Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»କ୍ରିକେଟରେ ଏକ ଯୁଗର ଅନ୍ତ : ସଂକ୍ଷେପରେ ଲଢୁଆ ମହାନାୟକ ଯୁବରାଜଙ୍କ କ୍ୟାରିୟର
ଖେଳ

କ୍ରିକେଟରେ ଏକ ଯୁଗର ଅନ୍ତ : ସଂକ୍ଷେପରେ ଲଢୁଆ ମହାନାୟକ ଯୁବରାଜଙ୍କ କ୍ୟାରିୟର

June 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସରୋଜ ଜେନା

ଭାରତୀୟ କ୍ରିକେଟର ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ଭାରତର ଦୁଇ ବିଶ୍ବକପ୍‌ ବିଜୟର ବିନ୍ଧାଣୀ ନିଜ ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରକୁ ବିଦାୟ ଜଣାଇଛନ୍ତି। ଜଣେ ଷ୍ଟାଇଲିସ୍‌ ବାମହାତୀ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଭାବରେ କ୍ରିକେଟ ଆରମ୍ଭ କରିଥିବା ଯୁବରାଜ ଜଣେ ଉପଯୋଗୀ ପାର୍ଟଟାଇମ୍‌ ବୋଲର ଏବଂ ଚମତ୍କାର ଫିଲ୍ଡର ଭାବରେ ଖ୍ୟାତି ହାସଲ କରିଛନ୍ତି। ଯୁବରାଜଙ୍କୁ ଭାରତୀୟ କ୍ରିକେଟର ସୀମିତ ଓଭର ଖେଳର ଚାମ୍ପିୟନ୍‌ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ। ଶ୍ରେଷ୍ଠ ଫର୍ମରେ ଥିବା ସମୟରେ ଯୁବରାଜ କେବଳ ଭାରତର ନୁହନ୍ତି ବରଂ ବିଶ୍ବର ସବୁଠାରୁ ବିଧ୍ବଂସକ ଏବଂ ଭରସାଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଟନ୍ତି।

ଭାରତର ସପ୍ତମ ସର୍ବାଧିକ ରନ୍‌ ହାସଲକାରୀ ଭାବରେ ଅବସର ଗ୍ରହଣ କରିଥିବା ଯୁବରାଜ ୩୬.୪୭ର ହାରାହାରି ସହିତ ୮୬୦୯ ରନ୍‌ ସଂଗ୍ରହ କରିଛନ୍ତି। ୨୦୦୦ ମସିହାରେ ନିଜର ପ୍ରଥମ ମ୍ୟାଚ୍‌ରେ ନାଇରୋବିରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୦ ବଲ୍‌ରୁ ୮୪ ରନ୍‌ ସଂଗ୍ରହ କରିଥିବା ବେଳେ କ୍ୟାରିୟରର ଶ୍ରେଷ୍ଠ ସ୍କୋର ୧୫୦ କଟକରେ ୨୦୧୭ ମସିହାରେ ହାସଲ କରିଥିଲେ। ମଧ୍ୟକ୍ରମରେ ଯୁବରାଜ ୮୧୯୩ ରନ୍‌ ସଂଗ୍ରହ କରିଥିବା ବେଳେ କେବଳ ମହେନ୍ଦ୍ର ସିଂ ଧୋନୀ ୯୨୪୫ ସହ ଆଗରେ ରହିଛନ୍ତି। ଦିନିକିଆରେ ଯୁବରାଜ ସମୁଦାୟ ୨୭ଟି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ହାସଲ କରିଥିବା ବେଳେ ତନ୍ମଧ୍ୟରୁ ୪ଟି ୨୦୧୧ ବିଶ୍ବକପ୍‌ରେ ହାସଲ କରିଥିଲେ। ଏହା ସହିତ ୨୦୧୧ ବିଶ୍ବକପ୍‌ର ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ମଧ୍ୟ ଘୋଷିତ ହୋଇଥିଲେ ଯୁବି।

ଜଣେ ସାମୟିକ ବୋଲର ହୋଇଥିଲେ ମଧ୍ୟ ଯୁବରାଜ ଦିନିକିଆରେ ୧୧୧ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି। ଯୁବରାଜ ବିଶ୍ବକପ୍‌ରେ ଗୋଟିଏ ଥର ପାଞ୍ଚ ଓ୍ବିକେଟ୍‌ (୫/୩୧ବନାମ ଆାୟାର୍ଲ୍ୟାଣ୍ଡ) ହାସଲ କରିଥିବା ବେଳେ ଅନେକ ଖେଳାଳିଙ୍କୁ ଏକାଧିକ ଥର ଆଉଟ କରିବାରେ ସକ୍ଷମ ହୋଇଛନ୍ତି। କେଭିନ୍‌ ପିଟରସନ୍‌ଙ୍କୁ ସର୍ବାଧିକ ୪ ଥର ଆଉଟ କରିଥିବା ବେଳେ ସାଙ୍ଗାକାରା, ଫ୍ଲିଣ୍ଟଫ୍‌ ଏବଂ ମୁସଫିକର ରହିମ୍‌ଙ୍କୁ ୩ ଥର ଲେଖାଏଁ ଆଉଟ୍‌ କରିଛନ୍ତି।

ଯୁବରାଜଙ୍କ କ୍ୟାରିୟରର କିଛି ସ୍ମରଣୀୟ ମୂହୂର୍ତ୍ତ :
୬୯ ବନାମ ଇଂଲଣ୍ଡ, ୨୦୦୨, ଲର୍ଡସ୍
ନାଟଓ୍ବେଷ୍ଟ ଟ୍ରଫିର ଫାଇନାଲ୍‌ରେ ଭାରତ ୩୨୬ ରନ୍‌ର ପିଛା କରୁଥିବା ବେଳେ ଭାରତ ୧୪୬ ରନ୍‌ରେ ୫ ଓ୍ବିକେଟ୍‌ ହରାଇ ସଙ୍କଟରେ ପଡିଥିଲା। ଏହି ସମୟରେ ଯୁବରାଜ(୬୯) ଅନ୍ୟତମ ଯୁବ ଖେଳାଳି ମହମ୍ମଦ କୈଫ୍‌ଙ୍କ ସହ ୧୨୧ ରନ୍‌ର ଭାଗିଦାରୀ କରି ଭାରତକୁ ସଙ୍କଟରୁ ବାହାର କରିବା ସହ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
୨ ରନ୍‌ ଆଉଟ୍‌, ବନାମ ଦକ୍ଷିଣ ଆଫ୍ରିକା, ଚାମ୍ପିୟନ୍ସ ଟ୍ରଫି, ୨୦୦୨, କଲମ୍ବୋ
୨୦୦୨ ଚାମ୍ପିୟନ୍ସ ଟ୍ରଫିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏକ ଅସମ୍ଭବ ବିଜୟ ହାସଲ କରିଥିଲା। ମ୍ୟାଚ୍‌ର ଅନ୍ତିମ ଭାଗରେ ଯୁବରାଜ ଗ୍ରେମ୍‌ ସ୍ମିଥ୍‌ ଏବଂ ଜଣ୍ଟି ରୋଡ୍ସଙ୍କୁ ରନ୍‌ ଆଉଟ କରିଥିଲେ। ପେଙ୍ଗୁଇନ୍‌ ପରି ଡେଇଁ ପଏଣ୍ଟରେ ସ୍ମିଥ୍‌ଙ୍କ କ୍ୟାଚ୍‌ ଧରିବା ସହିତ ଜଣ୍ଟି ରୋଡ୍ସ ଏବଂ ଆଲାନ୍‌ ଡୋନାଲ୍ଡଙ୍କୁ ରନ୍‌ଆଉଟ୍‌ କରି ଦଳକୁ ବିଜୟୀ କରାଇଥିଲେ।
୬ ଛକ୍କା, ବନାମ ଇଂଲଣ୍ଡ, ଟି ୨୦ ବିଶ୍ବକପ୍‌ ୨୦୦୭, ଡର୍ବାନ
କ୍ରିକେଟ୍ ଇତିହାସରେ ମାତ୍ର  ୬ଜଣ ଖେଳାଳି ଗୋଟିଏ ଓଭରରେ ୬ ଛକା ମାରିଛନ୍ତି। ସେମାନଙ୍କ ମଧ୍ୟରୁ ଯୁବରାଜ ସିଂହ ଅନ୍ୟତମ। ଯୁବରାଜ ସିଂହ ୨୦୦୭ ଟି୨୦ ବିଶ୍ବକପ୍‌ରେ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ  ୬ଛକା ମାରିଥିଲେ।
୨ ଓ୍ବିକେଟ ଏବଂ ଅର୍ଦ୍ଧଶତକ, ବନାମ ଅଷ୍ଟ୍ରେଲିଆ,  ୨୦୧୧ବିଶ୍ବକପ୍‌, ଅହମଦାବାଦ
୨୦୧୧ କ୍ରିକେଟ୍‌ ବିଶ୍ବକପ୍‌ରେ ସମୁଦାୟ ୩୬୨ ରନ୍‌ ଏବଂ ୧୫ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ୨ ଓ୍ବିକେଟ୍‌ ସହିତ  ୫୨ରନ୍‌ ସଂଗ୍ରହ କରି ଦଳକୁ ସେମି ଫାଇନାଲ୍‌ରେ ପହଞ୍ଚାଇବା ସହିତ ଦଳକୁ ଚାମ୍ପିୟନ୍‌ କରାଇଥିଲେ।
ଯଦିଓ ଦିନିକିଆରେ ଯୁବରାଜ ଜଣେ ଶ୍ରେଷ୍ଠ ଖେଳାଳି ହୋଇଥିବା ବେଳେ ଟେଷ୍ଟ ଫର୍ମାଟରେ ଯୁବରାଜଙ୍କ ପ୍ରଦର୍ଶନ ସେତେ ଭଲ ରହିନାହିଁ। ୪୦ଟି ଟେଷ୍ଟରୁ ମାତ୍ର ୧୯୦୦ ରନ୍‌ କରିଥିବା ବେଳେ ତାମଧ୍ୟରେ ମାତ୍ର ତିନୋଟି ଶତକ ରହିଛି। ଟେଷ୍ଟରେ ଯୁବିଙ୍କ ସମସ୍ତ ଶତକ ପାକସ୍ତାନ ବିପକ୍ଷରେ ହିଁ ଆସିଛି।

ବରିଷ୍ଠ ଖେଳାଳିଙ୍କୁ ବିସିସିଆଇର ଅଣଦେଖା :
ବିଗତ ପାଞ୍ଚ ବର୍ଷ ମଧ୍ୟରେ ଅନେକ ବରିଷ୍ଠ ଖେଳାଳି ଅବସର ଗ୍ରହଣ କରିଥିଲେ ମଧ୍ୟ ଜଣଙ୍କୁ ବିସିସିଆଇ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ମିଳିନାହିଁ। କେବଳ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଆଶିଷ ନେହେରାଙ୍କୁ ବିଦାୟ କାଳୀନ ମ୍ୟାଚ୍‌ ଖେଳିବାକୁ ମିଳିଥିବା ବେଳେ ଅନ୍ୟ କାହାକୁ ଏହି ସୌଭାଗ୍ୟ ମିଳିନାହିଁ। ବର୍ତ୍ତମାନ ଭାରତର ସର୍ବକାଳୀନ ଶ୍ରେଷ୍ଠ ମଧ୍ୟକ୍ରମ ବ୍ୟଟ୍ସମ୍ୟାନ୍‌ ତଥା ଭାରତକୁ ଦୁଇ ବିଶ୍ବକପ୍‌ ବିଜୟୀ କରାଇଥିବା ଯୁବରାଜ ସିଂ କ୍ରିକେଟ ପଡିଆ ବାହାରେ ଅବସର ନେବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଭିଭିଏସ୍‌ ଲକ୍ଷ୍ମଣ, ରାହୁଲ ଦ୍ରାବିଡ, ଗୌତମ ଗମ୍ଭୀର ଏବଂ ବୀରେନ୍ଦ୍ର ସେହ୍ବାଗଙ୍କ ପରି ଖେଳାଳି ମଧ୍ୟ ସମାନ ଭାବରେ କ୍ରିକେଟ ପଡିଆ ବାହାରେ ଅବସର ଗ୍ରହଣ କରିଛନ୍ତି।

 

cricket international retired thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.