟ ନବୀନଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା ନ କରି ରହିପାରି ନ ଥିଲେ। ଉତ୍ସବରେ ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଦିଶା ପଟାନୀ, ମନିଷ ପଲ୍ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ସଂଯୋଜନାରେ ଓଡିଶୀ ନୃତ୍ୟରେ ଦୁଲୁକିଥିଲା ବାରବାଟୀ ଷ୍ଟାଡିୟମ।

Categories
Hockey Worldcup23 ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚର୍ଚ୍ଚାରେ ସୁଦର୍ଶନ ପଟ୍ଟନାୟକଙ୍କ ୫ ହଜାର ହକି ବଲରେ ନିର୍ମିତ ବାଲୁକା କଳା

କଟକ: ବର୍ତ୍ତମାନ ସାରା ଓଡିଶାରେ ଅନୁଭୂତ ହୋଇଛି ହକି ଜ୍ବର। ଚାରିଆଡେ ବର୍ତ୍ତମାନ ହକିକୁ ନେଇ ଚର୍ଚ୍ଚା। କାରଣ ଆଜି ହେଉଛି ଏହି ହକି ମହାକୁମ୍ଭର ଉଦଘାଟନ ସଂଧ୍ୟା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ସେଥିପାଇଁ ପ୍ରାୟ ବର୍ଷାଧିକାଳ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି।

ସେଥିପାଇଁ କଟକ, ଭୁବନେଶ୍ବର ଏବଂ ରାଉରକେଲା ସହରକୁ ପୁରା ନୂଆ ରାଣୀ ପରି ସଜାଇ ଦିଆଯାଇଛି। ଚାରିଆଡେ ପେଣ୍ଟିଂ, ସ୍ଥାପତ୍ୟ ଏବଂ ସୁନ୍ଦର ତୋରଣ ସାରା ସହର ଝଲସି ଉଠିଛି। କଳିଙ୍ଗ ଷ୍ଟାଡିୟମକୁ ମଧ୍ୟ ନୂଆ ରୂପ ଦିଆଯାଇଛି। ଉଦଘାଟିତ ହୋଇଛି ରାଉରକେଲାରେ ନୂଆ ହକି ଷ୍ଟାଡିୟମ। ବର୍ତ୍ତମାନ ଚାରିଆଡେ କେବଳ ହକି ହକି ଆଉ ହକି।

ଏପରି ପରିବେଶରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କେମିିତି ବାଦ ପଡିଥାଆନ୍ତେ। ସେ ମଧ୍ୟ ନିଜର ଜଲୱା ପ୍ରଦର୍ଶିତ କରିଛନ୍ତି। ସେ କଟକ ବାଲିଯାତ୍ରା ପଡିଆରେ ନିର୍ମାଣ କରିଛନ୍ତି ଭିନ୍ନ ଏକ କଳା। ଯାହାକୁ ଯେ ଦେଖୁଛି ସେ ଘଡିଏ ଅନେଇ ରହୁଛି। ତାଙ୍କ କଳାର ଆକର୍ଷଣ ଏପରି ହୋଇଛି ଯେ ସବୁ ଆୟୋଜନଠାରୁ ଏହା ବଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସୁଦର୍ଶନ ବାଲୁକା କଳାରେ ନିର୍ମାଣ କରିଛନ୍ତି ଏକ ହକି ଷ୍ଟିକ୍। ତେବେ ଏହି ବାଲୁକାରେ ସେ ସ୍ଥାପନ କରିଛନ୍ତି ବିଭିନ୍ନ ରଂଗର ହକି ବଲ। ସେ ପ୍ରାୟ ୫ ହଜାର ହକି ବଲରେ ନିର୍ମାଣ କରିଛନ୍ତି ଏହି ହକି ଷ୍ଟିକ୍। ଏହାକୁ ସେ ଏପରି ନିର୍ମାଣ କରିଛନ୍ତି ଯେ, ସେଥିରେ ସେ ହକି ଟ୍ରଫି, ହକି ଷ୍ଟିକ, ଷ୍ଟାଡିୟମ, ହକି ବଲ ଏବଂ ବିଭିନ୍ନ ଦେଶର ଜାତୀୟ ପତାକା କଳାକୁ ସେଥିରେ ସ୍ଥାନିତ କରିଛନ୍ତି।

ଏହି ହକି ଷ୍ଟିକର ଲମ୍ବା ୧୦୫ ଫୁଟ ରହିଥିବା ବେଳେ ଚଉଡା ରହିଛି ୪୫ ଫୁଟ ଏବଂ ଉଚ୍ଚତା ରହିଛି ୨୨ ଫୁଟ। ଏଥିରେ ସୁଦର୍ଶନ ୬୮ ଟନ ବାଲିକୁ ସ୍ଥାପତ୍ୟରେ ବ୍ୟବହାର କରିଛନ୍ତି। ଏଥିରେ ସୁଦର୍ଶନଙ୍କ ୧୫ ଜଣ ଛାତ୍ରଛାତ୍ରୀ ସହଯୋଗ କରିଛନ୍ତି। ତେବେ ସବୁଠାରୁ ବଡ କଥା ହେଲା ଯେ, ଏଥିରେ ବ୍ୟବହାର ହୋଇଥିବା ହକି ବଲଗୁଡିକ ବିଭିନ୍ନ ହକି ଖେଳାଳିଙ୍କଠାରୁ ସଂଗ୍ରହ କରାଯାଇଛି।

ଏହି ବାଲୁକା କଳା ଖୁବ ଶିଘ୍ର ଏକ ନୂଆ ରେକର୍ଡରେ ସ୍ଥାନିତ ହେବ ବୋଲି ଅନୁମାନ କରାଯାଇଛି।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବିଶ୍ବକପ ହକି ଉଦଘାଟନ ପୂର୍ବରୁ ବାରବାଟୀ ସ୍ଥିତି ପରଖିଲେ ପାଣ୍ଡିଆନ

କଟକ: ଆସନ୍ତାକାଲି ବେଶ ରଂଗାରଂଗ ଉତ୍ସବ ମଧ୍ୟରେ ଉଦଘାଟିତ ହେବ ହକି ବିଶ୍ବକପ ମହାସମର। ଏଥିପାଇଁ କଟକ ବାରବାଟୀ ଷ୍ଟାଡିୟମର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ। ସେ ସକାଳୁ ପୁରା ଷ୍ଟାଡିୟମ ବୁଲି ସୁରକ୍ଷା ବ୍ୟବସ୍ଥା ସହିତ ଦର୍ଶକମାନେ ବସିବା ବ୍ୟବସ୍ଥା ତଦାରଖ କରିଥିଲେ।

ପାଣ୍ଡିଆନଙ୍କ ସହିତ ଓସିଏ ସଭାପତି ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, କ୍ରୀଡା ସଚିବ ଆର ଭିନିଲକ୍ରିଷ୍ଣା, କଟକ ଜିଲ୍ଲାପାଳ, ପୋଲିସ କମିଶନର, ଡିସିପି, କଟକ ମେୟର, ଚାରି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୁଧବାର ସଂଧ୍ୟାରେ ଏହି ମେଗା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶ ବିଦେଶରୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଯୋଗଦେବେ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ମିଳିବ କୋଟିଏ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ରାଉରକେଲା: ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ଏକ କୋଟି ଟଙ୍କା ଲେଖାଏଁ ଦିଆଯିବ। ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଉରକେଲାରେ ମୁଖ୍ୟମନ୍ତ୍ରୀ ସର୍ବବୃହତ୍ତ ହକି ଷ୍ଟାଡିୟମ ଉଦଘାଟନ କରି ସେ ଏହା କହିଛନ୍ତି।

ଉପସ୍ଥିତ ଜନସାଧାରଣ ଓ କ୍ରୀଡାପ୍ରେମୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଓଡିଶାର ସମଗ୍ର ଦେଶକୁ ସବୁଠାରୁ ଶ୍ରେଷ୍ଠ ଉପହାର। ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ ଶକ୍ତି ଭାବରେ ଗଢି ତୋଳିବ ଏବଂ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ମଜବୁତ ଦଳ ଭାବରେ ପ୍ରତିଷ୍ଠା ଲାଭ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିୟମ ଓଡିଶା ମାଟିର ଗୌରବ ଗାନ କରୁଛି। ଏ ଷ୍ଟାଡିୟମ ସାରା ବିଶ୍ବ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇ ରହିବ ଏବଂ ଦେଶର ପ୍ରମୁଖ ଟିମ୍‌ ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇ ଚାଲିବ।

Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ବିଶ୍ବକପ ହକି ଟ୍ରଫିକୁ ସ୍ବାଗତ କଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ

ସମ୍ବଲପୁର: ସାରା ରାଜ୍ୟରେ ବିଶ୍ବକପ ହକି ଟ୍ରଫିକୁ ସ୍ବାଗତ କରାଯାଉଛି। ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ସଂସ୍ଥା ଏହାକୁ ସ୍ବାଗତ କରୁଛନ୍ତି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରୀ ମଧ୍ୟ ଏହାକୁ ବିପୁଳ ସଂଖ୍ୟାରେ ସ୍ବାଗତ କରିଛନ୍ତି। ସେଠାରେ ଟ୍ରଫି ପହଞ୍ଚିବା ପରେ ବିଶ୍ବବିଦ୍ୟାଳରେ ଏକ ରଂଗାରଂଗ ପରିବେଷରେ ସ୍ବାଗତ କରାଯାଇଥିଲା।

କେବଳ ସ୍ବାଗତ ନୁହଁ, ହକି ଖେଳକୁ ପ୍ରସାର କରାଇବା ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ତରଫରୁ ଆନ୍ତଃକଲେଜ ହକି ଟୁର୍ଣ୍ଣାମେଣ୍ଟର ଆୟୋଜନ ମଧ୍ୟ କରାଯାଉଛି। ଏହା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଆଠ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
Hockey Worldcup23 ଖେଳ ଜାତୀୟ ଖବର ବିଶେଷ ଖବର ମନୋରଂଜନ ସିନେମା

ହକି ବିଶ୍ୱକପ ପାଇଁ ଆନ୍ଥେମ ପ୍ରସ୍ତୁତି କଲେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ

Hockey Worldcup Anthem: ଓଡ଼ିଶାର ପୁଣି ଥରେ ଟେକ ରଖିଛନ୍ତି ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମ୍ ଆନନ୍ଦ୍। ନିଜ କ୍ୟାରିୟରରେ ଟ୍ରାଇବାଲ ଆନ୍ଥେମ ପ୍ରସ୍ତୁତ ସହ ୭୦ରୁ ଅଧିକ ଓଡ଼ିଆ ସିନେମା ଏବଂ ହିନ୍ଦୀ, ମରାଠୀ, ବେଙ୍ଗଲୀର ପ୍ରାୟ ଦଶଟି ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

ଏବେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାହା ହେଲା ପ୍ରେମାନନ୍ଦ ପୁରୁଷ ହକି ବିଶ୍ୱକପ-୨୦୨୩ ପାଇଁ  ହକି ଫେଡେରସନ୍ ଅଫ୍ ଇଣ୍ଡିଆ ପାଇଁ “ଆନ୍ଥେମ୍” ପ୍ରସ୍ତୁତ କରିଛନ୍ତି। ଯାହା ତାଙ୍କର ସୁନାମ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହେବ।

ହକି ବିଶ୍ୱ କପ ‘ଆନ୍ଥେମ‘କୁ ବଲିଉଡର ଖ୍ୟାତନାମା ଗୀତିକାର ସମୀର ରଚନା କରିଥିବା ବେଳେ ସୁଖ୍ ବିନ୍ଦର ସିଂ କଣ୍ଠ ଦାନ କରିଛନ୍ତି। ଗୁରୁବାର ଦିନ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିଅମରେ ଉକ୍ତ ବହୁ ଚର୍ଚ୍ଚିତ ଆନ୍ଥେମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରେମ୍ ଆନନ୍ଦ୍ ଏଭଳି ଜଣେ ଏକ ବ୍ୟକ୍ତି, ଯିଏ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲଙ୍କୁ ନେଇ ଉତ୍କଳ ଜନନୀ ଗୀତ କରିଛନ୍ତି ଓ ବିନା ବାଦ୍ୟ ଯନ୍ତ୍ରରେ ସେ ଶ୍ରୀମନ୍ଦିରର ଗୀତ କରି ‘ଏକାପଲା’ର ନୂଆ ପରମ୍ପରା ସୃଷ୍ଟି କରିଛନ୍ତି। ନିକଟରେ ସେ ଜୀ ଟିଭି ପାଇଁ ଏକ ଚର୍ଚ୍ଚିତ ହିନ୍ଦୀ ଆଲବମ ଗୀତ ପ୍ରସ୍ତୁତ କରିଥିଲେ।

ହକି ଇଣ୍ଡିଆର ନିର୍ଦେଶ କ୍ରମେ ହକି ବିଶ୍ୱକପ-୨୦୨୩ ପାଇଁ ପ୍ରେମ୍ ଆନନ୍ଦ୍ ପ୍ରସ୍ତୁତ କରିଥିବା ଆନ୍ଥେମ ନିମନ୍ତେ ପ୍ରତିଟି ଓଡିଆ ନିଶ୍ଚିତ ଗର୍ବିତ ହେବେ। କାରଣ ହକି ଇଣ୍ଡିଆର ସଭାପତି ଭାବେ ଓଡିଆ ଖେଳାଳୀ ଦିଲ୍ଲୀପ ତିର୍କି ସଭାପତି ଭାବେ ନିଯୁକ୍ତ ହୋଇ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। ଠିକ ସେହିପରି ପ୍ରେମାନନ୍ଦ ଏହି ଗୀତ କରି ଏକ ନୂଆ ଇତିହାସ ରଚିଛନ୍ତି।

Categories
Hockey Worldcup23 ଆଜିର ଖବର ଖେଳ ମନୋରଂଜନ ରାଜ୍ୟ ଖବର

ହକି ବିଶ୍ଵ କପ୍ ପାଇଁ ପ୍ରସ୍ତୁତ ସଂଗୀତ ‘ଏକ ନୈଇ କାହାନୀ ଲିଖିହେ ଓଡ଼ିଶା’ ର ପ୍ରମୋ ଲୋକାର୍ପିତ

ଭୁବନେଶ୍ୱର: ଆଜି ରାଜଭବନ ଠାରେ ପ୍ରିମୀୟର ମିଡ଼ିଆ ଓ ଏଷ୍ଟେର୍ଣ ବୟ ମିଳିତ ସହଯୋଗରେ ହକି ବିଶ୍ଵ କପ ପାଇଁ ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ “ଏକ ନୈଇ କାହାନୀ ଲିଖିହେ ଓଡ଼ିଶା” ର ପୋଷ୍ଟର ଓ ପ୍ରମୋ କୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ହକି ତାରକା ତଥା ହକି ଇଣ୍ଡିଆ ର ସଭାପତି ପଦ୍ମଶ୍ରୀ ଡ଼ଃ ଦିଲ୍ଲୀପ ତିର୍କୀ ଲୋକପର୍ଣ୍ଣ କରିଥିଲେ।

ସନ୍ତୋଷ ପଣ୍ଡା ଙ୍କ ଲିଖିତ ଏବଂ ନିର୍ଦ୍ଦେଶୀତ ଏହି ଗୀତଟି ରେ ବଲିଉଡରେ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଅଭିଜିତ ଙ୍କ କଣ୍ଠ ସ୍ବର ଶୁଣିବାକୁ ମିଳୁଛି। ଏହି ସଙ୍ଗୀତ ମଧ୍ୟରେ ନିର୍ଦେଶକ ପଣ୍ଡା ହକିର ଇତିହାସ, ଓଡ଼ିଶା ସରକାର ଙ୍କ ହକି ପ୍ରତି ଆଗ୍ରହ ଓ ଦିଲ୍ଲୀପ ତିର୍କୀ ଙ୍କର ସୁନାମକୁ ଯୋଡି ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଛି।

ମାନ୍ୟବର ରାଜ୍ୟଜିପାଳ କଥାରେ କଥାରେ ଦିଲ୍ଲୀପ ତିର୍କୀ ଙ୍କୁ ଅନେକ ଅଭିନ୍ଦନ ଓ ଶୁଭେଚ୍ଛା ଜଣେଇବା ସହିତ ଓଡ଼ିଶା ସରକାରଙ୍କ କ୍ରୀଡା ଉଦ୍ୟମ କୁ ପ୍ରସଂସା କରିଥିଲେ। ପଦ୍ମଶ୍ରୀ ଡ଼ଃ ଦିଲ୍ଲୀପ ତିର୍କୀ ସନ୍ତୋଷ ପଣ୍ଡାଙ୍କ ଏହି ଉଦ୍ୟମ କୁ ଭୁଆସି ପ୍ରସଂସା କରିଥିଲେ।

ସଙ୍ଗୀତ ଉଦଘାଟିତ ହେଲା ପରେ ହକି ଇଣ୍ଡିଆ ର ସଭାପତି ହିସାବରେ ଦିଲ୍ଲୀପ ତିର୍କୀ ଗୋଟିଏ ହକି ଷ୍ଟିକ ମାନ୍ୟବର ରାଜ୍ୟପାଳ ଙ୍କୁ ପ୍ରଦାନ କରି ବିଶ୍ଵ କପ ଦେଖିବା ପାଇଁ ଆମନ୍ତ୍ରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଓ ସମାଜସେବି ରୁଷି ପଟ୍ଟନାୟକ, ପ୍ରିନ୍ସ ଡାନ୍ସ ଗ୍ରୁପ ର ମୁଖ୍ୟ କ୍ରିଷ୍ଣା ରାଓ, ଏଭେର ଗ୍ରୀନ ଚା ର ମୁଖ୍ୟ ପ୍ରବୀଣ ଅଗ୍ରୱାଲ, ହାଇଟେକ ମେଡ଼ିକାଲ ର ଡାକ୍ତର ଅମରିତ ପାଟାଯୋଶୀ ପ୍ରମୁଖ ଅତିଥି ମନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ସନ୍ତୋଷ ପଣ୍ଡା ଓ ରୁଷି ପଟ୍ଟନାୟକ ମିଳିତ ଭାବରେ ପରିଚାଳନା କରିଥିଲେ ।