ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସବୁଜ ଜର୍ସିରେ ଦେଖିବାକୁ ମିଳିବେ ଆରସିବି ଖେଳାଳି, ଜାଣନ୍ତୁ କାରଣ

Published: Apr 14, 2023, 9:21 am IST

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକ ବିଜୟ ସହିତ ଆଇପିଏଲ-୨୦୨୩ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା, କିନ୍ତୁ ଏହା ପରେ ଦଳକୁ ଲଗାତାର ୨ ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଦ୍ୱିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ନାଇଟ୍ ରାଇଡର୍ସ ଠାରୁ ପରାସ୍ତ ହୋଇଛି। ଏହା ପରେ ତୃତୀୟ ମ୍ୟାଚ୍‌ରେ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ଵରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଠାରୁ ଶେଷ ବଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ ହୋଇଛି।

ରାଜସ୍ଥାନ ବିପକ୍ଷରେ ଆରସିବି ଖେଳାଳିଙ୍କୁ ସବୁଜ ଜର୍ସିରେ ଦେଖିବାକୁ ମିଳିବ:

ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏପ୍ରିଲ ୨୩ ତାରିଖରେ ରାଜସ୍ଥାନ ରୟାଲ୍ସ ସହ ମୁହାଁମୁହିଁ ହେବ। ଏହି ମ୍ୟାଚ୍‌ରେ ଫାଫ୍ ଡୁପ୍ଲେସିଙ୍କ ଦଳର ଚେହେରା ବଦଳିଯିବ। ବାସ୍ତବରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଖେଳାଳିମାନେ କମଳା ବଦଳରେ ସବୁଜ ଜର୍ସିରେ ନଜର ଆସିବେ। ସବୁଜ ଜର୍ସିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳିଙ୍କ ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ଫଟୋରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଫାଫ ଡୁପ୍ଲେସି, ବିରାଟ କୋହଲି, ଦୀନେଶ କାର୍ତ୍ତିକ ଏବଂ ଗ୍ଲେନ ମ୍ୟାକ୍ସୱେଲ ନଜର ଆସିଛନ୍ତି।

ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏଥି ସହିତ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଶଂସକମାନେ ଦଳର ଏହି ଜର୍ସିକୁ ବହୁତ ପସନ୍ଦ କରନ୍ତି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ନିଜର ମତାମତ ଦେଉଛନ୍ତି। ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଏପ୍ରିଲ ୨୩ ତାରିଖରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ମ୍ୟାଚ୍ ଅପରାହ୍ନ ୩.୩୦ ରେ ଆରମ୍ଭ ହେବ।

Related posts