ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ: ଜାଣନ୍ତୁ କେଉଁଠି ଏବଂ କେବେ ହେବ ମ୍ୟାଚ

Published: Jan 21, 2023, 2:03 pm IST

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଅନ୍ତିମ ମ୍ୟାଚ୍ ତାରିଖ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, କିନ୍ତୁ ସୂଚନା ମୁତାବକ ଲଣ୍ଡନର ‘ଓଭାଲ୍’ କ୍ରିକେଟ୍ ଗ୍ରାଉଣ୍ଡରେ ଜୁନ୍ ୮ ରୁ ୧୨ ତାରିଖ ମଧ୍ୟରେ ଖେଳାଯାଇପାରେ। ଏହି ମ୍ୟାଚ୍ ପାଇଁ ଏକ ରିଜର୍ଭ ଦିନ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଖବର ଅଛି, ଯଦି ବର୍ଷା ହେତୁ ସମୟ ନଷ୍ଟ ହୁଏ, ତେବେ ଏହି ଦିନକୁ ବ୍ୟବହାର କରାଯାଇପାରେ।

TOI ର ଏକ ରିପୋର୍ଟରେ, ଏକ ନିର୍ଭରଯୋଗ୍ୟ ଉତ୍ସକୁ ଉଦ୍ଧୃତ କରି ଏହି ସୂଚନା ପ୍ରକାଶ ପାଇଛି। ଯଦି ଏହା ଘଟେ, ତେବେ ଆଇପିଏଲ୍ ଫାଇନାଲ୍ ଏବଂ ଡବ୍ଲୁଟିସି ଫାଇନାଲ୍ ମଧ୍ୟରେ ଖେଳାଳିମାନେ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ। ଉଲ୍ଲେଖନୀୟ କଥା ହେଉଛି, ଆଇପିଏଲର ଫାଇନାଲ ସମ୍ଭବତଃ ମେ ମାସର ଶେଷ ସପ୍ତାହରେ ଖେଳାଯିବ। ଏଭଳି ପରିସ୍ଥିତିରେ ଖେଳାଳିମାନେ WTC ଫାଇନାଲ ପାଇଁ ପ୍ରାୟ ଦୁଇ ସପ୍ତାହ ପାଇବେ।

WTC ଫାଇନାଲ ପ୍ରତିଯୋଗୀ ଦଳ :

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ଅଛି। ଏହି ଚାମ୍ପିଅନସିପ୍ ଅଧୀନରେ ତିନୋଟି ଟେଷ୍ଟ ସିରିଜର କେବଳ ୮ ଟି ମ୍ୟାଚ୍ ଖେଳାଯିବା ବାକି ଅଛି। ଏହି ଆଠଟି ମ୍ୟାଚ୍ ର ଫଳାଫଳ ଦୁଇଟି ଦଳ ସ୍ଥିର କରିବ ଯାହା WTC ଫାଇନାଲରେ ପହଞ୍ଚିବ। ବର୍ତ୍ତମାନ ଏହି ରେସରେ ଅଷ୍ଟ୍ରେଲିଆ ଏବଂ ଭାରତ ଆଗରେ ଅଛନ୍ତି। ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକାର ଦଳ ମଧ୍ୟ ଫାଇନାଲରେ ପ୍ରବେଶ କରିବେ ବୋଲି ଆଶା କରାଯାଉଛି।

WTC ଫାଇନାଲ ପାଇଁ ଅଷ୍ଟ୍ରେଲିଆର ଦଳ ପ୍ରାୟ ସ୍ଥାନ ନିଶ୍ଚିତ କରିଛି। ଯଦିଓ ଏହା ଭାରତ ବିପକ୍ଷ ଆଗାମୀ ବର୍ଡର-ଗାଭାସ୍କର ଟ୍ରଫିକୁ ୦-୩ ରେ ପରାଜିତ ହୁଏ, ତଥାପି ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିବ। ଯଦି ୦-୪ ରେ ପରାଜୟ ବରଣ କରେ ତାଙ୍କୁ ଅନ୍ୟ ଦଳର ମ୍ୟାଚ୍ ଉପରେ ନିର୍ଭର କରିବାକୁ ପଡିବ। ଏଥି ସହିତ ଯଦି ଭାରତୀୟ ଦଳ ଏହି ସିରିଜକୁ ୩-୧ ରେ ଜିତେ, ତେବେ ଦଳ ଫାଇନାଲରେ ମଧ୍ୟ ପହଞ୍ଚିବ। ଯଦି ଭାରତୀୟ ଦଳର ପ୍ରଦର୍ଶନ ଏହାଠାରୁ କମ୍ ହୁଏ, ତେବେ ଦଳକୁ ଅନ୍ୟ ଦଳର ମ୍ୟାଚ୍ ଉପରେ ନିର୍ଭର କରିବାକୁ ପଡିବ।

Related posts