
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦ ଟେଷ୍ଟର ତୃତୀୟ ଦିନରେ ଖେଳ ଶେଷ ହୋଇଛି। ତୃତୀୟ ଦିନର ଖେଳ ଶେଷ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ୨୮୯ ରନ୍ ସଂଗ୍ରହ କରିଛି। ଏହି ସମୟରେ ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା କ୍ରିଜରେ ଅଛନ୍ତି। ୧୨୮ ବଲରେ ୫୯ ରନ୍ ସ୍କୋର କରିଛନ୍ତି। ରବୀନ୍ଦ୍ର ଜାଡେଜା ୧୬ ରନ୍ କରି ଅପରାଜିତ ଫେରିଛନ୍ତି। ବର୍ତ୍ତମାନ ଭାରତୀୟ ଦଳ ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆଠାରୁ ୧୯୧ ରନ୍ ପଛରେ ରହିଛି। ଏଥି ସହିତ ନାଥନ୍ ଲିଅନ୍, ମାଥ୍ୟୁ କୁନ୍ହେମାନ୍ ଏବଂ ଟଟ୍ ମର୍ଫି ଅଷ୍ଟ୍ରେଲିଆ ପାଇଁ ୧-୧ ସଫଳତା ପାଇଛନ୍ତି।
ଏହାପୂର୍ବରୁ ଓପନର୍ ଶୁବମାନ ଗିଲ ଏକ ଚମତ୍କାର ଶତକୀୟ ଇନିଂସ ଖେଳିଥିଲେ। ୨୩୫ ବଲରେ ଶୁଭମାନ ଗିଲ ୧୨୮ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୨ ଟି ଚୌକା ଓ ୧ ଟି ଛକା ମାରିଥିଲେ। ଅଫ୍ ସ୍ପିନର ନାଥାନ୍ ଲିଓନ୍ ଙ୍କ ଦ୍ୱାରା ଆଉଟ ହୋଇ ଶୁବମାନ ଗିଲ ପାଭିଲିୟନକୁ ଫେରିଥିଲେ। ଏଥିସହିତ ଚେତେଶ୍ୱର ପୂଜାରା ୪୨ ରନ୍ କରିଥିଲେ। ଅଧିନାୟକ ରୋହିତ ଶର୍ମା ୩୫ ରନ୍ ର ଇନିଂସ ଖେଳିଥିଲେ। ପ୍ରଥମ ୱିକେଟ୍ ପାଇଁ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ୭୪ ରନ୍ ଯୋଡିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଶୁଭମାନ ଗିଲ ଏବଂ ଚେତେଶ୍ୱର ପୂଜାରା ୧୧୩ରନ୍ ଯୋଡିଥିଲେ।