Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡିସିବି ପ୍ରିମିଅର ଲିଗ ସିଜନ- ୧ ଉଦଯାପିତ
ଆଞ୍ଚଳିକ

ଡିସିବି ପ୍ରିମିଅର ଲିଗ ସିଜନ- ୧ ଉଦଯାପିତ

January 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟାଡିଅମ, ମଞ୍ଚେଶ୍ୱର ଠାରେ ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରାୟ ଦେଢ଼ ମାସ ଧରି ଚାଲିଥିବା ବେଳେ ରବିବାର ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀପ ରାଉତରାୟ (ଆଇ ଏଏସ), ପ୍ରଶାନ୍ତ କୁମାର ମହାପାତ୍ର ମ୍ୟାନେଜିଙ୍ଗ ଡାଇରେକ୍ଟର, (ଓପିଜିସି), ଅଶ୍ୱିନୀ ବିୟାଲା (ଏଚଡିଏଫସି ଲାଇଫ ମୁଖ୍ୟ), ସତ୍ୟଜିତ ମହାନ୍ତି (ଭିପି କ୍ୱାଲିଟି ଇନ୍ଫୋସିସ) ଏବଂ ଦୁର୍ଗା ପ୍ରସାଦ ରଥ (ଡି ସି ବି ବ୍ରାଞ୍ଚ ବ୍ୟାଙ୍କିଙ୍ଗ ମୁଖ୍ୟ) ଯୋଗ ଦେଇଥିଲେ।

ଉଦଯାପନୀ ଦିବସ ଫାଇନାଲ ମ୍ୟାଚରେ ଇନ୍ଫୋସିସ ଏବଂ ଡିସିବି ବ୍ୟାଙ୍କ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଇନ୍ଫୋସିସ ଦଳ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।  ଡିସିବି ବ୍ୟାଙ୍କ ଦଳ କୋଡିଏ ଓଭର ରେ ୫ ଟି ୱିକେଟ ହରାଇ ସମୁଦାୟ ୧୩୪ ରନ୍ ସଂଗ୍ରହ କରିଥିବା ବେଳେ ବିପକ୍ଷ ଇନ୍ଫୋସିସ ଦଳ ୧୯.୩ ଓଭରରେ ୬ ୱିକେଟ ହରାଇ ୧୩୫ ରନ୍ କରି ସିଜିନ ୧ ର ଚମ୍ପିୟାନ ହୋଇଛନ୍ତି।

ଇନ୍ଫୋସିସ ଦଳର ପାର୍ଥ ସାମଲ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ଡିସିବି ବ୍ୟାଙ୍କ ଦଳର ଦେବ କଲ୍ୟାଣ ମ୍ୟାନ ଅଫ ଦି ସିରିଜ ହେବା ସହିତ ଶ୍ରେଷ୍ଠ ବୋଲର ଘୋଷଣା ହୋଇଥିଲେ। ସେହିପରି ଡିସିବି ବ୍ୟାଙ୍କ ଦଳର ଦେବରାଜ କର ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ହୋଇଥିବା ବେଳେ ଇନ୍ଫୋସିସ ଦଳର ପ୍ରଭିନ କୁମାର ଶ୍ରେଷ୍ଠ ଫିଲଡର ବିବେଚିତ ହୋଇଥିଲେ।

ଫାଇନାଲ ମ୍ୟାଚ ଦେଖିବା ପାଇଁ ଅନେକ କ୍ରିକେଟ ପ୍ରେମୀ ଦର୍ଶକ ରୁଣ୍ଡ ହୋଇଥିଲେ।  ଫାଇନାଲ ମ୍ୟାଚ ଭାରି ଚିତାକର୍ଷକ ହୋଇଥିବା ବେଳେ ଉପସ୍ଥିତ କ୍ରିକେଟ ପ୍ରେମୀ ଦର୍ଶକଙ୍କ ତାଳିରେ ଷ୍ଟାଡିଅମ କମ୍ପୁଥିଲା। ଡିସିବି ବ୍ୟାଙ୍କ ର ଆୟୋଜକଙ୍କ କହିବା କଥା ଏବର୍ଷ ଆରମ୍ଭ, ଏମିତି ଆଗକୁ ପ୍ରତ୍ୟେକ ବର୍ଷ ଖୁବ ସୁନ୍ଦର ପରିକଳ୍ପନା ସହିତ ଆୟୋଜନ କରିବ ଡିସିବି ବ୍ୟାଙ୍କ।

ଆୟୋଜକ ଅବିନାଶ ରଥ, ସମ୍ପଦ ପଟ୍ଟନାୟକ, ପ୍ରିୟବ୍ରତ ସାମଲ, ଗୌରୀ ଶଙ୍କର ସାମନ୍ତରାୟଙ୍କ ସମେତ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ରହି ସମସ୍ତ କର୍ପୋରେଟ ସେକ୍ଟରର ମୁଖ୍ୟ ତଥା ସହଯୋଗୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଡିସିବି ର ଏହି ମହତ ଉଦ୍ଦେଶ୍ୟର ଢେର ପ୍ରଶଂସା କରିବା ସହିତ ମିଡ଼ିଆକୁ ତଥ୍ୟ ପ୍ରଦାନ କରିଥିଲେ। ସମସ୍ତ ମୁଖ୍ୟ ଅତିଥି ଦ୍ୱାରା “ଡିସିବି ପ୍ରିମିୟର ଲିଗ ସିଜନ ୧” ର ଚମ୍ପିୟାନ ଟ୍ରଫି ଇନ୍ଫୋସିସ ଦଳକୁ ପ୍ରଦାନ କରାଯାଇଥିଲା। ଡିସିବି ବ୍ୟାଙ୍କର ଏମିତି ଏକ ପଦକ୍ଷେପ ପାଇଁ ଉପସ୍ଥିତ ଅତିଥି ଗଣ ଖୁବ ପ୍ରଂଶସା କରିଥିଲେ।

ଡିସିବି ପ୍ରିମିଅର ଲିଗ ମଞ୍ଚେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ଆଜିର IPL ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ କି ବର୍ଷା: ଜାଣନ୍ତୁ ପିଚ୍ ଏବଂ ପାଣିପାଗ ରିପୋର୍ଟ

March 30, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026
Latest News

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.