ସୋଆରେ ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’ ଉଦ୍‌ଘାଟିତ

Published: Mar 19, 2023, 8:46 pm IST
soa university

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆରମ୍ଭ ହୋଇଛି ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’। ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ୪ ଦିନିଆ କ୍ରୀଡା କାର୍ଯ୍ୟକ୍ରମରେ ସୋଆ ବ୍ୟତୀତ ଓଡିଶା ମୋଟ୍ ୭ ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଛନ୍ତି। ଏଥିରେ ବାସ୍କେଟ୍ ବଲ୍ , ଟେନିସ୍ , ଭଲିବଲ, କ୍ରିକେଟ୍ ଓ ଇ- ସ୍ପୋର୍ଟ୍ସ ଏହି ୫ଟି ଖେଳକୁ ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ରଖାଯାଇଥିବା ବେଳେ ବିଜେତା ଟିମ୍ ପାଇଁ ପୁରସ୍କାର ରାଶିି ୩.୫ ଲକ୍ଷ ଟଙ୍କା ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ସୋଆ ର ପ୍ରୋ-ଭାଇସ୍ ଚାନ୍‌ସେଲର ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ କ୍ରୀଡା ର ମହତ୍ୱ ବିଷୟରେ କହିଥିଲେ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ(ଆଇଟିଇଆର)ର ଆସୋସିଏଟ୍ ପ୍ରଫେସର ତଥା ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣରେ ଖେଳ ପାଇଁ ଉତମ ସ୍ୱାସ୍ଥ୍ୟ ଆବଶ୍ୟକତା ଜରୁରୀ ବୋଲି କହିଥିଲେ।

ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ନିଜ ବକ୍ତବ୍ୟରେ ଶୃଙ୍ଖଳା ଏକ ଖେଳାଳି ର ପ୍ରଥମ ଗୁଣ ବୋଲି କହିଥିବା ବେଳେ ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା କ୍ରୀଡ଼ା ବିବରଣୀ ପ୍ରଦାନ କରିଥିଲେ।

Related posts