Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ସମସ୍ତ ପ୍ରତିଭାବାନ ଖେଳାଳି ଯୋଗ ଦେଇଛନ୍ତି: ନୀତା ଅମ୍ବାନୀ
ଆଜିର ଖବର

ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ସମସ୍ତ ପ୍ରତିଭାବାନ ଖେଳାଳି ଯୋଗ ଦେଇଛନ୍ତି: ନୀତା ଅମ୍ବାନୀ

February 16, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ର ଉଦ୍ଘାଟନୀ ସଂସ୍କରଣ ଆରମ୍ଭ ପୂର୍ବରୁ ମହତ୍ତ୍ବପୂର୍ଣ୍ଣ ଏବଂ ରୋମାଞ୍ଚକର ଖେଳାଳି ନିଲାମ ଶେଷ ହୋଇଛି। ଉକ୍ତ ଖେଳାଳି ନିଲାମ ମହିଳା କ୍ରିକେଟ ପାଇଁ ଏକ ଅତ୍ୟନ୍ତ ସ୍ବତନ୍ତ୍ର ଦିବସ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ର ମୁଖ୍ୟ ନୀତା ଏମ୍. ଅମ୍ବାନୀ କହିଛନ୍ତି।

‘‘ନିଲାମ ସର୍ବଦା ରୋମାଞ୍ଚକର କିନ୍ତୁ ଆଜିର ନିଲାମ ବାସ୍ତବରେ ସ୍ବତନ୍ତ୍ର ଥିଲା। ଡବ୍ଲୁପିଏଲ୍ ପାଇଁ ଏହା ପ୍ରଥମ ନିଲାମ ଥିଲା, ତେଣୁ ବାସ୍ତବରେ ଆଜି ଏକ ଐତିହାସିକ ଦିନ ଥିଲା। ସବୁ ବିଶିଷ୍ଟ ଖେଳାଳିଙ୍କ ସହିତ ମହିଳା କ୍ରିକେଟରମାନଙ୍କର ଚମତ୍କାର ପ୍ରତିଭାକୁ ଦେଖି ସମସ୍ତେ ଅତ୍ୟଧିକ ମାତ୍ରାରେ ଉତ୍ସାହିତ ହେବା ଏବଂ ପାଳନ କରୁଥିବା ଦେଖିବାକୁ ମିଳିଥିଲା।’’

ନୀତା ଅମ୍ବାନୀଙ୍କ ସହିତ ନିଲାମରେ ଆକାଶ ଅମ୍ବାନୀ, ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ ହେଡ୍ ଅଫ୍ ପର୍ଫମାନ୍ସ, ମହିଳା ଟିମ୍ ପାଇଁ ନୂଆକରି ଗଠିତ କୋଚିଂ ଟିମ୍ ର ମୁଖ୍ୟ ଚାରଲୋଟ୍ ଏଡୱାର୍ଡସ (ମୁଖ୍ୟ କୋଚ), ଝୁଲଣ ଗୋସ୍ବାମୀ (ଟିମ୍ ମେଣ୍ଟର ଏବଂ ବୋଲିଂ କୋଚ) ଏବଂ ଦେବିକା ପାଲସିକର (ବ୍ୟାଟିଂ କୋଚ) ଉପସ୍ଥିତ ଥିଲେ।

କ୍ରୀଡ଼ା ପ୍ରତି ତାଙ୍କର ରହିଥିବା ଗଭୀର ଆବେଗ ଏବଂ ଅଧିକରୁ ଅଧିକ ମହିଳା ଏବଂ ଝିଅମାନଙ୍କୁ କ୍ରୀଡ଼ାରେ ଭାଗ ନେବା ପାଇଁ ତାଙ୍କର ପ୍ରତିଶ୍ରୁତିବଦ୍ଧତା ଯୋଗୁ ଖେଳାଳି ଚୟନ ଏବଂ ଭାରତୀୟ କ୍ୟାପଟେନଙ୍କୁ ଶୀଘ୍ର ନେବାରେ ଶ୍ରୀମତୀ ଅମ୍ବାନୀ ଅତ୍ୟନ୍ତ ଖୁସି ଥିଲେ। ନିଲାମରେ ଯେଭଳି ସଫଳତା ମିଳିଥିଲା ସେଥିରେ ଆମେ ଖୁସି। ଏକ ଟିମ୍ ଭାବେ ମୁମ୍ବାଇ ଇଣ୍ଡିଆନ୍ସରେ ପୁରୁଷ ଟିମ୍ ର କ୍ୟାପଟେନ ରହିଛନ୍ତି, ଏବେ ମହିଳା କ୍ୟାପଟେନଙ୍କୁ ପାଇ ଆମେ ଆମେ ଅତ୍ୟନ୍ତ ଖୁସି। ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ଯୋଗଦେଉଥିବା ନାଟ୍ (ସ୍କିଭର-ବ୍ରଣ୍ଟ), ପୂଜା (ଭଷ୍ଟ୍ରାକର) ଏବଂ ସମସ୍ତ ପ୍ରତିଭାଦୀପ୍ତ ମହିଳାଙ୍କୁ ପାଇ ଆମେ ଅତ୍ୟନ୍ତ ରୋମାଞ୍ଚିତ।’’

ଆଇପିଏଲ୍ ର ଆଗାମୀ ସଂସ୍କରଣ ଆରମ୍ଭ ହେଉଥିବାବେଳେ ଦଶମ ବର୍ଷ ପାଇଁ ରୋହିତ ଶର୍ମା ଦାୟିତ୍ବ ନେଉଛନ୍ତି। ଉଭୟ କ୍ୟାପଟେନ ମୁମ୍ବାଇ ଇଣ୍ଡିଆନ୍ସ ପରିବାରର ସଦସ୍ୟ ହୋଇଥିବାରୁ ଟିମ୍ ର ଉଜ୍ଜ୍ବଳ ଭବିଷ୍ୟତ ନେଇ ଶ୍ରୀମତୀ ଅମ୍ବାନୀ ବେଶ୍ ଆଶାବାଦୀ।

ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିରୁ କ୍ୟାପଟେନ ହେବା ରୋହିତ (ଶର୍ମା) ଙ୍କୁ ମୁଁ ଦେଖିଛି ଏବଂ ଚଳିତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କ୍ୟାପଟେନ ହିସାବରେ ରୋହିତ ୧୦ ବର୍ଷ ପୂରଣ କରିଛନ୍ତି। ବର୍ତ୍ତମାନ ଆମେ ହରମନ (ହରମନପ୍ରୀତ କୌର)ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପରିବାରକୁ ସ୍ବାଗତ କରୁଛୁ।

ଟି୨୦ ଇତିହାସରେ ଦୁଇ ସଫଳ କ୍ୟାପଟେନଙ୍କ ମଧ୍ୟରେ ଶ୍ରୀମତୀ ଅମ୍ବାନୀ ସମାନତାର ଛବି ଦେଖିଛନ୍ତି।

‘‘ଉଭୟଙ୍କ ନିକଟରେ ବିପୁଳ ଅଭିଜ୍ଞତା, ପେସାଦାର ଏବଂ ଜିତିବା ମାନସିକତା ରହିଛି। ଆମର ସବୁ ଯୁବ ଖେଳାଳିଙ୍କ ପାଇଁ ସେମାନେ ଏକ ବିରାଟ ପ୍ରେରଣା। ତେଣୁ ଏହି ଦୁଇ ଖେଳାଳିଙ୍କୁ ପାଇଁ ଆମେ ବାସ୍ତବରେ ଅତ୍ୟନ୍ତ ଉତ୍ସାହିତ।’’

୧୯ ବର୍ଷରୁ କମ୍ ଏବଂ ବରିଷ୍ଠ ଭାରତୀୟ ମହିଳା ଟିମ୍ର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ‘‘ଆମର ୧୯ବର୍ଷରୁ କମ୍ ମହିଳା କ୍ରିକେଟ ଟିମ୍ ବିଶ୍ବକପ ଜିତିଛନ୍ତି ଏବଂ ଦେଶ ପାଇଁ ପ୍ରବଳ ଖୁସି ଆଣିଛି। ସେମାନଙ୍କୁ ମୋର ଅଭିନନ୍ଦନ। ଆମର ମହିଳା(ବରିଷ୍ଠ) ଟିମ୍ ମଧ୍ୟ ଟି୨୦ ବିଶ୍ବକପ୍ର ପ୍ରାରମ୍ଭିକ ମ୍ୟାଚରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ’’

ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ପ୍ରଥମ ମହିଳା ସଦସ୍ୟ ହୋଇ ପାରିଥିବା ଶ୍ରୀମତୀ ଅମ୍ବାନୀ କୁହନ୍ତି ଡବ୍ଲୁପିଏଲ ଭାରତର ମହିଳାଙ୍କ ପାଇଁ କ୍ରୀଡ଼ା ଦୃଶ୍ୟପଟରେ ମହତ୍ତ୍ବପୂର୍ଣ୍ଣ ମୋଡ଼ ଆଣିପାରେ।

‘‘ଭାରତରେ ମହିଳାଙ୍କ ପାଇଁ କ୍ରୀଡ଼ା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପହଞ୍ଚିଛି। ଆମର ସବୁ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ସେମାନଙ୍କ ପ୍ରଦର୍ଶନକୁ ଦେଖି ମୁଁ ଅତ୍ୟନ୍ତ ଗର୍ବିତ।’’
ବିଗତ ବର୍ଷଗୁଡ଼ିକରେ ରିଲାଏନ୍ସ ଫାଉଣ୍ଡେସନ ମହିଳା କ୍ରୀଡ଼ାବିତ୍ମାନଙ୍କର ଜଣେ ବଡ଼ ସମର୍ଥକ ପାଲଟିଛି। ଶ୍ରୀମତୀ ଅମ୍ବାନୀ କୁହନ୍ତି ସେମାନଙ୍କୁ ସମର୍ଥନ ତାଙ୍କୁ ଅତିମାତ୍ରାରେ ଗର୍ବିତ କରିଥାଏ। ‘‘ ଏହି ଝିଅମାନଙ୍କୁ ଅଧିକ କ୍ଷମତା ମିଳିଛି। କେବଳ ଭାରତରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କ୍ରୀଡ଼ା ଏବଂ କ୍ରିକେଟରେ, ମହିଳାମାନଙ୍କୁ ସମର୍ଥନ ଦେବା ଓ ପ୍ରୋତ୍ସାହିତ କରିବାରେ ଆମେ ସମର୍ଥ ହୋଇପାରିଥିବାରୁ ଏହା ଆମ ପାଇଁ ଏକ ଗର୍ବର ବିଷୟ ପାଲଟିଛି।’’

ନୀତା ଅମ୍ବାନୀ ମହିଳା ପ୍ରିମିୟର ଲିଗ୍ ମୁମ୍ବାଇ ଇଣ୍ଡିଆନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.