ଡବ୍ଲୁଏଫ୍ଆଇ ସଭାପତି ତଥା ବିଜେପି ସାଂସଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

Published: Jan 18, 2023, 6:05 pm IST

ନୂଆଦିଲ୍ଲୀ: ଆଜି ଦେଶର ଶ୍ରେଷ୍ଠ କୁସ୍ତିଯୋଦ୍ଧାମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ବିରୋଧ କରିଛନ୍ତି। କୁସ୍ତିଯୋଦ୍ଧାମାନେ ତାଙ୍କୁ ମହିଳା ଖେଳାଳିଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ରେସଲର ଭିନେଶ ଫୋଗାଟ କହିଛନ୍ତି ଯେ, ସଭାପତି ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ। ବ୍ରିଜ ଭୂଷଣ ସିଂ ମଧ୍ୟ ଜଣେ ବିଜେପି ସାଂସଦ।

ଭାରତୀୟ ରେସଲର ତଥା ଅଲିମ୍ପିଆନ୍ ଭିନେଶ ଫୋଗେଟ୍ କହିଛନ୍ତି ଯେ, ମହିଳା ରେସଲରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରେସଲିଂ ଆସୋସିଏସନର ସଭାପତି ମହିଳା ଖେଳାଳିଙ୍କୁ ଶୋଷଣ କରିଛନ୍ତି। ଫେଡେରେସନ୍ ଖେଳାଳୀଙ୍କ ଉପରେ ବାଧ୍ୟତାମୂଳକ ବ୍ୟାନ ଲଗାଏ, ଯାହା ଦ୍ଵାରା ଖେଳାଳି ଖେଳି ପାରିବେ ନାହିଁ। ଯଦି କୌଣସି ଖେଳାଳିଙ୍କ ସହ କିଛି ଅଘଟଣ ଘଟେ, ତେବେ ରେସଲିଂ ଆସୋସିଏସନର ସଭାପତି ଏଥିପାଇଁ ଦାୟୀ ରହିବେ। ଅଲିମ୍ପିକ୍ ଗେମ୍ସରେ ଜିତିଥିବା ସାକ୍ଷୀ ମଲିକ୍ ଏବଂ ବଜରଙ୍ଗ ପୁନିଆଙ୍କ ଭଳି ଖେଳାଳିମାନେ ଜନ୍ତର ମନ୍ତ୍ରରେ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି। ପ୍ରାୟ ଦୁଇ ଡଜନ କୁସ୍ତିଯୋଦ୍ଧା ଧର୍ମଘଟରେ ବସିଥିଲେ।

Related posts