Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବିଶ୍ବକପ୍‌ ରାଉଣ୍ଡଅପ୍‌ : ଟପ୍‌ -୫ ସର୍ବାଧିକ ବ୍ୟକ୍ତିଗତ ସ୍କୋର
ଖେଳ

ବିଶ୍ବକପ୍‌ ରାଉଣ୍ଡଅପ୍‌ : ଟପ୍‌ -୫ ସର୍ବାଧିକ ବ୍ୟକ୍ତିଗତ ସ୍କୋର

May 27, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କ୍ରିକେଟରେ ଶତକ ବା ଦ୍ବିଶତକ ହାସଲ କରିବା ଏକ ନିଆରା ଅନୁଭୂତି । ବିଶ୍ବକପ୍‌ରେ ଏହି ମାଇଲଖୁଣ୍ଟର ଗୁରୁତ୍ବ ଆହୁରି ବଢିଯାଇଥାଏ। ବିଶ୍ବକପ୍‌ରେ ସର୍ବାଧିକ ରନ୍‌ ସ୍କୋର ହୋଇଥିବା ୫ ଶ୍ରେଷ୍ଠ ଇନିଂସ ସମ୍ପର୍କରେ ଏକ ଆଲୋଚନା। ଏହି ଶ୍ରେଷ୍ଠ ୫ ସ୍କୋର ତାଲିକାରେ ଦୁଇଟି ଦ୍ବିଶତକ ରହିଥିବା ବେଳେ ଏକାଧିକ ଶତକ ରହିଛି। ମାର୍ଟିନ୍‌ ଗପ୍ଟିଲ୍‌ ଏବଂ କ୍ରିସ୍‌ ଗେଲ୍‌ ଦ୍ବିଶତକ ହାସଲ କରିଛନ୍ତି ।

ମାର୍ଟିନ ଗପ୍ଟିଲ୍‌: ୨୩୭* ବନାମ ୱେଷ୍ଟଇଣ୍ଡିଜ୍‌ (୨୦୧୫)
ନ୍ୟୁଜିଲାଣ୍ଡ୍ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ମାର୍ଟିନ ଗପ୍ଟିଲ୍‌ଙ୍କ ୨୩୭ ରନ୍‌ର ଅପରାଜିତ ପାଳି ଦିନିକିଆ କ୍ରିକେଟ୍‌ ଇତିହାସରେ ଦ୍ବିତୀୟ ସର୍ବୋଚ୍ଚ ମାତ୍ର ବିଶ୍ବକପ୍‌ରେ ଏହା ସର୍ବାଧିକ। ରୋହିତ ଶର୍ମାଙ୍କ ୨୬୪ ରନ୍ (ବନାମ ଶ୍ରୀଲଙ୍କା, କୋଲକାତା, ୨୦୧୪) ଶୀର୍ଷରେ ରହିଛି। କିନ୍ତୁ ଗପ୍ଟିଲଙ୍କ ୨୩୭* ରନ୍‌ ବିଶ୍ବକପ୍‌ ଇତିହାସରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ହୋଇରହିଛି। ଗତ ୨୦୧୫ ବିଶ୍ବକପ୍‌ରେ ୱେଲିଂଟନ୍‌ରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ କ୍ବାର୍ଟର ଫାଇନାଲରେ ଗପ୍ଟିଲ୍‌ ୧୬୩ ବଲ୍‌ରୁ ୨୩୭* ରନ୍ କରିଥିଲେ। ଏଥିରେ ୨୪ ଚୌକା ଏବଂ ୧୧ ଛକା ସାମିଲ ଥିଲା।
କ୍ରିସ୍ ଗେଲ୍‌: ୨୧୫ ବନାମ ଜିମ୍ବାୱେ (୨୦୧୫)
୨୦୧୫ ମସିହାର ବିଶ୍ବକପ୍‌ରେ ଦୁଇ ଥର ଦ୍ବିଶତକ ପାଳି ଦେଖିବାକୁ ମିଳିଥିଲା। ଗପ୍ଟିଲଙ୍କ ପାଳି ପୂର୍ବରୁ କ୍ରିସ୍ ଗେଲ୍‌ ପ୍ରଥମ ଖେଳାଳି ଭାବେ ବିଶ୍ବକପ୍‌ରେ ଦ୍ବିଶତକ ଅର୍ଜନ କରିଥିଲେ। କାନବେରାରେ ଏକ ପୁଲ୍ ‘ବି’ ମ୍ୟାଚ୍‌ରେ ଜିମ୍ବାୱେ ବିପକ୍ଷରେ ସେ ୧୪୭ ବଲ୍‌ରୁ ୨୧୫ ରନ୍ କରି ଶେଷ ବଲରେ ଆଉଟ୍ ହୋଇଥିଲେ। ଏହା ମଧ୍ୟରେ ୧୦ ଚୌକା ଏବଂ ୧୬ ଛକା ସାମିଲ ଥିଲା। ୧୦୫ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ଏହା ପରେ ଧୂଆଁଧାର ବ୍ୟାଟିଂ କରିଥିଲେ। ପରବର୍ତୀ ଶତକ ପାଇଁ ସେ ମାତ୍ର ୩୩ ବଲ୍ ଖେଳିଥିଲେ।
ଗ୍ୟାରି କର୍ଷ୍ଟେନ୍‌: ୧୮୮* ବନାମ ୟୁଏଇ (୧୯୯୬)
ବିଶ୍ବକପ୍‌ ଇତିହାସରେ ୧୯ ବର୍ଷ ଧରି ସର୍ବୋଚ୍ଚ ବ୍ୟକ୍ତିଗତ‌ ସ୍କୋର୍ ଦକ୍ଷିଣ ଆଫ୍ରିକାର ଗ୍ୟାରି କର୍ଷ୍ଟେନଙ୍କ ନାମରେ ଅତୁଟ ରହିଥିଲା। କ୍ରିସ୍ ଗେଲ୍‌ ଏହାକୁ କାଟିଥିଲେ। ୧୯୯୬ ମସିହାରେ ରାୱଲିପିଣ୍ଡିରେ ୟୁଏଇ ବିପକ୍ଷରେ କର୍ଷ୍ଟେନ୍‌ ୧୮୮* ରନ୍ ପାଳି ଖେଳିଥିଲେ। ଯାହା ବଳରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୩୨୧/୨ କରିଥିଲା। ସେତେବେଳେ ଦିନିକିଆରେ ଏହା ଥିଲା ଦ୍ବିତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। କାରଣ ଭିଭିଆନ୍ ରିଚାର୍ଡସ (୧୮୯* ବନାମ ଇଂଲଣ୍ଡ, ୧୯୮୪) କୀର୍ତିମାନକୁ ନିଜ ନାମରେ ରଖିଥିଲେ। ଦକ୍ଷିଣ ଆଫ୍ରିକାର ୩୨୧ ରନ୍ ଜବାବରେ ୟୁଏଇ ୧୫୨/୮ରେ ସୀମିତ ରହିଯାଇଥିଲା।
ସୌରଭ ଗାଙ୍ଗୁଲି: ୧୮୩ ବନାମ ଶ୍ରୀଲଙ୍କା (୧୯୯୯)
ସୌରଭ ଗାଙ୍ଗୁଲି ସମ୍ଭବତଃ ନିଜ ଜୀବନର ଶ୍ରେଷ୍ଠ ଦିନିକିଆ ପାଳି ୧୯୯୯ ବିଶ୍ବକପ୍‌ରେ ଖେଳିଥିଲେ। ଟଣ୍ଟନ୍‌ରେ ପୂର୍ବ ବିଜେତା ଶ୍ରୀଲଙ୍କା ବିପକ୍ଷରେ ୧୫୮ ବଲ୍‌ରୁ ୧୮୩ ରନ୍ କରିଥିଲେ ଏହି ବାମହାତୀ ବ୍ୟାଟସମ୍ୟାନ୍‌। ୧୧୯ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ପରବର୍ତୀ ୩୯ ବଲରୁ ୮୩ ରନ୍ ଉଠାଇଥିଲେ। ତାଙ୍କ ପାଳିରେ ମୋଟ ୧୭ ଚୌକା ଏବଂ ୭ ଛକା ସାମିଲ ଥିଲା। ରାହୁଲ ଦ୍ରାବିଡ଼ଙ୍କ ସହିତ (୧୪୫, ୧୨୯ ବଲ୍‌, ୧୭ ଚୌକା, ୧ ଛକା) ମିଶି ୩୧୮ ରନ୍ ଭାଗୀଦାରି ପ୍ରତିଷ୍ଠା କରିଥିଲେ। ଯାହାକି ସେତେବେଳେ ଯେ କୌଣସି ୱିକେଟ୍ ପାଇଁ ସର୍ବକାଳୀନ କୀର୍ତିମାନ ହୋଇଥିଲା। ଭାରତର ୩୭୩/୬ ଜବାବରେ ବିଜେତା ଶ୍ରୀଲଙ୍କା ୨୧୬ ରନ୍ କରିଥିଲା।
ଭିଭିଆନ୍ ରିଚାର୍ଡସ: ୧୮୧ ବନାମ ଶ୍ରୀଲଙ୍କା (୧୯୮୭)
୧୯୮୭ ମସିହାର ପ୍ରଥମ ଉପମହାଦେଶ ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର୍ ଭିଭିଆନ୍ ରିଚାର୍ଡସ ୧୮୧ ରନ୍‌ର ଏକ ବିଧ୍ବଂସୀ ପାଳି ଖେଳିଥିଲେ। କରାଚୀରେ ୱେଷ୍ଟଇଣ୍ଡିଜ୍‌ ୪୫/୨ ଚିନ୍ତାଜନକ ସ୍ଥିତିରେ ଥିବାବେଳେ ରିଚାର୍ଡସ ୧୨୫ ବଲ୍‌ରୁ ୧୮୧ ରନ୍ କରିଥିଲେ। ସେ ମୋଟ ୧୬‌ ଚୌକା ଏବଂ ୭ ଛକାର ସହାୟତା ନେଇଥିଲେ। ୱେଷ୍ଟଇଣ୍ଡିଜ୍ ୩୬୦/୪ର ବଡ଼ ସ୍କୋର୍ କରି ଶ୍ରୀଲଙ୍କାକୁ ୧୬୯/୪ରେ ସୀମିତ ରଖିଥିଲା। ଏହି ପାଳି ସହିତ ଦୀର୍ଘ ୧୪ ବର୍ଷ ଧରି କପିଳ ଦେବଙ୍କ ନାମରେ ଥିବା ସ‌ର୍ବୋଚ୍ଚ ବ୍ୟକ୍ତିଗତ ବିଶ୍ବକପ୍‌ ସ୍କୋର୍ (୧୭୫* ବନାମ ଜିମ୍ବା‌ୱେ, ୧୯୭୫) ପଛରେ ପଡ଼ିଯାଇଥିଲା।

 

Share. Facebook Twitter LinkedIn Email WhatsApp Copy Link

Related Posts

ଫ୍ୟାନକୋଡ୍ ଆପ୍‌ରେ ଷ୍ଟ୍ରିମିଂ ହେବ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍: ଜାଣନ୍ତୁ କେତେ ଖର୍ଚ୍ଚ ହେବ?

July 23, 2026

CJP ପ୍ରତିବାଦ ମଧ୍ୟରେ ଅଖିଳେଶ ଏବଂ ରାହୁଲଙ୍କୁ କଡ଼ା ବାର୍ତ୍ତା ଦେଲେ ମାୟାବତୀ

July 23, 2026

ICC ODI ରାଙ୍କିଙ୍ଗରେ ଭାରତୀୟ ବ୍ୟାଟସମ୍ୟାନଙ୍କ ପ୍ରାଧାନ୍ୟ: ଜାଣନ୍ତୁ କେଉଁଠି ରୋହିତ ଏବଂ କୋହଲି

July 23, 2026

NEET ପେପର ଲିକ୍ ମାମଲା: ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଘୋଷଣା କଲେ ପ୍ରଧାନମନ୍ତ୍ରୀ

July 23, 2026
Latest News

“ମୋଦୀ ହେ ତୋ ମୁମକିନ୍ ହେ” ଗାଇବା ପାଇଁ ଚାପ ପଡ଼ିଥିଲା ​​କି?: ମନ୍ତବ୍ୟ ଡିଲିଟ୍ କଲେ ରାଜକୁମାର ରାଓ

July 23, 2026

CJP ର ୟୁ-ଟର୍ନ!: ଏବେ ସରକାରଙ୍କ ସହିତ ଆଲୋଚନାକୁ ନାଁ

July 23, 2026

ଦିଲ୍ଲୀ ପ୍ରତିବାଦରେ ବିଦେଶୀ ପାଣ୍ଠି?: ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟ ରାଜି

July 23, 2026

ଭାରତରେ ଛାତ୍ର ପ୍ରତିବାଦ: ବିବାଦ ସୃଷ୍ଟି କଲା ଦାନିଶ କାନେରିଆଙ୍କ ମନ୍ତବ୍ୟ

July 23, 2026

ଫ୍ୟାନକୋଡ୍ ଆପ୍‌ରେ ଷ୍ଟ୍ରିମିଂ ହେବ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍: ଜାଣନ୍ତୁ କେତେ ଖର୍ଚ୍ଚ ହେବ?

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.