ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ୍, ଜାଣନ୍ତୁ କେଉଁଠାରେ ଦେଖିବେ ଫାଇନାଲ ମ୍ୟାଚ୍

Published: Jan 30, 2023, 1:56 pm IST

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବର୍ତ୍ତମାନ ୧-୧ ରେ ସମାନ ରହିଛି। ରାଞ୍ଚିରେ ପ୍ରଥମ ଟି-୨୦ ମ୍ୟାଚ୍ ହାରିଯିବା ପରେ ଲକ୍ଷ୍ନୌରେ ରୋମାଞ୍ଚକର ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜକୁ ଫେରିଛି। ବର୍ତ୍ତମାନ ଏହି ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ଏହି ମ୍ୟାଚର ଫଳାଫଳ ସିରିଜର ବିଜେତା ସ୍ଥିର କରିବ।

ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସମାନ ଲଢେଇ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୨୪ ଟି-୨୦ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଭାରତ ୧୧ ଏବଂ ନ୍ୟୁଜିଲାଣ୍ଡ ୧୦ ଟି ଜିତିଛି। ଦୁଇ ଦଳ ମଧ୍ୟରେ ୩ ଟି ମ୍ୟାଚ୍ ଟାଇ ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ଅହମ୍ମଦାବାଦରେ ହେବାକୁ ଥିବା ସିରିଜର ଅନ୍ତିମ ମ୍ୟାଚ୍ ଅତ୍ୟନ୍ତ ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି।

କେବେ ଏବଂ କେଉଁଠାରେ ମ୍ୟାଚ୍ ଦେଖିବେ?:

ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-୨୦ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ବୁଧବାର (ଫେବୃଆରୀ ୧ ତାରିଖ) ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ। ଏହି ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବ। ଏହି ମ୍ୟାଚର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସ ନେଟୱାର୍କର ବିଭିନ୍ନ ଚ୍ୟାନେଲରେ କରାଯିବ। ଡିସ୍ନି + ହଟଷ୍ଟାର ଆପରେ ଲାଇଭ୍ ଷ୍ଟ୍ରିମିଂ ଉପଲବ୍ଧ ହେବ।

Related posts