Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀଲଙ୍କାକୁ କ୍ଳିନ ସ୍ଵିପ ପରେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ, ଜାଣନ୍ତୁ କାର୍ଯ୍ୟସୂଚୀ
ଆଜିର ଖବର

ଶ୍ରୀଲଙ୍କାକୁ କ୍ଳିନ ସ୍ଵିପ ପରେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ, ଜାଣନ୍ତୁ କାର୍ଯ୍ୟସୂଚୀ

January 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ସିରିଜ୍ ଖେଳିଛି। ଏଥିରେ ଦଳ ଶ୍ରୀଲଙ୍କା ବିପକ୍ଷରେ ୩ ଟି-୨୦ ଏବଂ ୩ ଟି ଦିନିକିଆ ଖେଳିଛି। ଭାରତୀୟ ଦଳ ଟି-୨୦ ସିରିଜ ୨-୧ ଏବଂ ଦିନିକିଆ ସିରିଜ ୩-୦ ରେ ଜିତି ନୂତନ ବର୍ଷ ଭଲରେ ଆରମ୍ଭ କରିଛି। ବର୍ତ୍ତମାନ ଦଳ ଜାନୁଆରୀ ୧୮ ତାରିଖ ବୁଧବାର ଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜ ଆରମ୍ଭ କରିବାକୁ ଯାଉଛି। ଉଭୟଙ୍କ ମଧ୍ୟରେ ୩ ଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ଖେଳାଯିବ।

ପ୍ରଥମେ ଉଭୟ ଦଳ ଦିନିକିଆ ସିରିଜ୍ ପାଇଁ ମୁହାଁମୁହିଁ ହେବେ। ଏହା ପରେ, ଜାନୁଆରୀ ୨୭ ତାରିଖ ଶୁକ୍ରବାର ଠାରୁ ଟି -୨୦ ସିରିଜ୍ ଆରମ୍ଭ ହେବ। ଏବଂ ସିରିଜର ଶେଷ ମ୍ୟାଚ୍ ଫେବୃଆରୀ ୧ ତାରିଖ ବୁଧବାର ଦିନ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ, ସମସ୍ତ ଦିନିକିଆ ମ୍ୟାଚ୍ ଅପରାହ୍ନ ୧.୩୦ରୁ ଆରମ୍ଭ ହେବ। ସେହିଭଳି ଟି-୨୦ ମ୍ୟାଚ୍ ସନ୍ଧ୍ୟା ୭.୦୦ ରୁ ଆରମ୍ଭ ହେବ।

ସିଧାପ୍ରସାରଣ କେଉଁଠାରେ ହେବ?:

ଉଭୟ ଦିନିକିଆ ଏବଂ ଟି-୨୦ ସିରିଜ୍ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ ହେବ। ଡିଜ୍ନି ପ୍ଲସ୍ ହଟଷ୍ଟାରରେ ମଧ୍ୟ ସିଧା ପ୍ରସାରଣ ହେବ।

କାର୍ଯ୍ୟସୂଚୀ:

ଏକଦିବସୀୟ ସିରିଜ:

୧- ପ୍ରଥମ ଦିନିକିଆ- ଜାନୁଆରୀ ୧୮, ବୁଧବାର- ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍, ହାଇଦ୍ରାବାଦ।

୨- ଦ୍ୱିତୀୟ ଦିନିକିଆ- ଜାନୁୟାରୀ ୨୧, ଶନିବାର- ସହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ, ରାୟପୁର।

୩- ତୃତୀୟ ଦିନିକିଆ- ଜାନୁଆରୀ ୨୪, ମଙ୍ଗଳବାର- ହୋଲକର କ୍ରିକେଟ୍ ଷ୍ଟାଡିୟମ୍, ଇନ୍ଦୋର।

ଟି-୨୦ ସିରିଜ:

୧- ପ୍ରଥମ ଟି-୨୦ ମ୍ୟାଚ୍- ଜାନୁଆରୀ ୨୭, ଶୁକ୍ରବାର- ଜେଏସସିଏ ଆନ୍ତର୍ଜାତୀୟ ଷ୍ଟାଡିୟମ୍ କମ୍ପ୍ଲେକ୍ସ, ରାଞ୍ଚି।

୨- ଦ୍ୱିତୀୟ ଟି-୨୦ ମ୍ୟାଚ୍- ଜାନୁୟାରୀ ୨୯, ରବିବାର- ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମ୍, ଲକ୍ଷ୍ନୌ।

୩- ତୃତୀୟ ଟି-୨୦ ମ୍ୟାଚ୍- ଫେବୃଆରୀ ୦୧, ବୁଧବାର- ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍, ଅହମ୍ମଦାବାଦ।

ଦିନିକିଆ ଏବଂ ଟି-୨୦ ପାଇଁ ଭାରତୀୟ ଦଳ:

ଏକଦିବସୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ।

ଟି-୨୦ ଦଳ- ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକ୍ଵାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଶିବମ ମାଭି, ପୃଥ୍ବୀ ଶ’, ମୁକେଶ କୁମାର।

କାର୍ଯ୍ୟସୂଚୀ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.