Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବିରାଟ ବାହିନୀର ବିରାଟ ବିଜୟ : ପାକିସ୍ତାନକୁ ହରାଇ ଇତିହାସ ରଚିଲା ଭାରତ
ଖେଳ

ବିରାଟ ବାହିନୀର ବିରାଟ ବିଜୟ : ପାକିସ୍ତାନକୁ ହରାଇ ଇତିହାସ ରଚିଲା ଭାରତ

June 16, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭାରତ 89 ରନରେ ଜିତି ବିଶ୍ୱକପରେ ଆଉ ଏକ ବିଜୟ ସହ ପାକିସ୍ତାନକୁ ମୋଟ 7 ଟି ମ୍ୟାଚରୁ ସମସ୍ତ 7ଟି ମ୍ୟାଚ ଜିତି ଇତିହାସ ସୃଷ୍ଟି କରିଛି। ମାଞ୍ଚେଷ୍ଟରର ଓଲ୍‌ଡଟ୍ରାଫୋର୍ଡରେ ଖେଳାଯାଇଥିବା ବିଶ୍ବକପରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ କେ ଏଲ୍‌ ରାହୁଲ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତର ସ୍କୋର 5  ଓ୍ବିକେଟ ହରାଇ 336 ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 140 ରନ୍‌ ସଂଗ୍ରହ କରିଥିଲେ । ରୋହିତ 113 ବଲ୍‌ରୁ 14ଟି ଚୌକା 3ଟି ଛକ୍କା ସହିତ 140 ରନ୍‌ ସଂଗ୍ରହ କରିଥିଲେ । ଲୋକେଶ ରାହୁଲ୍ 57 ରନ୍‌ ସଂଗ୍ରହ କରିଥିବା ବେଳେ କୋହଲି 77 ରନ୍‌ ସଂଗ୍ରହ କରି ଅପରାଜିତ ରହିଥିଲେ । ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ପ୍ରଥମ ଓ୍ବିକେଟ୍‌ ପାଇଁ ରାହୁଲ -ରୋହିତ 136 ରନ୍‌ ଯୋଡିଥିଲେ । ରାହୁଲ୍‌ 78 ବଲ୍‌ର ସମ୍ମୁଖୀନ ହୋଇ 57 ରନ୍‌ କରିଥିଲେ । ତୃତୀୟ ଓ୍ବିକେଟ୍‌ ପାଇଁ କୋହଲି(71, 62 ବଲ୍‌) ଏବଂ ରୋହିତ 98 ରନ୍‌ର ଭାଗିଦାରୀ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 19 ବଲ୍‌ରୁ 26 ରନ୍‌ ସଂଗ୍ରହ କରିଥିବା ବେଳେ ଦ୍ରୁତ ରନ୍‌ ସଂଗ୍ରହ କରିବା ପାଇଁ ଆଉଟ ହୋଇଥିଲେ । ଏହାପରେ ଧୋନୀ ଅମିରଙ୍କ ଦ୍ବିତୀୟ ଶିକାର ହୋଇଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର 10 ଓଭରରେ ଗୋଟିଏ ମେଡେନ୍‌ ସହିତ 47  ରନ୍‌ କରି 3 ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହସନ ଅଲୀ ଏବଂ ଓ୍ବାହାବ ରିଆଜ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ଭାରତୀୟ ଦଳର ବିଶାଳ ଲକ୍ଷକୁ ପୂରଣ କରିବା ପାଇଁ ପାକିସ୍ତାନ ଦ୍ଵିତୀୟ ପାଳିରେ ତାହାର ବ୍ୟାଟିଂ ଆରମ୍ଭ କରିଥିଲା | ପାକିସ୍ତାନର ଦଳୀୟ ସ୍କୋର ମାତ୍ର 13 ରନ ଥିବାବେଳେ ଇମାମ ଉଲ ହକ 7ରନ କରି ବିଜୟ ଶଙ୍କରଙ୍କ ପ୍ରଥମ ବଲରେ ଏଲ ବି ଡ଼ବ୍ଲୁ ହୋଇ ପ୍ୟାବିଲିଅନ ଫେରିଥିଲେ | ତାଙ୍କ ପରେ ବାବର ଆଜମ ପଡିଆ ମଧ୍ୟକୁ ଆସିଥିଲେ | ବାବର ଏବଂ ଓପନର ଫକର ଜମାନଙ୍କ ଯୋଡି ଦଳୀୟ ଖାତାରେ 104ରନ ଯୋଡିଥିଲେ| ଦଳୀୟ ସ୍କୋର 117ରନ ଥିବାବେଳେ ପାକିସ୍ତାନର ଦ୍ଵିତୀୟ ଉଇକେଟର ପତନ ଘଟିଥିଲା| ଏହାପରେ ପାକିସ୍ତାନର କ୍ରମାଗତ ଭାବରେ ଉଇକେଟ ପତନ ଘଟିବାରେ ଲାଗିଲା | ଯେତେବେଳେ 33 ଓଭରରେ ଦଳର ସ୍କୋର 166ରନରେ  6 ଟି ଉଇକେଟ ହରାଇ  ଦଳ ବିପଦରେ ଥିଲା ସେତେବେଳେ ବର୍ଷା ଆରମ୍ଭ ହୋଇ ଯାଇଥିଲା | ବର୍ଷା ଥମିବା ପରେ ପାକିସ୍ତାନ ଦଳକୁ 40 ଓଭରରେ 302 ରନର ଟାର୍ଗେଟ ପ୍ରଦାନ କରାଯାଇଥିଲା | କିନ୍ତୁ ଦଳ 40 ଓଭରରେ 6 ଉଇକେଟ ହରାଇ ମାତ୍ର 212 ରନ କରିପାରିଥିଲା|

ଭାରତୀୟ ଦଳ ପକ୍ଷରୁ ବିଜୟ ଶଙ୍କର 5.2 ଓଭରରେ 22 ରନ ବ୍ୟୟ କରି ଦୁଇଟି ଉଇକେଟ ଅକ୍ତିଆର କରିଥିଲେ| ସେହିପରି କୂଳଦୀପ ଯାଦବ 32 ରନ କରି ଦୁଇଟି ଉଇକେଟ ଅକ୍ତିଆର କରିଥିଲେ|

|

cricket india match pakistan thesamikhsya worldcup
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

ଗଭୀର ଅବପାତର ରୂପ ନେବ ଲଘୁଚାପ, ସର୍ବାଧିକ ୭୫ କିଲୋମିଟର ବେଗରେ ବହିବ ପବନ

September 21, 2026

ଆସନ୍ତାକାଲି ଭାରତ-ଜାପାନ ଟି-୨୦ ମ୍ୟାଚ୍: ଜାଣନ୍ତୁ କେବେ ଏବଂ କେଉଁଠି ହେବ ସିଧା ପ୍ରସାରଣ?

September 21, 2026

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026
Latest News

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

‘ଅଙ୍ଗନ ଉତ୍ସବ’ ପ୍ରସ୍ତୁତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

September 21, 2026

ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର

September 21, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.