Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟିଙ୍ଗ ବିବାଦ ପରେ ଇସ୍ତଫା ଦେଲେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା
ଆଜିର ଖବର

ଷ୍ଟିଙ୍ଗ ବିବାଦ ପରେ ଇସ୍ତଫା ଦେଲେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା

February 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଷ୍ଟିଙ୍ଗ ଅପରେସନରେ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଅନେକ ଖୁଲାସା କରିଥିବା ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ବୋର୍ଡ ସଚିବ ଜୟ ଶାହାଙ୍କ ନିକଟକୁ ଏହି ଇସ୍ତଫା ପତ୍ର ପଠାଇଛନ୍ତି। ତେବେ ଜୟ ଶାହା ମଧ୍ୟ ଚେତନ ଶର୍ମାଙ୍କ ଇସ୍ତଫା ଗ୍ରହଣ କରିଥିବା ସୂଚନା ରହିଛି।

ଜି ନ୍ୟୁଜ୍ ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍ ଅପରେସନରେ ଚେତନ ଶର୍ମା ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରାଙ୍କ ଭଳି ଖେଳାଳିଙ୍କୁ ଆକ୍ରମଣ କରିଥିବା ଦେଖାଯାଇଛି। ସେ କୋଚ୍ ରାହୁଲ ଦ୍ରାବିଡ ଏବଂ ବିରାଟ କୋହଲିଙ୍କ ସହ ବାର୍ତ୍ତାଳାପ ମଧ୍ୟ ପ୍ରକାଶ କରିଥିବା ଅଭିଯୋଗ ହୋଇଛି। ଶର୍ମା ଅଭିଯୋଗ କରିଛନ୍ତି ଯେ, ୮୦ ରୁ ୮୫ ପ୍ରତିଶତ ଫିଟ୍ ହୋଇଥିଲେ ମଧ୍ୟ ଖେଳାଳିମାନେ ପ୍ରତିଯୋଗିତାମୂଳକ କ୍ରିକେଟ୍ କୁ ଶୀଘ୍ର ଫେରିବା ପାଇଁ ଇଞ୍ଜେକ୍ସନ ଦିଅନ୍ତି।

ପୂର୍ବତନ ଭାରତ ଦ୍ରୁତ ବୋଲର ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ନେଇ ତାଙ୍କ ସହ ଦଳ ପରିଚାଳନା ମଧ୍ୟରେ ମତଭେଦ ରହିଛି। ବୁମରା ବର୍ତ୍ତମାନ ଦଳ ବାହାରେ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ବର୍ଡର ଗାଭାସ୍କର ଟ୍ରଫି ଏବଂ ପରବର୍ତ୍ତୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ସ୍ଥାନ ପାଇବା ସମ୍ଭାବନା ନାହିଁ। ଶର୍ମା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଏକ ଅହଂକାର ଯୁଦ୍ଧ ହୋଇଛି।

ବିସିସିଆଇ ନିକଟରେ ଚେତନଙ୍କୁ ଦ୍ୱିତୀୟ ଥର ଚୟନ କମିଟିର ସଭାପତି କରିଛି। ଏହାପୂର୍ବରୁ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ପରେ ତାଙ୍କୁ ହଟାଇ ଦିଆଯାଇଥିଲା।

ଭାରତୀୟ କ୍ରିକେଟ୍ ଦଳ ମୁଖ୍ୟ ଚୟନକର୍ତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026

ଭାରତରେ ଖେଳାଯିବ ବିଗ୍ ବ୍ୟାସ୍ ଲିଗ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026
Latest News

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026

ଭାରତରେ ଖେଳାଯିବ ବିଗ୍ ବ୍ୟାସ୍ ଲିଗ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.