Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଣ୍ଡର-୧୯ ମହିଳା ବିଶ୍ଵକପ: ଭାରତୀୟ ଖେଳାଳିଙ୍କ ଧୂଆଁଧାର ଇନିଂସ ଯୋଗୁଁ ୧୨୨ ରନରେ ହାରିଲା ୟୁଏଇ ଦଳ
ଆଜିର ଖବର

ଅଣ୍ଡର-୧୯ ମହିଳା ବିଶ୍ଵକପ: ଭାରତୀୟ ଖେଳାଳିଙ୍କ ଧୂଆଁଧାର ଇନିଂସ ଯୋଗୁଁ ୧୨୨ ରନରେ ହାରିଲା ୟୁଏଇ ଦଳ

January 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହିଳା ଅଣ୍ଡର-୧୯ ବିଶ୍ୱକପରେ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତ ୧୨୨ ରନରେ ଜିତିଛି। ଭାରତୀୟ ଦଳ ବିଶ୍ୱକପରେ ଦ୍ୱିତୀୟ ବିଜୟ ହାସଲ କରିଛି। ୟୁଏଇ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ବୋର୍ଡରେ ୨୧୯ ରନ୍ ରଖିଥିଲା। ଏଥିରେ ଅଧିନାୟକ ଶେଫାଳି ବର୍ମା ୭୮ ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଶ୍ୱେତା ସେହରାୱତ ୭୪ (ଅପରାଜିତ) ସ୍କୋର କରିଥିଲେ। ଏହା ବ୍ୟତୀତ ରିଚା ଘୋଷ ମଧ୍ୟ ୪୯ ରନର ଇନିଂସ ଖେଳିଥିଲେ। ଏହା ବ୍ୟତୀତ ଟିଟସ୍ ସାଧୁ, ଶବନମ୍, ପାର୍ଶ୍ଵାବୀ ଚୋପ୍ରା ଏବଂ ମନ୍ନତ କଶ୍ୟପ ୧ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଟାର୍ଗେଟକୁ ପିଛା କରି ସଂଯୁକ୍ତ ଆରବ ଏମିରେଟ୍ସ ୨୦ ଓଭରରେ ୫ ୱିକେଟ୍ ହରାଇ ମାତ୍ର ୯୭ ରନ୍ କରିପାରିଥିଲା। ଏଥିରେ ଓପନିଂରେ ବ୍ୟାଟିଂ କରିବାକୁ ଆସିଥିବା ତୀର୍ଥ ସତୀଶ ୫ ଟି ବଲରେ ୪ ଟି ଚୌକା ସହାୟତାରେ ୧୬ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଏହା ପରେ ୧୫ ଟି ବଲରେ ସମୟରା ଧରଣୀଧରକା ୯ ଏବଂ ମାହିକା ଗୌର ୨୬ ବଲରେ ୨୬ ରନ୍ ଖେଳି ୱିକେଟ୍ ହରାଇଥିଲେ।

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ ପାଇଥିବା ଭାରତୀୟ ଦଳ ବ୍ୟାଟିଂର ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥିରେ ଶ୍ୱେତା ସେହରାୱତ ୧୦ ଟି ଚୌକା ସହାୟତାରେ ୪୯ ବଲରେ ୭୪ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୫୧.୦୨ ଥିଲା। ଏଥିସହିତ ଓପନର ଦାୟିତ୍ଵ ସମ୍ଭାଳିବାକୁ ଆସିଥିବା କ୍ୟାପଟେନ ଶେଫାଳି ବର୍ମା ୨୨୯.୪୧ ଷ୍ଟ୍ରାଇକ ହାରରେ ୩୪ ଟି ବଲରେ ୭୮ ରନ୍‌ର ଏକ ଇନିଂସ ଖେଳିଥିଲେ।

ଏହା ବ୍ୟତୀତ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଚା ଘୋଷ ୨୯ ବଲରେ ୪୯ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୫ ଟି ଚୌକା ଓ ୨ ଟି ଛକା ଅନ୍ତର୍ଭୁକ୍ତ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୬୮.୯୭ ଥିଲା। ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଗୋଙ୍ଗଡୀ ତ୍ରିଶା ୫ ବଲରେ ୧୧ ରନ୍ ସଂଗ୍ରହ କରିଥିଲେ।

ଏହି ମ୍ୟାଚରେ ଚମତ୍କାର ବ୍ୟାଟିଂ ପରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥିରେ ଟିଟସ୍ ସାଧୁ ୪ ଓଭରରେ ମାତ୍ର ୧୪ ରନ୍ ଦେଇ ୧ ୱିକେଟ ନେଇଥିଲେ, ଶବନମ୍ ୩ ଓଭରରେ ୨୧ ରନ୍ ଦେଇ ୧ ୱିକେଟ୍, ମନ୍ନତ କଶ୍ୟପ ୩ ଓଭରରେ ୧୪ ରନ୍ ଦେଇ ୧ ୱିକେଟ୍ ଏବଂ ପାର୍ଶଭି ଚୋପ୍ରା ୩ ଓଭରରେ ୧୩ ରନ୍ ଦେଇ ୧ ୱିକେଟ୍ ନେଇଥିଲେ।

ଧୂଆଁଧାର ଇନିଂସ ଭାରତୀୟ ଖେଳାଳି ୟୁଏଇ ସଂଯୁକ୍ତ ଆରବ ଏମିରେଟ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026
Latest News

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.