ସତର୍କତା ସଚେତନତା ସପ୍ତାହ : ପୂର୍ବତଟ ରେଳପଥ କର୍ମଚାରୀମାନେ ସତ୍ୟନିଷ୍ଠା ପାଇଁ ନେଲେ ଶପଥ

Published: Oct 27, 2021, 4:13 pm IST

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୨୧ ପାଳନ ଅବସରରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ପୂର୍ବାହ୍ନରେ ୱାଲଟିୟର ରେଳ ମଣ୍ଡଳ ମୁଖ୍ୟାଳୟ ଠାରେ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଆଣିବାକୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ମହାପ୍ରବାଣ୍ଡଝାଙ୍କ ଶ୍ରୀ ସୁଧୀର କୁମାର ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ “ଅଖଣ୍ଡତା” ଉପରେ ଶପଥ ପାଠ କରାଇଥିଲେ।

ଜୀବନରେ ସମସ୍ତ କ୍ଷେତ୍ରରେ ସାଧୁତା ସହିତ ନିୟମର ପାଳନ କରିବା; କାହାଠାରୁ ଲାଞ୍ଚ ନନେବା କିମ୍ବା ନଦେବା; ସମସ୍ତ କାର‌୍ୟ୍ୟକୁ ସଛୋଟତା ସହ ପାରଦର୍ଶିତା ଭଳି କାର‌୍ୟ୍ୟକରିବା; ସାର୍ବଜନିକ ହିତରେ କାର‌୍ୟ୍ୟକରିବା; ବ୍ୟକ୍ତିଗତ ବ୍ୟବହାରରେ ସତ୍ୟନିଷ୍ଠା ପ୍ରଦର୍ଶନ କରିବା ସହ ଉଦାହରଣ ଦ୍ୱାରା ନେତୃତ୍ୱ ନେବା ଏବଂ ଭ୍ରଷ୍ଟାଚାରର ଯେକୌଣସି ଘଟଣାକୁ ଉଚିତ ଅଧିକାରୀଙ୍କୁ ଜଣାଇବାକୁ ମଧ୍ୟ ରେଳକର୍ମଚାରୀ ମାନେ ସଂକଳ୍ପ ନେଇଛନ୍ତି।

ଏହି ଶପଥ ଗ୍ରହଣ ଉତ୍ସବରେ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ। ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ସଞ୍ଜୟ ମହାପାତ୍ର ଏହି କାର‌୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ।

Related posts