ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍‌: ଆଜି ଫାଇନାଲ, ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

Published: Jan 29, 2023, 12:28 pm IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍ ଆଜି ଖେଳାଯିବ। ଏହି ଟାଇଟଲ୍ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡର ଅଣ୍ଡର-୧୯ ମହିଳା ଦଳ ମଧ୍ୟରେ ପୋଟଫେଷ୍ଟରୁମରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଉପରେ ଟିମ୍ ଇଣ୍ଡିଆର ନଜର ରହିବ। ଭାରତର ଅଣ୍ଡର-୧୯ ମହିଳା ଟି-୨୦ ଦଳ ବିଶ୍ୱକପରେ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ସେମିଫାଇନାଲରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ଯେଉଁଭଳି ଭାବେ ପରାସ୍ତ କରିଛି ତାହା ଦେଖେଳାଳିମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ମୁଁ କେବଳ ଜନ୍ମଦିନର ଉପହାର ଭାବରେ ତୁମଠାରୁ ବିଶ୍ୱକପ ଟ୍ରଫି ଚାହୁଁଛି।

ଭାରତର ଜାତୀୟ ମହିଳା କ୍ରିକେଟ୍ ଦଳର ବିସ୍ଫୋରକ ଓପନର୍ ଶେଫାଳୀ ବର୍ମା ଅଣ୍ଡର-୧୯ ମହିଳା ଟି -୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଧିନାୟକ ଅଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଜାନୁଆରୀ ୨୮ ତାରିଖରେ ଶେଫାଳୀ ତାଙ୍କର ୧୯ ତମ ଜନ୍ମଦିନ ପାଳନ କରିଥିଲେ।

ଭାରତ ଅଣ୍ଡର-୧୯ ମହିଳା ଟି -୨୦ ବିଶ୍ୱକପ ଦଳ: ଶେଫାଳୀ ବର୍ମା (କ୍ୟାପଟେନ), ରିଚା ଘୋଷ (ୱିକେଟ୍ ରକ୍ଷକ), ଟିଟସ୍ ସାଧୁ, ଶ୍ୱେତା ସେହରାୱତ, ସୋନିଆ ମେନ୍ଧିଆ, ଗାଙ୍ଗାଡି ତ୍ରିଶା, ସୋପାଧଣ୍ଡି ଯଶଶ୍ରୀ, ସୌମ୍ୟା ତିୱାରୀ, ହର୍ଲି ଗାଲା, ଅର୍ଚ୍ଚନା ଦେବୀ, ସୋନମ ଯାଦବ ,ଋଷିତା ବସୁ, ପାର୍ଶ୍ଵିଚୋପ୍ରା, ଫଲକ ନାଜ, ମନ୍ନତ କଶ୍ୟପ, ଶବନମ ଏମଡି।

ଇଂଲଣ୍ଡ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଦଳ: ଗ୍ରେସ୍ ସ୍କ୍ରାଇଭେନ୍ସ (ଅଧିନାୟକ), ଲିଜି ସ୍କଟ୍, ମ୍ୟାଡି ୱାର୍ଡ, ଲିବର୍ଟି ହିପ୍, ନିୟା ହଲାଣ୍ଡ, ହନ୍ନାହ ବେକର୍, ଜୋସି ଗ୍ରୋଭସ୍,
ଏଲି ଆଣ୍ଡରସନ୍, ରିଆନ୍ ମ୍ୟାକଡୋନାଲ୍ଡ-ଗେ, ଆଲେକ୍ସା ଷ୍ଟୋନ୍ ହାଉସ୍, ସେରେନ୍ ସ୍ମେଲେ, ଡେଭିନା ପେରିନ୍, ଏମା ମାର୍ଲୋ, ସୋଫିଆ ସ୍ମାଲେ, ଚାରିସ୍ ପାୱେଲି।

Related posts