Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ଋଷଭ ପନ୍ତ
ଆଜିର ଖବର

ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ଋଷଭ ପନ୍ତ

January 31, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ବର୍ତ୍ତମାନ କାର ଦୁର୍ଘଟଣା ପରେ ଶୀଘ୍ର ସୁସ୍ଥ ହେଉଛନ୍ତି। ପନ୍ତଙ୍କ ବିଷୟରେ ଏକ ଖୁସି ଖବର ଆସିଛି। କୁହାଯାଉଛି ଯେ, ପନ୍ତଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡିଆ ପୋଷ୍ଟ କରି ତାଙ୍କ ଆରୋଗ୍ୟ ବିଷୟରେ ସୂଚନା ମଧ୍ୟ ଦେଇଥିଲେ। ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ଯେଉଁଠାରେ ସେ ଅସ୍ତ୍ରୋପଚାର କରିଥିଲେ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଉନ୍ନତି କରୁଛି। ଡାକ୍ତରମାନେ କହିଛନ୍ତି ଯେ ଯଦି ସବୁ କିଛି ଠିକ୍ ହୁଏ ତେବେ ତାଙ୍କୁ ଏହି ସପ୍ତାହରେ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଡାକ୍ତରୀ ଦଳ ଏକ ଖୁସି ଖବର ଦେଇଛନ୍ତି। କିଛି ଦିନ ପୂର୍ବେ ସୋସିଆଲ ମିଡିଆ ଜରିଆରେ ଏକ ପୋଷ୍ଟ କରି ପନ୍ତ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଥିଲେ।

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, “ଆପଣମାନଙ୍କର ପ୍ରାର୍ଥନା ଏବଂ ସମର୍ଥନ ପାଇଁ ମୁଁ କୃତଜ୍ଞ। ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ, ମୋର ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ମୁଁ ଶୀଘ୍ର ସୁସ୍ଥ ହେଉଛି। ମୁଁ ପ୍ରତିଦିନ ଭଲ ଅନୁଭବ କରୁଛି। ଏହି କଠିନ ସମୟରେ ଆପଣମାନଙ୍କର ଦୟାଳୁ ଶବ୍ଦ, ସମର୍ଥନ ଏବଂ ସକରାତ୍ମକ ଶକ୍ତି ପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଇବାକୁ ଚାହେଁ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୯ ତାରିଖ ୨୦୨୨ରେ ଦିଲ୍ଲୀରୁ ଘରକୁ ଫେରୁଥିବା ବେଳେ ପନ୍ତ ସକାଳେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାର ତୁରନ୍ତ ତାଙ୍କୁ ଡେହରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ଏଠାରୁ ବିମାନ ଯୋଗେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଋଷଭ ପନ୍ତ କ୍ରିକେଟ୍ ପ୍ରଶଂସକ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026
Latest News

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.