ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ଋଷଭ ପନ୍ତ

Published: Jan 31, 2023, 6:56 pm IST

ନୂଆଦିଲ୍ଲୀ: ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ବର୍ତ୍ତମାନ କାର ଦୁର୍ଘଟଣା ପରେ ଶୀଘ୍ର ସୁସ୍ଥ ହେଉଛନ୍ତି। ପନ୍ତଙ୍କ ବିଷୟରେ ଏକ ଖୁସି ଖବର ଆସିଛି। କୁହାଯାଉଛି ଯେ, ପନ୍ତଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡିଆ ପୋଷ୍ଟ କରି ତାଙ୍କ ଆରୋଗ୍ୟ ବିଷୟରେ ସୂଚନା ମଧ୍ୟ ଦେଇଥିଲେ। ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ଯେଉଁଠାରେ ସେ ଅସ୍ତ୍ରୋପଚାର କରିଥିଲେ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଉନ୍ନତି କରୁଛି। ଡାକ୍ତରମାନେ କହିଛନ୍ତି ଯେ ଯଦି ସବୁ କିଛି ଠିକ୍ ହୁଏ ତେବେ ତାଙ୍କୁ ଏହି ସପ୍ତାହରେ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଡାକ୍ତରୀ ଦଳ ଏକ ଖୁସି ଖବର ଦେଇଛନ୍ତି। କିଛି ଦିନ ପୂର୍ବେ ସୋସିଆଲ ମିଡିଆ ଜରିଆରେ ଏକ ପୋଷ୍ଟ କରି ପନ୍ତ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଥିଲେ।

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, “ଆପଣମାନଙ୍କର ପ୍ରାର୍ଥନା ଏବଂ ସମର୍ଥନ ପାଇଁ ମୁଁ କୃତଜ୍ଞ। ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ, ମୋର ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ମୁଁ ଶୀଘ୍ର ସୁସ୍ଥ ହେଉଛି। ମୁଁ ପ୍ରତିଦିନ ଭଲ ଅନୁଭବ କରୁଛି। ଏହି କଠିନ ସମୟରେ ଆପଣମାନଙ୍କର ଦୟାଳୁ ଶବ୍ଦ, ସମର୍ଥନ ଏବଂ ସକରାତ୍ମକ ଶକ୍ତି ପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଇବାକୁ ଚାହେଁ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୯ ତାରିଖ ୨୦୨୨ରେ ଦିଲ୍ଲୀରୁ ଘରକୁ ଫେରୁଥିବା ବେଳେ ପନ୍ତ ସକାଳେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାର ତୁରନ୍ତ ତାଙ୍କୁ ଡେହରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ଏଠାରୁ ବିମାନ ଯୋଗେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Related posts