ଆରସିବି କୁ ୬ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ, ବାଙ୍ଗାଲୋରର କ୍ରମାଗତ ପଞ୍ଚମ ପରାଜୟ

Published: Mar 14, 2023, 8:19 am IST

ନୂଆଦିଲ୍ଲୀ: ମହିଳା ଆଇପିଏଲର ଏକାଦଶ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ରେ ଆରସିବି ପୁଣି ଥରେ ପରାଜୟର ସମ୍ମୁଖୀନ ହୋଇଛି। ଚଳିତ ବର୍ଷ ଆରସିବି ମହିଳା ପ୍ରିମିୟର ଲିଗରେ କ୍ରମାଗତ ୫ ଟି ମ୍ୟାଚ୍ ହାରିଛି ଏବଂ ଏପର୍ଯ୍ୟନ୍ତ ସେମାନେ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ବିଜୟ ହାସଲ କରିନାହାଁନ୍ତି। ସୋମବାର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟ୍ ରେ ଆରସିବିକୁ ପରାସ୍ତ କରିଛି।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଚା ଘୋଷ ଆରସିବି ପାଇଁ ପଡ଼ିଆକୁ ଆସିଥିଲେ ଏବଂ ମାତ୍ର ୧୬ ଟି ବଲରେ ୩୭ ରନ୍ ସ୍କୋର କରି ଆରସିବି ଇନିଂସରେ ସମ୍ମାନଜନକ ସ୍କୋରରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ। ଅନ୍ୟପକ୍ଷରେ, ଆଲିସ୍ ପ୍ୟାରୀ କ୍ରମାଗତ ଚୌକା ଓ ଛକା ମାରି ଆରସିବି କୁ ଆଗକୁ ନେଇଥିଲେ। ୫୨ ବଲରେ ଇଲିସ୍ ପ୍ୟାରୀ ୬୭ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୪ ଟି ଚୌକା ଓ ୫ ଟି ଛକା ମାରିଥିଲେ।

ଆରସିବି ସେମାନଙ୍କର ଇନିଂସକୁ ଧିମା ଆରମ୍ଭ କରିଥିଲା। ୧୨.୩ ଓଭରରେ ୩ ୱିକେଟ୍ ହରାଇ ଦଳ ମାତ୍ର ୬୩ ରନ୍ ସଂଗ୍ରହ କରିଥିଲା। କିନ୍ତୁ ଏହା ପରେ ଆଲିସ୍ ପ୍ୟାରୀ ଏବଂ ରିଚା ଘୋଷ ଅନ୍ତିମ ପାଞ୍ଚ ଓଭରରେ ଅନେକ ଚୌକା ଓ ଛକା ମାରି ଦଳର ସ୍କୋରକୁ ୧୫୦ କୁ ନେଇଥିଲେ।

ଦିଲ୍ଲୀର ପ୍ରଥମ ବଲରେ ଶେଫାଲୀ ବର୍ମା ବୋଲ୍ଡ ଆଉଟ ହୋଇଥିଲେ, କିନ୍ତୁ ଦିଲ୍ଲୀର ଆଲିସ୍ କ୍ୟାପସି ୩୮, ଜେମିମା ରୋଡ୍ରିଗୁସ୍ ୩୨, ମାରିଜନ କ୍ୟାପ ୩୨ ଏବଂ ଜେସ ଜନସନ ୨୯ ରନ ସ୍କୋର କରିଥିଲେ, ଏହି କାରଣରୁ ଦିଲ୍ଲୀ ଦଳ ଏହି ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ ପାଇଁ ଜେସ୍ ଜନସନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଛି।

ବୋଲିଂ ବିଷୟରେ କହିବାକୁ ଗଲେ ଶିଖା ପାଣ୍ଡେ ଦିଲ୍ଲୀ ପାଇଁ ସର୍ବୋତ୍ତମ ବୋଲିଂ କରିଥିଲେ। ସେ ୪ ଓଭରରେ ୨୩ ରନ୍ ଦେଇ ୩ ଟି ୱିକେଟ୍ ନେଇଥିଲେ। ଏଥି ସହିତ ଆଶା ଶୋବାନା ଆରସିବି ପାଇଁ ସର୍ବୋତ୍ତମ ବୋଲିଂ କରିଥିଲେ। ଆଶା ୪ ଓଭରରେ ୨୭ ରନ୍ ଦେଇ ୨ ଟି ୱିକେଟ୍ ନେଇଥିଲେ।

Related posts