ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନୀରିକ୍ଷଣ

Published: Jan 10, 2023, 7:41 pm IST

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହିତ ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ନୀରିକ୍ଷଣ କରିଛନ୍ତି।

ନୀରିକ୍ଷଣ ସମୟରେ ମହାପ୍ରବନ୍ଧକ କୋଚମାନଙ୍କର ମରାମତି ସମୀକ୍ଷା କରିଥିଲେ।  ଯାତ୍ରୀମାନଙ୍କ ସୁବିଧାଗୁଡ଼ିକର ରକ୍ଷଣାବେକ୍ଷଣ ତଥା ଆଧୁନିକୀକରଣ ଉପରେ ଉନ୍ନତ ମାନର ସିଟ୍, ଚଟାଣ, ଶୌଚାଳୟ ସଫା କରିବା ସହଜ, ଅଗ୍ନି ନିରାପତ୍ତା, ମୋବାଇଲ୍ ଚାର୍ଜିଂ ପଏଣ୍ଟ ଏବଂ ଜରୁରୀକାଳୀନ ଆଲୋକ ଉପରେ ଶ୍ରୀ ସୁନକର ଗୁରୁତ୍ୱାରୋପ କରିଥିଲେ। ଉତ୍ପାଦନ ବୃଦ୍ଧି ପାଇଁ ନିଆଯାଇଥିବା ପ୍ରକ୍ରିୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ପଦକ୍ଷେପ ଗୁଡିକୁ ମଧ୍ୟ ସେ ନିରୀକ୍ଷଣ କରିଥିଲେ।

ଶ୍ରୀ ସୁନକର ମଧ୍ୟ କୋଚ ଗୁଡିକରେ ଆଧୁନିକ ଯାତ୍ରୀ ପରିସେବା ଓ ଅନ୍ୟାନ ସୁବିଧା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ସିଟିଆରବି ମାଉଣ୍ଟିଙ୍ଗ ବିଭାଗକୁ ଉଦ୍ଘାଟନ କରିଥିଲେ।

ଟ୍ରେନ କୋଚ ଗୁଡିକରେ ଆଧୁନିକ ଜ୍ଞାନକୌଶଳ ଓ ଯାତ୍ରୀ ପରିସେବା ଯୋଗାଇଦେବା ସହିତ ଯାତ୍ରୀ ମାନଙ୍କୁ ଟ୍ରେନରେ ଯାତ୍ରା ସମୟରେ ଆରାମଦାୟକ ସୁବିଧା ଉପଲବ୍ଧ କରାଇବାକୁ ମାନ୍ୟବର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁତ୍ୱାରୋପ କରିଆସୁଛନ୍ତି।

ପୂର୍ବତଟ ରେଳପଥର ପ୍ରମୁଖ ଯାନ୍ତ୍ରିକ ଯନ୍ତ୍ରୀ ଆର. ରାଜାଗୋପାଳ ଏହି ନୀରିକ୍ଷଣ ସମୟରେ ମହାପ୍ରବନ୍ଧକଙ୍କୁ ସହାୟତା କରିଥିବାବେଳେ ରେଳଡବା ମରାମତି କାରଖାନାର ମୁଖ୍ୟ କାରଖାନା ପ୍ରବନ୍ଧକ (CWM) ଏସ୍ ସି କର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Related posts