Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶୁଭମାନ-କୋହଲିଙ୍କ ପ୍ରଦର୍ଶନ ଆଧାରରେ ଭାରତ କଲା ୨୮୯ ରନ୍, ଆଜି ବ୍ୟାକଫୁଟରେ ରହିଲା ଅଷ୍ଟ୍ରେଲିଆ
ଆଜିର ଖବର

ଶୁଭମାନ-କୋହଲିଙ୍କ ପ୍ରଦର୍ଶନ ଆଧାରରେ ଭାରତ କଲା ୨୮୯ ରନ୍, ଆଜି ବ୍ୟାକଫୁଟରେ ରହିଲା ଅଷ୍ଟ୍ରେଲିଆ

March 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦ ଟେଷ୍ଟର ତୃତୀୟ ଦିନରେ ଖେଳ ଶେଷ ହୋଇଛି। ତୃତୀୟ ଦିନର ଖେଳ ଶେଷ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ୨୮୯ ରନ୍ ସଂଗ୍ରହ କରିଛି। ଏହି ସମୟରେ ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା କ୍ରିଜରେ ଅଛନ୍ତି। ୧୨୮ ବଲରେ ୫୯ ରନ୍ ସ୍କୋର କରିଛନ୍ତି। ରବୀନ୍ଦ୍ର ଜାଡେଜା ୧୬ ରନ୍ କରି ଅପରାଜିତ ଫେରିଛନ୍ତି। ବର୍ତ୍ତମାନ ଭାରତୀୟ ଦଳ ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆଠାରୁ ୧୯୧ ରନ୍ ପଛରେ ରହିଛି। ଏଥି ସହିତ ନାଥନ୍ ଲିଅନ୍, ମାଥ୍ୟୁ କୁନ୍ହେମାନ୍ ଏବଂ ଟଟ୍ ମର୍ଫି ଅଷ୍ଟ୍ରେଲିଆ ପାଇଁ ୧-୧ ସଫଳତା ପାଇଛନ୍ତି।

ଏହାପୂର୍ବରୁ ଓପନର୍ ଶୁବମାନ ଗିଲ ଏକ ଚମତ୍କାର ଶତକୀୟ ଇନିଂସ ଖେଳିଥିଲେ। ୨୩୫ ବଲରେ ଶୁଭମାନ ଗିଲ ୧୨୮ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୨ ଟି ଚୌକା ଓ ୧ ଟି ଛକା ମାରିଥିଲେ। ଅଫ୍ ସ୍ପିନର ନାଥାନ୍ ଲିଓନ୍ ଙ୍କ ଦ୍ୱାରା ଆଉଟ ହୋଇ ଶୁବମାନ ଗିଲ ପାଭିଲିୟନକୁ ଫେରିଥିଲେ। ଏଥିସହିତ ଚେତେଶ୍ୱର ପୂଜାରା ୪୨ ରନ୍ କରିଥିଲେ। ଅଧିନାୟକ ରୋହିତ ଶର୍ମା ୩୫ ରନ୍ ର ଇନିଂସ ଖେଳିଥିଲେ। ପ୍ରଥମ ୱିକେଟ୍ ପାଇଁ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ୭୪ ରନ୍ ଯୋଡିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଶୁଭମାନ ଗିଲ ଏବଂ ଚେତେଶ୍ୱର ପୂଜାରା ୧୧୩ରନ୍ ଯୋଡିଥିଲେ।

ଅଷ୍ଟ୍ରେଲିଆ ଅହମ୍ମଦାବାଦ ଟେଷ୍ଟ ତୃତୀୟ ଦିନ ବିରାଟ କୋହଲି ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ ମହଜୁଦ ରହିଛି ପ୍ରଚୁର ସାର: ଖୁଚୁରା ମୂଲ୍ୟରେ ହୋଇନି ପରିବର୍ତ୍ତନ

May 19, 2026

ଏବେ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରିବ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍

May 19, 2026

ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା 

May 19, 2026

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026
Latest News

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026

ଦେଶରେ ମହଜୁଦ ରହିଛି ପ୍ରଚୁର ସାର: ଖୁଚୁରା ମୂଲ୍ୟରେ ହୋଇନି ପରିବର୍ତ୍ତନ

May 19, 2026

ଏବେ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରିବ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍

May 19, 2026

ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା 

May 19, 2026

ରାଶିଫଳ: ମେ ୧୯ ତାରିଖ ମଙ୍ଗଳବାର ଦିନ ଏହି ରାଶିର ଲୋକ ପାଇବେ ଖୁସି ଖବର

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.