Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବ ତଟ ରେଳପଥର ନୂତନ ମହାପ୍ରବନ୍ଧକ ହେଲେ ମନୋଜ ଶର୍ମା

ଭୁବନେଶ୍ବର: 1985 ବ୍ୟାଚ୍ ର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ) ର ଅଧିକାରୀ ମନୋଜ ଶର୍ମା ମହାପ୍ରବନ୍ଧକ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି।

ଏହା ପୂର୍ବରୁ ଶ୍ରୀ ଶର୍ମା ମୁମ୍ବାଇରେ କେନ୍ଦ୍ରୀୟ ରେଳବାଇ (CR) ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ। ସେ ପଶ୍ଚିମ ରେଳବାଇରେ ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ)/ରତଲାମ, ଉତ୍ତର ରେଳବାଇରେ ମୁଖ୍ୟ ଇଞ୍ଜିନିୟର, ଭାରତର ଜାତୀୟ ରାଜପଥ ପ୍ରାଧିକରଣ (N.H.A.I.), ଦିଲ୍ଲୀରେ ମୁଖ୍ୟ ଜେନେରାଲ ମ୍ୟାନେଜର,ଏବଂ ଲଖନଉ ରେ ଅନୁସନ୍ଧାନ ଡିଜାଇନ୍ ଏବଂ ମାନକ ସଂଗଠନରେ ଯୁଗ୍ମ ନିର୍ଦ୍ଦେଶକ/ନିର୍ଦ୍ଦେଶକ (R.D.S.O) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଶର୍ମା 1987 ରେ ଭାରତୀୟ ରେଳବାଇରେ ଯୋଗ ଦେଇଛନ୍ତି। ସେ ରୁରକି ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ଆଇ ଆଇ ଟି ଦିଲ୍ଲୀରୁ ଏମ ଟେକ କରିଛନ୍ତି। ପ୍ରୋଜେକ୍ଟ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାରେ ତାଙ୍କର ବହୁଳ ଅଭିଜ୍ଞତା ରହିଛି।  ସେ ବିଭିନ୍ନ ମନ୍ତ୍ରଣାଳୟରେ, ଯେପରିକି RDSO,ଲଖନଉ, NHAI ଇତ୍ୟାଦି ଭଳି ବିଭିନ୍ନ ସରକାରୀ କ୍ଷେତ୍ରରେ ବିଭିନ୍ନ କ୍ଷମତାରେ କାର୍ଯ୍ୟ କରିଛନ୍ତି।

ଶ୍ରୀ ଶର୍ମା ଅତ୍ୟନ୍ତ ପ୍ରତିବଦ୍ଧ ଏବଂ ନିଷ୍ଠାପର ଅଧିକାରୀ ଏବଂ ତାଙ୍କର ଭାରତୀୟ ରେଳବାଇର କାର୍ଯ୍ୟ କାରିତା ଉପରେ ଉଜ୍ଜ୍ୱଳ ଜ୍ଞାନ ଏବଂ କାର୍ଯ୍ୟ ଦକ୍ଷତା ରହିଛି, ସକ୍ରିୟ ଆଭିମୁଖ୍ୟ ଏବଂ ସମସ୍ୟା ସମାଧାନ କୌଶଳ ରହିଛି, ସର୍ବଦା ଅତିରିକ୍ତ ଦାୟିତ୍ ବହନ କରିବାରେ ତତ୍ପର ରହିଥାନ୍ତି । ପ୍ରତ୍ୟେକ କାର୍ଯ୍ୟକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଶ୍ରୀ ଶର୍ମା ସର୍ବଦା ଭାରତୀୟ ରେଳବାଇର ଲକ୍ଷ୍ୟାଧର୍ଯ୍ୟ ପୂରଣ କରିବାରେ ଚେଷ୍ଟା କରିଥାନ୍ତି।

I.I.T, ଦିଲ୍ଲୀରୁ MTech ବ୍ୟତୀତ, ଶ୍ରୀ ଶର୍ମା ବିଭିନ୍ନ ସରକାରୀ ସଂସ୍ଥାରେ ଏବଂ ମନ୍ତ୍ରଣାଳୟରେ ଭିନ୍ନ ଭିନ୍ନ କ୍ଷମତାରେ କାର୍ଯ୍ୟ କରୁଥିବାବେଳେ ବହୁ ବର୍ଷ ଧରି ସେହି ସବୁ କାର୍ଯ୍ୟ ଶୈଳୀର ଦକ୍ଷତା ଏବଂ ଅଭିଜ୍ଞତା କୁ ଏକାଠି କରିବାରେ ସଫଳ ହେଇଛନ୍ତି।  ଏତଦବ୍ୟତୀତ ଶ୍ରୀ ଶର୍ମା 2011 ମସିହାରେ ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନରୁ ତାଙ୍କର ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ପାଠ୍ୟକ୍ରମ ମଧ୍ୟ ସମ୍ପୂର୍ଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନୀରିକ୍ଷଣ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହିତ ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ନୀରିକ୍ଷଣ କରିଛନ୍ତି।

ନୀରିକ୍ଷଣ ସମୟରେ ମହାପ୍ରବନ୍ଧକ କୋଚମାନଙ୍କର ମରାମତି ସମୀକ୍ଷା କରିଥିଲେ।  ଯାତ୍ରୀମାନଙ୍କ ସୁବିଧାଗୁଡ଼ିକର ରକ୍ଷଣାବେକ୍ଷଣ ତଥା ଆଧୁନିକୀକରଣ ଉପରେ ଉନ୍ନତ ମାନର ସିଟ୍, ଚଟାଣ, ଶୌଚାଳୟ ସଫା କରିବା ସହଜ, ଅଗ୍ନି ନିରାପତ୍ତା, ମୋବାଇଲ୍ ଚାର୍ଜିଂ ପଏଣ୍ଟ ଏବଂ ଜରୁରୀକାଳୀନ ଆଲୋକ ଉପରେ ଶ୍ରୀ ସୁନକର ଗୁରୁତ୍ୱାରୋପ କରିଥିଲେ। ଉତ୍ପାଦନ ବୃଦ୍ଧି ପାଇଁ ନିଆଯାଇଥିବା ପ୍ରକ୍ରିୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ପଦକ୍ଷେପ ଗୁଡିକୁ ମଧ୍ୟ ସେ ନିରୀକ୍ଷଣ କରିଥିଲେ।

ଶ୍ରୀ ସୁନକର ମଧ୍ୟ କୋଚ ଗୁଡିକରେ ଆଧୁନିକ ଯାତ୍ରୀ ପରିସେବା ଓ ଅନ୍ୟାନ ସୁବିଧା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ସିଟିଆରବି ମାଉଣ୍ଟିଙ୍ଗ ବିଭାଗକୁ ଉଦ୍ଘାଟନ କରିଥିଲେ।

ଟ୍ରେନ କୋଚ ଗୁଡିକରେ ଆଧୁନିକ ଜ୍ଞାନକୌଶଳ ଓ ଯାତ୍ରୀ ପରିସେବା ଯୋଗାଇଦେବା ସହିତ ଯାତ୍ରୀ ମାନଙ୍କୁ ଟ୍ରେନରେ ଯାତ୍ରା ସମୟରେ ଆରାମଦାୟକ ସୁବିଧା ଉପଲବ୍ଧ କରାଇବାକୁ ମାନ୍ୟବର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁତ୍ୱାରୋପ କରିଆସୁଛନ୍ତି।

ପୂର୍ବତଟ ରେଳପଥର ପ୍ରମୁଖ ଯାନ୍ତ୍ରିକ ଯନ୍ତ୍ରୀ ଆର. ରାଜାଗୋପାଳ ଏହି ନୀରିକ୍ଷଣ ସମୟରେ ମହାପ୍ରବନ୍ଧକଙ୍କୁ ସହାୟତା କରିଥିବାବେଳେ ରେଳଡବା ମରାମତି କାରଖାନାର ମୁଖ୍ୟ କାରଖାନା ପ୍ରବନ୍ଧକ (CWM) ଏସ୍ ସି କର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ-ପାରାଦୀପ ରେଳ ମାର୍ଗ ଯାଞ୍ଚ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ପାରାଦୀପ ଗସ୍ତରେ ଯାଇ କଟକ-ପାରାଦୀପ ରେଳ ମାର୍ଗରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି। ଏହି ସମୟରେ ଟ୍ରାଫିକ ସୁବିଧା ତଥା ବିନା କୌଣସି ପ୍ରତିବନ୍ଧକରେ ଟ୍ରେନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ସମ୍ବନ୍ଧରେ ଆଲୋଚନା କରିଛନ୍ତି।

ଶ୍ରୀ ସୁନକର ମଧ୍ୟ ପାରାଦୀପ ଅଞ୍ଚଳରେ ରେଳବାଇର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ଓ ନୀରିକ୍ଷଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଶ୍ରୀ ସୁନକର ରେଳବାଇର ବିଭିନ୍ନ ଷ୍ଟେକ ହୋଲ୍ଡର (ସହଭାଗୀ) ମାନଙ୍କର ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ପଣ୍ୟ ବୋଝେଇ ଓ ପଣ୍ୟ ବୋଝ ଉତାରିବା (ଅନଲୋଡିଂ) ପାଇଁ ବିଭିନ୍ନ ରେଳ ସାଇଡିଙ୍ଗ ପରିଦର୍ଶନ କରିଥିଲେ। ପରିବହନ ଏବଂ ଟ୍ରାଫିକ ସୁବିଧା କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସେ ସହଭାଗୀ ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶୀଘ୍ର ସମାପ୍ତ କରାଇବା ଓ ପରିବହନ ସୁବିଧା କରାଇ ଏହାର ବୃଦ୍ଧି ଘଟାଇବା ସହ ରାଜସ୍ୱ ବୃଦ୍ଧି ପାଇଁ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବ ତଟ ରେଳପଥର ନୂତନ ମହାପ୍ରବନ୍ଧକ ହେଲେ ରୁପ୍ ନାରାୟଣ ସୁନକର

ଭୁବନେଶ୍ଵର: ୧୯୮୫ ବ୍ୟାଚ୍ ର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ) ର ଅଧିକାରୀ ରୁପ ନାରାୟଣ ସୁନକର ସୋମବାର ଦିନ ମହାପ୍ରବନ୍ଧକ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି।

ଏହା ପୂର୍ବରୁ ଶ୍ରୀ ସୁନକର ବିଲାସପୁରରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ। ସେ ପଶ୍ଚିମ କେନ୍ଦ୍ରୀୟ ରେଳବାଇରେ ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ସିପିଡି)/ବ୍ରିଜ୍ ୱାର୍କ, ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ)/ରତଲମ ରେଳ ମଣ୍ଡଳରେ, ଉତ୍ତର କେନ୍ଦ୍ରୀୟ ଏବଂ ପଶ୍ଚିମ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ବ୍ରିଜ ଇଞ୍ଜିନିୟର, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଭୋପାଳର ବରକାତୁଲ୍ଲା ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ସ୍ନାତକ ସମାପ୍ତ କରିବା ପରେ ଶ୍ରୀ ସୁନକର ୧୯୮୫ ରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ। ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାରେ ତାଙ୍କର ବହୁ ଅଭିଜ୍ଞତା ରହିଛି। ଶ୍ରୀ ସୁନକରଙ୍କ ତତ୍ୱାବଧାନରେ ୨୦୨୦-୨୧ ମସିହାରେ ୨୨୮ କିଲୋମିଟର ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲା, ଯେଉଁଥିରେ ନୂତନ ଲାଇନ ଏବଂ ଦୋହରୀକରଣ ଓ ତୃତୀୟ ଲାଇନ କାର୍ଯ୍ୟକ୍ଷମ ତାଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବ୍ରିଜ୍ ୱାର୍କ ପରି ଭିତ୍ତିଭୂମି ନିର୍ମାଣ ଓ ରକ୍ଷଣାବେକ୍ଷଣ ଏବଂ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବା ସହିତ ଅନ୍ୟାନ୍ୟ ପ୍ରକଳ୍ପର କାର୍ଯ୍ୟକାରିତା ଯୋଗୁଁ ତାଙ୍କୁ ସମସ୍ତ କୋଣରୁ ପ୍ରଶଂସା କରାଯାଇଛି।

ବ୍ରିଜ୍ ୱାର୍କ୍ସରେ ଉଜ୍ଜ୍ୱଳ ଜ୍ଞାନ ଏବଂ ଦକ୍ଷତା ଥିବା ଶ୍ରୀ ସୁନକର ଅତ୍ୟଧିକ ପ୍ରତିବଦ୍ଧ ଏବଂ ନିଷ୍ଠାପର ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରି ସର୍ବଦା ଅତିରିକ୍ତ ଦାୟିତ୍ବ ତୁଲାଇ ଆସୁଥିବାବେଳେ ଅଧିକ ବହନ କରିବାକୁ ଇଚ୍ଛୁକ ଥାନ୍ତି। ସେ ମଧ୍ୟ ଅତ୍ୟଧିକ ପ୍ରେରଣାଦାୟକ ଅଧିକାରୀ ଯିଏ ଅତୁଳନୀୟ ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରନ୍ତି ଏବଂ ବିଶ୍ୱସ୍ତତା ଅର୍ଜନ କରନ୍ତି। ପ୍ରତ୍ୟେକ କାର୍ଯ୍ୟକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଶ୍ରୀ ସୁନକର ସର୍ବଦା ଭାରତୀୟ ରେଳବାଇର ଲକ୍ଷ୍ୟାଧର୍ଯ୍ୟ ପୂରଣ କରିବାରେ ଚେଷ୍ଟା କରିଥାନ୍ତି। ଭିତ୍ତିଭୂମି/ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଶ୍ରୀ ସୁନକର ସର୍ବଦା ପ୍ରତିବଦ୍ଧତା ବଜାୟ ରଖିଛନ୍ତି।

ବିଟେକରେ ଡିଗ୍ରୀ ବ୍ୟତୀତ ଭିତ୍ତିଭୂମି/ସମ୍ପତ୍ତିର ନିର୍ମାଣ ତଥା ରକ୍ଷଣାବେକ୍ଷଣରେ ବିପୁଳ ଜ୍ଞାନ ସହିତ ଶ୍ରୀ ସୁନକର ୨୦୦୫ ମସିହାରେ ଜବଲପୁରର ରାନୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ, ପରିବେଶ ଏବଂ ନିରନ୍ତର ବିକାଶରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ଏବଂ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ବିପର୍ଯ୍ୟୟ ପରିଚାଳନାରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ହାସଲ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସତର୍କତା ସଚେତନତା ସପ୍ତାହ : ପୂର୍ବତଟ ରେଳପଥ କର୍ମଚାରୀମାନେ ସତ୍ୟନିଷ୍ଠା ପାଇଁ ନେଲେ ଶପଥ

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୨୧ ପାଳନ ଅବସରରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ପୂର୍ବାହ୍ନରେ ୱାଲଟିୟର ରେଳ ମଣ୍ଡଳ ମୁଖ୍ୟାଳୟ ଠାରେ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଆଣିବାକୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ମହାପ୍ରବାଣ୍ଡଝାଙ୍କ ଶ୍ରୀ ସୁଧୀର କୁମାର ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ “ଅଖଣ୍ଡତା” ଉପରେ ଶପଥ ପାଠ କରାଇଥିଲେ।

ଜୀବନରେ ସମସ୍ତ କ୍ଷେତ୍ରରେ ସାଧୁତା ସହିତ ନିୟମର ପାଳନ କରିବା; କାହାଠାରୁ ଲାଞ୍ଚ ନନେବା କିମ୍ବା ନଦେବା; ସମସ୍ତ କାର‌୍ୟ୍ୟକୁ ସଛୋଟତା ସହ ପାରଦର୍ଶିତା ଭଳି କାର‌୍ୟ୍ୟକରିବା; ସାର୍ବଜନିକ ହିତରେ କାର‌୍ୟ୍ୟକରିବା; ବ୍ୟକ୍ତିଗତ ବ୍ୟବହାରରେ ସତ୍ୟନିଷ୍ଠା ପ୍ରଦର୍ଶନ କରିବା ସହ ଉଦାହରଣ ଦ୍ୱାରା ନେତୃତ୍ୱ ନେବା ଏବଂ ଭ୍ରଷ୍ଟାଚାରର ଯେକୌଣସି ଘଟଣାକୁ ଉଚିତ ଅଧିକାରୀଙ୍କୁ ଜଣାଇବାକୁ ମଧ୍ୟ ରେଳକର୍ମଚାରୀ ମାନେ ସଂକଳ୍ପ ନେଇଛନ୍ତି।

ଏହି ଶପଥ ଗ୍ରହଣ ଉତ୍ସବରେ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ। ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ସଞ୍ଜୟ ମହାପାତ୍ର ଏହି କାର‌୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ।