ଅଣ୍ଡର-୧୯ ମହିଳା ବିଶ୍ଵକପ: ଭାରତୀୟ ଖେଳାଳିଙ୍କ ଧୂଆଁଧାର ଇନିଂସ ଯୋଗୁଁ ୧୨୨ ରନରେ ହାରିଲା ୟୁଏଇ ଦଳ

Published: Jan 16, 2023, 5:54 pm IST

ନୂଆଦିଲ୍ଲୀ: ମହିଳା ଅଣ୍ଡର-୧୯ ବିଶ୍ୱକପରେ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତ ୧୨୨ ରନରେ ଜିତିଛି। ଭାରତୀୟ ଦଳ ବିଶ୍ୱକପରେ ଦ୍ୱିତୀୟ ବିଜୟ ହାସଲ କରିଛି। ୟୁଏଇ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ବୋର୍ଡରେ ୨୧୯ ରନ୍ ରଖିଥିଲା। ଏଥିରେ ଅଧିନାୟକ ଶେଫାଳି ବର୍ମା ୭୮ ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଶ୍ୱେତା ସେହରାୱତ ୭୪ (ଅପରାଜିତ) ସ୍କୋର କରିଥିଲେ। ଏହା ବ୍ୟତୀତ ରିଚା ଘୋଷ ମଧ୍ୟ ୪୯ ରନର ଇନିଂସ ଖେଳିଥିଲେ। ଏହା ବ୍ୟତୀତ ଟିଟସ୍ ସାଧୁ, ଶବନମ୍, ପାର୍ଶ୍ଵାବୀ ଚୋପ୍ରା ଏବଂ ମନ୍ନତ କଶ୍ୟପ ୧ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଟାର୍ଗେଟକୁ ପିଛା କରି ସଂଯୁକ୍ତ ଆରବ ଏମିରେଟ୍ସ ୨୦ ଓଭରରେ ୫ ୱିକେଟ୍ ହରାଇ ମାତ୍ର ୯୭ ରନ୍ କରିପାରିଥିଲା। ଏଥିରେ ଓପନିଂରେ ବ୍ୟାଟିଂ କରିବାକୁ ଆସିଥିବା ତୀର୍ଥ ସତୀଶ ୫ ଟି ବଲରେ ୪ ଟି ଚୌକା ସହାୟତାରେ ୧୬ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଏହା ପରେ ୧୫ ଟି ବଲରେ ସମୟରା ଧରଣୀଧରକା ୯ ଏବଂ ମାହିକା ଗୌର ୨୬ ବଲରେ ୨୬ ରନ୍ ଖେଳି ୱିକେଟ୍ ହରାଇଥିଲେ।

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ ପାଇଥିବା ଭାରତୀୟ ଦଳ ବ୍ୟାଟିଂର ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥିରେ ଶ୍ୱେତା ସେହରାୱତ ୧୦ ଟି ଚୌକା ସହାୟତାରେ ୪୯ ବଲରେ ୭୪ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୫୧.୦୨ ଥିଲା। ଏଥିସହିତ ଓପନର ଦାୟିତ୍ଵ ସମ୍ଭାଳିବାକୁ ଆସିଥିବା କ୍ୟାପଟେନ ଶେଫାଳି ବର୍ମା ୨୨୯.୪୧ ଷ୍ଟ୍ରାଇକ ହାରରେ ୩୪ ଟି ବଲରେ ୭୮ ରନ୍‌ର ଏକ ଇନିଂସ ଖେଳିଥିଲେ।

ଏହା ବ୍ୟତୀତ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଚା ଘୋଷ ୨୯ ବଲରେ ୪୯ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୫ ଟି ଚୌକା ଓ ୨ ଟି ଛକା ଅନ୍ତର୍ଭୁକ୍ତ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୬୮.୯୭ ଥିଲା। ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଗୋଙ୍ଗଡୀ ତ୍ରିଶା ୫ ବଲରେ ୧୧ ରନ୍ ସଂଗ୍ରହ କରିଥିଲେ।

ଏହି ମ୍ୟାଚରେ ଚମତ୍କାର ବ୍ୟାଟିଂ ପରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥିରେ ଟିଟସ୍ ସାଧୁ ୪ ଓଭରରେ ମାତ୍ର ୧୪ ରନ୍ ଦେଇ ୧ ୱିକେଟ ନେଇଥିଲେ, ଶବନମ୍ ୩ ଓଭରରେ ୨୧ ରନ୍ ଦେଇ ୧ ୱିକେଟ୍, ମନ୍ନତ କଶ୍ୟପ ୩ ଓଭରରେ ୧୪ ରନ୍ ଦେଇ ୧ ୱିକେଟ୍ ଏବଂ ପାର୍ଶଭି ଚୋପ୍ରା ୩ ଓଭରରେ ୧୩ ରନ୍ ଦେଇ ୧ ୱିକେଟ୍ ନେଇଥିଲେ।

Related posts