Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପରିଚାଳିତ ମଞ୍ଚେଶ୍ୱର ସ୍ଥିତ ଶିଶୁନିକେତନ ନବୀକରଣ

ଭୁବନେଶ୍ଵର: ସଵାରୀ ଗାଡି ମରାମତି କାରଖାନା ମଞ୍ଚେଶ୍ୱର ମହିଳା କଲ୍ୟାଣ ସଂଗଠନ ପରିଚାଳିତ ଶିଶୁ ନିକେତନର ନବୀକରଣକୁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ)ର ସଭାପତି ଦିବ୍ୟା ଶର୍ମା ସଂଗଠନର କାର୍ଯ୍ୟକାରିଣୀ ସଦସ୍ୟା ଡୋଲା ମୋୖଇତ୍ର ଏବଂ ମଞ୍ଚେଶ୍ୱର ମହିଳା କଲ୍ୟାଣ ସଂଗଠନର ସଭାପତି ନିବେଦିତା କରଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି।

ଏହି ଅବସରରେ ଶିଶୁ ନିକେତନର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୂର୍ବତଟ ରେଳପଥ ମଞ୍ଚେଶ୍ୱର ସ୍ଥିତ ମହିଳା କଲ୍ୟାଣ ସଂଗଠନର ସମ୍ପାଦିକା ଶ୍ରୀମତୀ ପ୍ରଜ୍ଞା ମହାପାତ୍ର ସଂଯୋଜନା କରିଥିଲେ।

Categories
ଆଞ୍ଚଳିକ ଖେଳ

ଡିସିବି ପ୍ରିମିଅର ଲିଗ ସିଜନ- ୧ ଉଦଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟାଡିଅମ, ମଞ୍ଚେଶ୍ୱର ଠାରେ ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରାୟ ଦେଢ଼ ମାସ ଧରି ଚାଲିଥିବା ବେଳେ ରବିବାର ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀପ ରାଉତରାୟ (ଆଇ ଏଏସ), ପ୍ରଶାନ୍ତ କୁମାର ମହାପାତ୍ର ମ୍ୟାନେଜିଙ୍ଗ ଡାଇରେକ୍ଟର, (ଓପିଜିସି), ଅଶ୍ୱିନୀ ବିୟାଲା (ଏଚଡିଏଫସି ଲାଇଫ ମୁଖ୍ୟ), ସତ୍ୟଜିତ ମହାନ୍ତି (ଭିପି କ୍ୱାଲିଟି ଇନ୍ଫୋସିସ) ଏବଂ ଦୁର୍ଗା ପ୍ରସାଦ ରଥ (ଡି ସି ବି ବ୍ରାଞ୍ଚ ବ୍ୟାଙ୍କିଙ୍ଗ ମୁଖ୍ୟ) ଯୋଗ ଦେଇଥିଲେ।

ଉଦଯାପନୀ ଦିବସ ଫାଇନାଲ ମ୍ୟାଚରେ ଇନ୍ଫୋସିସ ଏବଂ ଡିସିବି ବ୍ୟାଙ୍କ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଇନ୍ଫୋସିସ ଦଳ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।  ଡିସିବି ବ୍ୟାଙ୍କ ଦଳ କୋଡିଏ ଓଭର ରେ ୫ ଟି ୱିକେଟ ହରାଇ ସମୁଦାୟ ୧୩୪ ରନ୍ ସଂଗ୍ରହ କରିଥିବା ବେଳେ ବିପକ୍ଷ ଇନ୍ଫୋସିସ ଦଳ ୧୯.୩ ଓଭରରେ ୬ ୱିକେଟ ହରାଇ ୧୩୫ ରନ୍ କରି ସିଜିନ ୧ ର ଚମ୍ପିୟାନ ହୋଇଛନ୍ତି।

ଇନ୍ଫୋସିସ ଦଳର ପାର୍ଥ ସାମଲ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ଡିସିବି ବ୍ୟାଙ୍କ ଦଳର ଦେବ କଲ୍ୟାଣ ମ୍ୟାନ ଅଫ ଦି ସିରିଜ ହେବା ସହିତ ଶ୍ରେଷ୍ଠ ବୋଲର ଘୋଷଣା ହୋଇଥିଲେ। ସେହିପରି ଡିସିବି ବ୍ୟାଙ୍କ ଦଳର ଦେବରାଜ କର ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ହୋଇଥିବା ବେଳେ ଇନ୍ଫୋସିସ ଦଳର ପ୍ରଭିନ କୁମାର ଶ୍ରେଷ୍ଠ ଫିଲଡର ବିବେଚିତ ହୋଇଥିଲେ।

ଫାଇନାଲ ମ୍ୟାଚ ଦେଖିବା ପାଇଁ ଅନେକ କ୍ରିକେଟ ପ୍ରେମୀ ଦର୍ଶକ ରୁଣ୍ଡ ହୋଇଥିଲେ।  ଫାଇନାଲ ମ୍ୟାଚ ଭାରି ଚିତାକର୍ଷକ ହୋଇଥିବା ବେଳେ ଉପସ୍ଥିତ କ୍ରିକେଟ ପ୍ରେମୀ ଦର୍ଶକଙ୍କ ତାଳିରେ ଷ୍ଟାଡିଅମ କମ୍ପୁଥିଲା। ଡିସିବି ବ୍ୟାଙ୍କ ର ଆୟୋଜକଙ୍କ କହିବା କଥା ଏବର୍ଷ ଆରମ୍ଭ, ଏମିତି ଆଗକୁ ପ୍ରତ୍ୟେକ ବର୍ଷ ଖୁବ ସୁନ୍ଦର ପରିକଳ୍ପନା ସହିତ ଆୟୋଜନ କରିବ ଡିସିବି ବ୍ୟାଙ୍କ।

ଆୟୋଜକ ଅବିନାଶ ରଥ, ସମ୍ପଦ ପଟ୍ଟନାୟକ, ପ୍ରିୟବ୍ରତ ସାମଲ, ଗୌରୀ ଶଙ୍କର ସାମନ୍ତରାୟଙ୍କ ସମେତ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ରହି ସମସ୍ତ କର୍ପୋରେଟ ସେକ୍ଟରର ମୁଖ୍ୟ ତଥା ସହଯୋଗୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଡିସିବି ର ଏହି ମହତ ଉଦ୍ଦେଶ୍ୟର ଢେର ପ୍ରଶଂସା କରିବା ସହିତ ମିଡ଼ିଆକୁ ତଥ୍ୟ ପ୍ରଦାନ କରିଥିଲେ। ସମସ୍ତ ମୁଖ୍ୟ ଅତିଥି ଦ୍ୱାରା “ଡିସିବି ପ୍ରିମିୟର ଲିଗ ସିଜନ ୧” ର ଚମ୍ପିୟାନ ଟ୍ରଫି ଇନ୍ଫୋସିସ ଦଳକୁ ପ୍ରଦାନ କରାଯାଇଥିଲା। ଡିସିବି ବ୍ୟାଙ୍କର ଏମିତି ଏକ ପଦକ୍ଷେପ ପାଇଁ ଉପସ୍ଥିତ ଅତିଥି ଗଣ ଖୁବ ପ୍ରଂଶସା କରିଥିଲେ।

Categories
ଆଞ୍ଚଳିକ

ଡିସିବି ପ୍ରିମିଅର ଲିଗ ସିଜନ- ୧ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଇନଫୋସିସକୁ ହରାଇ ଜିତିଲା ଆୟୋଜକ ଦଳ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟାଡିଅମ, ମଞ୍ଚେଶ୍ୱର ଠାରେ ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇତି ମଧ୍ୟରେ ଚତୁର୍ଥ ଦିନରେ ପହଁଚିଛି। ଆଜି ଅଷ୍ଟମ ମ୍ୟାଚ ଡିସିବି ଏବଂ ଇନଫୋସିସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଡିସିବି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଡିସିବି ନିର୍ଦ୍ଧାରିତ ୨୦ ଓଭର ଖେଳି ୨ ଟି ୱିକେଟ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲେ। ବିପକ୍ଷ ଇନଫୋସିସ ଦଳ ୨୦ ଓଭର ରେ ୯ ୱିକେଟ ହରାଇ ସମୁଦାୟ ୧୨୭ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲେ।

ଆୟୋଜକ ଡିସିବି ଦଳର ଅଧିନାୟକ ଅବିନାଶ ରଥ ଗୋଟିଏ ୱିକେଟ ନେବା ସହିତ ୪୭ ବଲ ରେ ୬୦ ରନ୍ (ନଟ ଆଉଟ) ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ଆଜିର ମ୍ୟାଚ ଭାରି ଚିତାକର୍ଷକ ହୋଇଥିବା ବେଳେ ଉପସ୍ଥିତ କ୍ରିକେଟ ପ୍ରେମୀ ଦର୍ଶକଙ୍କ ତାଳିରେ ଷ୍ଟାଡିଅମ କମ୍ପୁଥିଲା। ଡିସିବି ବ୍ୟାଙ୍କର ଏଭଳି ପଦକ୍ଷେପକୁ ସ୍ଥାନୀୟ ଦର୍ଶକମାନେ ପ୍ରଶଂସା କରିଥିଲେ।

ଆୟୋଜକଙ୍କ କହିବା ଅନୁସାରେ ଆଗକୁ ଥିବା ମ୍ୟାଚଗୁଡିକ ଆସନ୍ତା ୧୫ ଏବଂ ୨୨ ଜାନୁଆରୀ (ରବିବାର) ଦିନ ହେବା ସହିତ ଫାଇନାଲ ମ୍ୟାଚ ୨୯ ଜାନୁଆରୀ ରବିବାର ଦିନ ରେଲୱେ ଷ୍ଟାଡ଼ିଅମ, ମଞ୍ଚେଶ୍ୱରଠାରେ ହେବ।

ଏହି କାର୍ଯ୍ୟକ୍ରମର ଖୁବ ସୁନ୍ଦର ପରିକଳ୍ପନା ତଥା ଆୟୋଜକ ଡିସିବିର ଅବିନାଶ ରଥ, ସମ୍ପଦ ପଟ୍ଟନାୟକ, ପ୍ରିୟବ୍ରତ ସାମଲ, ଗୌରୀ ଶଙ୍କର ସାମନ୍ତରାୟଙ୍କ ସମେତ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ।

ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଡିସିବି ର ଏହି ମହତ ଉଦ୍ଦେଶ୍ୟର ଢେର ପ୍ରଶଂସା କରିବା ସହିତ ମିଡ଼ିଆକୁ ତଥ୍ୟ ପ୍ରଦାନ କରିଥିଲେ। ଡିସିବି ପ୍ରିମିୟର ଲିଗ ସିଜନ ୧ -୨୦୨୩ ଫାଇନାଲ ମ୍ୟାଚର ପୁରସ୍କାର ବିତରଣ ତଥା ଉଦଯାପନୀ ଦିବସ ଖୁବ ଧୂମଧାମ ରେ ପାଳନ ହେବ ବୋଲି ଆୟୋଜକ ଡିସିବି କତୃପକ୍ଷ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନୀରିକ୍ଷଣ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହିତ ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ନୀରିକ୍ଷଣ କରିଛନ୍ତି।

ନୀରିକ୍ଷଣ ସମୟରେ ମହାପ୍ରବନ୍ଧକ କୋଚମାନଙ୍କର ମରାମତି ସମୀକ୍ଷା କରିଥିଲେ।  ଯାତ୍ରୀମାନଙ୍କ ସୁବିଧାଗୁଡ଼ିକର ରକ୍ଷଣାବେକ୍ଷଣ ତଥା ଆଧୁନିକୀକରଣ ଉପରେ ଉନ୍ନତ ମାନର ସିଟ୍, ଚଟାଣ, ଶୌଚାଳୟ ସଫା କରିବା ସହଜ, ଅଗ୍ନି ନିରାପତ୍ତା, ମୋବାଇଲ୍ ଚାର୍ଜିଂ ପଏଣ୍ଟ ଏବଂ ଜରୁରୀକାଳୀନ ଆଲୋକ ଉପରେ ଶ୍ରୀ ସୁନକର ଗୁରୁତ୍ୱାରୋପ କରିଥିଲେ। ଉତ୍ପାଦନ ବୃଦ୍ଧି ପାଇଁ ନିଆଯାଇଥିବା ପ୍ରକ୍ରିୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ପଦକ୍ଷେପ ଗୁଡିକୁ ମଧ୍ୟ ସେ ନିରୀକ୍ଷଣ କରିଥିଲେ।

ଶ୍ରୀ ସୁନକର ମଧ୍ୟ କୋଚ ଗୁଡିକରେ ଆଧୁନିକ ଯାତ୍ରୀ ପରିସେବା ଓ ଅନ୍ୟାନ ସୁବିଧା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ସିଟିଆରବି ମାଉଣ୍ଟିଙ୍ଗ ବିଭାଗକୁ ଉଦ୍ଘାଟନ କରିଥିଲେ।

ଟ୍ରେନ କୋଚ ଗୁଡିକରେ ଆଧୁନିକ ଜ୍ଞାନକୌଶଳ ଓ ଯାତ୍ରୀ ପରିସେବା ଯୋଗାଇଦେବା ସହିତ ଯାତ୍ରୀ ମାନଙ୍କୁ ଟ୍ରେନରେ ଯାତ୍ରା ସମୟରେ ଆରାମଦାୟକ ସୁବିଧା ଉପଲବ୍ଧ କରାଇବାକୁ ମାନ୍ୟବର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁତ୍ୱାରୋପ କରିଆସୁଛନ୍ତି।

ପୂର୍ବତଟ ରେଳପଥର ପ୍ରମୁଖ ଯାନ୍ତ୍ରିକ ଯନ୍ତ୍ରୀ ଆର. ରାଜାଗୋପାଳ ଏହି ନୀରିକ୍ଷଣ ସମୟରେ ମହାପ୍ରବନ୍ଧକଙ୍କୁ ସହାୟତା କରିଥିବାବେଳେ ରେଳଡବା ମରାମତି କାରଖାନାର ମୁଖ୍ୟ କାରଖାନା ପ୍ରବନ୍ଧକ (CWM) ଏସ୍ ସି କର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Categories
ଆଞ୍ଚଳିକ ଖେଳ

ପୂର୍ବତଟ ରେଳବାଇ କ୍ରୀଡା ସଂଘ, ମଞ୍ଚେଶ୍ୱର ତରଫରୁ ବାର୍ଷିକ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଘାଟିତ

ଭୁବନେଶ୍ବର: ଆଜି ପୂର୍ବତଟ ରେଳବାଇ କ୍ରୀଡା ସଂଘ, ମଞ୍ଚେଶ୍ୱର ତରଫରୁ ସ୍ଥାନୀୟ ରେଳବାଇ ଇନଡୋର ଷ୍ଟାଡିୟମରେ ବାର୍ଷିକ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି। ମଞ୍ଚେଶ୍ୱର ରେଳଡବା କାରଖାନାର ମୂଖ୍ୟ କାରଖାନା ପ୍ରବନ୍ଧକ ସୁବାସ ଚନ୍ଦ୍ର କର ମହୋଦୟ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଏହି କ୍ରୀଡାର ଶୁଭାରମ୍ଭ କରିଥିଲେ।

ଏହି ଉତ୍ସବରେ ମଞ୍ଚେଶ୍ୱର କ୍ରୀଡା ଅଧିକାରୀ ରମେଶ କାମିନୀ ସମେତ ଅନ୍ୟ ଅଧିକାରୀଗଣ, ବିଭିନ୍ନ ସଂଗଠନର ନେତୃବୃନ୍ଦ, ମଞ୍ଚେଶ୍ୱର କ୍ରୀଡା ସଚିବ କାର୍ତ୍ତିକ ଚନ୍ଦ୍ର ମଲିକ, କୋଷାଧ୍ୟକ୍ଷ ଟି. ବିଜୟ କୁମାର ଏବଂ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏହି କ୍ରୀଡାରେ ମଞ୍ଚେଶ୍ୱର କାରଖାନାର ଅଶୀରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କର ଉତ୍ତରାଧିକାରୀ ଭାଗ ନେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆଜି ଭୁବନେଶ୍ବରରେ କେନ୍ଦ୍ର ସରକାର ପାଳନ କରିବେ ବିଶ୍ବ ମତ୍ସ୍ୟପାଳନ ଦିବସ, ଯୋଗଦେବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଭାରତ ସରକାରଙ୍କ ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟପାଳନ ବିଭାଗ ଏବଂ ଜାତୀୟ ମତ୍ସ୍ୟ ପାଳନ ବିକାଶ ବୋର୍ଡ ପକ୍ଷରୁ ଆଜି ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ‘ବିଶ୍ୱ ମତ୍ସ୍ୟପାଳନ ଦିବସ’ ସମାରୋହ ପାଳନ କରାଯିବ। ମାନ୍ୟବର କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା, କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ ମୁରୁଗାନ, ମତ୍ସ୍ୟପାଳନ ସଚିବ ଜତିନ୍ଦ୍ର ନାଥ ସ୍ୱାଇଁ, ଏନଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ସି ସୁବର୍ଣ୍ଣା, ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ଯୁଗ୍ମ ସଚିବ ସାଗର ମେହେରା, ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ ବିଭାଗ କମିଶନର ତଥା ସଚିବ ଆର. ରଘୁ ପ୍ରସାଦ ପ୍ରମୁଖ ଏହି ସମାରୋହରେ ଯୋଗ ଦେବେ।

ଓଡ଼ିଶା ସରକାରଙ୍କ ସମେତ ଅନ୍ୟ ରାଜ୍ୟର ମତ୍ସ୍ୟପାଳନ ବିଭାଗର ବରିଷ୍ଠ ଅଧିକାରୀ, ଅନ୍ୟ ସମ୍ପୃକ୍ତ ବିଭାଗ/ମନ୍ତ୍ରଣାଳୟର ଅଧିକାରୀ, ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ, ଉଦ୍ୟୋଗୀ, ଅଂଶୀଦାର, ପେସାଦାର, ଅଧିକାରୀ ଏବଂ ବୈଜ୍ଞାନିକମାନେ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ।

ଏହି କାର୍ଯ୍ୟକ୍ରମ ଅବସରରେ ଦ୍ୱିତୀୟ ଥର ପାଇଁ ମତ୍ସ୍ୟପାଳନ କ୍ଷେତ୍ରରେ ଭାରତ ସରକାର ୨୦୨୦-୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କୁ ପୁରସ୍କୃତ କରିବେ। ଅନ୍ତର୍ଦେଶୀୟ, ସାମୁଦ୍ରିକ, ପାର୍ବତ୍ୟ ଏବଂ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ର ବର୍ଗରେ ରାଜ୍ୟ, ଜିଲ୍ଲା ଓ ଅର୍ଦ୍ଧସରକାରୀ ସଂଗଠନମାନଙ୍କୁ ପୁରସ୍କୃତ କରାଯିବ। ସେହିପରି ଏହିସବୁ ବର୍ଗରେ ମତ୍ସ୍ୟ ଚାଷୀ, ଶ୍ରେଷ୍ଠ ହାଚେରୀ, ଶ୍ରେଷ୍ଠ ମତ୍ସ୍ୟପାଳନ ଉଦ୍ୟୋଗୀ, ଶ୍ରେଷ୍ଠ ମତ୍ସ୍ୟପାଳନ ସମବାୟ ସମିତି/ଏଫପିଓ, ଏଚଏଚଜି, ଶ୍ରେଷ୍ଠ ବ୍ୟକ୍ତିଗତ ଉଦ୍ୟୋଗୀ, ଶ୍ରେଷ୍ଠ ଅଭିନବ ଉପାୟ/ପ୍ରଯୁକ୍ତି/ଇନଫ୍ୟୁଜନ ଆଦିକୁ ମଧ୍ୟ ପୁରସ୍କୃତ କରାଯିବ।

ଏହି କାର୍ଯ୍ୟକ୍ରମ ଅବସରରେ ଅପରାହ୍ଣରେ ଏକ ବୈଷୟିକ ଅଧିବେଶନ ମଧ୍ୟ ଆୟୋଜନ କରାଯିବ ଯେଉଁଥିରେ ଆଇସିଏଆର-ସିଫାର ବୈଜ୍ଞାନିକମାନେ ମଧ୍ୟ ଅଂଶଗ୍ରହଣ କରିବେ। ଏ ସମସ୍ତ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାରପ୍ରସାର ଲାଗି ଲାଇଭ୍ ଟେଲିକାଷ୍ଟ କରାଯିବ।

ଭାରତ ସରକାର ନୀଳ ବିପ୍ଳବ ଜରିଆରେ ଆର୍ଥିକ କ୍ରାନ୍ତି ଆଣିବା ଲାଗି ମତ୍ସ୍ୟପାଳନ କ୍ଷେତ୍ରର ରୂପାନ୍ତରଣ ପାଇଁ ସରକାର ସକ୍ରିୟ ଭାବେ ପ୍ରୟାସ କରୁଛନ୍ତି। ଏହି କ୍ଷେତ୍ରରେ ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି, ଗୁଣବତ୍ତାରେ ସୁଧାର ଏବଂ ବର୍ଜ୍ୟ ହ୍ରାସ ଆଦି ଜରିଆରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏ କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୦୨୦ରେ “ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ପାଞ୍ଚ ବର୍ଷର ଅବଧି ମଧ୍ୟରେ ୨୦,୦୫୦ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ପିଏମଏମଏସୱାଇ ମାଧ୍ୟମରେ ମତ୍ସ୍ୟ ଉତ୍ପାଦନକୁ ବର୍ତ୍ତମାନର ୧୫.୦ ଏମଏମଟିରୁ ୨୦୨୪-୨୫ ସୁଦ୍ଧା ୨୨ ଏମଏମଟି ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି ଯାହାକି ଏହି କ୍ଷେତ୍ରରେ ଅତିରିକ୍ତ ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ।

ସାରା ବିଶ୍ୱରେ ଥିବା ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ସମ୍ପୃକ୍ତ ଅଂଶୀଦାରମାନଙ୍କ ପ୍ରତି ସମର୍ଥନ ଯୋଗାଇ ଦେବା ଲାଗି ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ମତ୍ସ୍ୟପାଳନ ଦିବସ ପାଳନ କରାଯାଇଥାଏ। ପ୍ରଥମ ଥର ପାଇଁ ୧୯୯୭ ମସିହାରେ ଏହା ଆରମ୍ଭ କରାଯାଇଥିଲା। ଏହି ସମୟରେ ନୂଆଦିଲ୍ଲୀ ଠାରେ “ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜୀବୀମାନଙ୍କର ବିଶ୍ୱ ମଞ୍ଚ”ର ବୈଠକ ଆୟୋଜନ କରାଯାଇଥିଲା। ଏଠାରେ ୧୮ଟି ଦେଶର ପ୍ରତିନିଧିମାନଙ୍କୁ ନେଇ “ବିଶ୍ୱ ମତ୍ସ୍ୟ ପାଳନ ମଞ୍ଚ” ଗଠନ କରାଯାଇଥିଲା। ସେମାନେ ଦୀର୍ଘସ୍ଥାୟୀ ମତ୍ସ୍ୟଚାଷ କାର୍ଯ୍ୟ ଏବଂ ନୀତି ସପକ୍ଷରେ ଏକ ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ। ଅତିଶୟ ମାଛଧରା, ବାସସ୍ଥଳୀ ଧ୍ୱଂସ ଏବଂ ଆମ ସାମୁଦ୍ରିକ ଓ ମଧୁର ଜଳ ଉତ୍ସର ଦୀର୍ଘସ୍ଥାୟିତ୍ୱ ପ୍ରତି ଅନ୍ୟ ଗମ୍ଭୀର ବିପଦ ପ୍ରତି ଧ୍ୟାନ ଆକର୍ଷଣ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଦୀର୍ଘସ୍ଥାୟୀ ଭଣ୍ଡାର ଓ ସୁସ୍ଥ ପରିବେଶ ସୁନିଶ୍ଚିତ କରିବା ଲାଗି ବିଶ୍ୱ ମତ୍ସ୍ୟପାଳନ କ୍ଷେତ୍ରର ପରିଚାଳନାରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱାରୋପ କରିବା ଏହି ଦିବସ ପାଳନର ଲକ୍ଷ୍ୟ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ମେଡିକାଲ୍ ଅକ୍ସିଜେନ୍ ଜେନେରେସନ୍ ପ୍ଲାଣ୍ଟ ଉଦ୍ଘାଟନ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ଏବଂ ରେଳପଥର ବିଭାଗୀୟ ପ୍ରମୁଖ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମଞ୍ଚେଶ୍ୱରର ସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ୬୦୦ ଲିଟର କ୍ଷମତା ବିଶିଷ୍ଟ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟର ଉଦଘାଟନ କରିଛନ୍ତି।

ଏହି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟକୁ ଅମ୍ଳଜାନ ଯୋଗାଣ ପାଇଁ ଆତ୍ମନିର୍ଭରଶୀଳ କରିବ। ଏହା ବ୍ୟତୀତ କୋଭିଡ ଏବଂ ଅମ୍ଳଜାନ ସପ୍ଲିମେଣ୍ଟ ଆବଶ୍ୟକ କରୁଥିବା ଅନ୍ୟ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକ ଚାହିଦା ପୁରାଣ କରିପାରିବ। ମହାପ୍ରବନ୍ଧକ ବିଦ୍ୟା ଭୂଷଣ ମଧ୍ୟ ୨୪ ଟି ଅମ୍ଳଜାନ କଂସେନଟ୍ରେଟରକୁ ଉତ୍ସର୍ଗ କରିଛନ୍ତି ଯାହା ଖୋର୍ଦ୍ଧା ରୋଡ, ୱାଲଟିୟର ଏବଂ ସମ୍ବଲପୁରର ରେଳ ମଣ୍ଡଳରେ ଥିବା ରେଳବାଇ ଚିକିତ୍ସାଳୟ ବ୍ୟତୀତ ମଞ୍ଚେଶ୍ୱର ସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟ ଦ୍ୱାରା ବ୍ୟବହୃତ ହେବ।

ମେଡିକାଲ୍ ଅମ୍ଳଜାନର ଅଭାବ ଦେଶର ବିଭିନ୍ନ ସ୍ଥାନରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ସାମ୍ନା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ରେଳ ହସ୍ପିଟାଲରେ ଅମ୍ଳଜାନର ଆତ୍ମନିର୍ଭରଶୀଳତା ପାଇଁ ଅମ୍ଳଜାନ ଜେନେରେସନ୍ (ଉତ୍ପାଦନ) ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି।