Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବିଶ୍ବକପରେ ଭାରତର ପ୍ରଥମ ପରାଜୟ: 31 ରନରେ ହାରିଲା ଭାରତ, ବାୟେରେଷ୍ଟୋଙ୍କ ସାମ୍ନାରେ ଫିକା ପଡିଲା ରୋହିତଙ୍କ ଶତକ
ଖେଳ

ବିଶ୍ବକପରେ ଭାରତର ପ୍ରଥମ ପରାଜୟ: 31 ରନରେ ହାରିଲା ଭାରତ, ବାୟେରେଷ୍ଟୋଙ୍କ ସାମ୍ନାରେ ଫିକା ପଡିଲା ରୋହିତଙ୍କ ଶତକ

June 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
bairstow scentury keeps india in toe
bairstow scentury keeps india in toe

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଚଳିତ ବିଶ୍ବକପ୍‌ର 38 ତମ ମ୍ୟାଚ୍‌ରେ ଭାରତ 338 ରନ୍‌ର ପିଛା କରି 31 ରନ୍‌ରେ ପରାଜିତ ହୋଇଛି । 338ରନ୍‌ର ପିଛା କରୁଥିବା ଭାରତ ନିର୍ଦ୍ଧାରିତ ଓଭରରେ 306/5 ରନ୍‌ ସଂଗ୍ରହ କରିଥିଲା । ଜବାବରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ହାସଲ କରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା । ରୋହିତ ଶର୍ମା 109 ବଲ୍‌ରୁ 15 ଚୌକା ସହାୟତାରେ 102 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟତମ ଓପ୍‌ନର କେ ଏଲ୍‌ ରାହୁଲ ଖାତା ଖୋଲିବା ପୂର୍ବରୁ ଓ୍ବୋକ୍ସଙ୍କ ଶିକାର ହୋଇଥିଲେ । ରୋହିତ ଏବଂ ଅଧିନାୟକ ବିରାଟ କୋହଲି(66) ଦ୍ବିତୀୟ ଓ୍ବିକେଟ୍‌ରେ 138 ରନ୍‌ ଯୋଡିଥିଲେ । କୋହଲିଙ୍କ ଓ୍ବିକେଟ ପତନ ପରେ ଋଷଭ ପନ୍ତ (32) ଏବଂ ହାର୍ଦ୍ଦିକ୍‌ ପାଣ୍ଡ୍ୟା (45) ଭଲ ଆରମ୍ଭ ପାଇଥିଲେ ମଧ୍ୟ ରନ୍‌ହାର ଚାପରେ ଓ୍ବିକେଟ ହରାଇଥିଲେ । ଶେଷରେ ଧୋନୀ(42) ଏବଂ କେଦାର ଯାଦବ (12) ପରାଜୟ ବ୍ୟବଧାନ ହ୍ରାସ କରିଥିଲେ। ଇଂଲଣ୍ଡ ପକ୍ଷରୁ ଲିଆମ୍‌ ପ୍ଲଙ୍କେଟ୍‌ 10 ଓଭରରେ 55 ରନ୍‌ ଦେଇ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । କ୍ରିସ୍‌ ଓ୍ବୋକ୍ସ 58 ରନ୍‌ ବିନିମୟରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

ଟସ୍‌ ଜିତି ଇଂଲଣ୍ଡ ଅଧିନାୟକ ଇଅନ୍‌ ମୋର୍ଗାନ୍‌ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ଇଂଲଣ୍ଡ 7 ଓ୍ବିକେଟ ହରାଇ 337 ରନ୍‌ ସଂଗ୍ରହ କରିଥିଲା । ଜନି ବାୟେରେଷ୍ଟୋ 109 ବଲ୍‌ରୁ 10 ଚୌକା ଏବଂ 6 ଛକ୍କା ସହାୟତାରେ 111 ରନ୍‌ ସଂଗ୍ରହ କରିଥିବା ବେଳେ ଜାସନ୍‌ ରୟ ଏବଂ ଷ୍ଟୋକ୍ସ ଅର୍ଦ୍ଧଶତକ ହାସଲ କରିଥିଲେ । ରୟ(66) ଏବଂ ବାୟେରେଷ୍ଟୋ ପ୍ରଥମ ଓ୍ବିକେଟ୍‌ରେ 160 ରନ୍‌ ଯୋଡିଥିଲେ । ଏହାପରେ ସାମି ନିୟମିତ ବ୍ୟବଧାନରେ ଓ୍ବିକେଟ ଅକ୍ତିଆର କରି ଇଂଲଣ୍ଡର ରନ୍‌ ହାର ଉପରେ ଅଙ୍କୁଶ ଲଗାଇଥିଲେ । ଶେଷ ଭାଗରେ ଷ୍ଟୋକ୍ସ 54 ବଲ୍‌ରୁ 6 ଚୌକା ଏବଂ 3 ଛକ୍କା ସହାୟତାରେ 79 ରନ୍‌ ସଂଗ୍ରହ କରିବାରୁ ଦଳ 330 ଅତିକ୍ରମ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଜୋସ୍‌ ବଟଲର 8ଟି ବଳ୍‌ରୁ 20 ଏବଂ ଜୋ ରୁଟ୍‌ 54 ବଲ୍‌ରୁ 44 ରନ୍‌ର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ସାମି 69 ରନ୍‌ ବିନିମୟରେ 5 ଓ୍ବିକେଟ୍‌ ହାସଲ କରିଥିବା ବେଳେ ବୁମ୍‌ରା ମିତବ୍ୟୟୀ ବୋଲିଂ କରି 10 ଓଭରରେ ମାତ୍ର 44 ରନ୍‌ ପ୍ରଦାନ କରିବା ସହିତ ଷ୍ଟୋକ୍ସଙ୍କ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଦୁଇ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଯଥାକ୍ରମେ 88 ଏବଂ 72 ରନ୍‌ ବ୍ୟୟ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025

ଟିମ୍ ଇଣ୍ଡିଆର ଅଧିନାୟକ ହେବେ ଶ୍ରେୟସ ଆୟର?: ଆଶ୍ଚର୍ଯ୍ୟ କରିଛିବିସିସିଆଇର ନୂତନ ଯୋଜନା

August 21, 2025

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଇଚଇ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଭେଟିଲେ ରାଜ ଠାକରେ

August 21, 2025

୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଘାଟିତ

August 21, 2025
Latest News

ବାଲୁଗାଁ ଜାତୀୟ ରାଜପଥରେ ଓଲଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ, ୪ ଗୁରୁତର

August 21, 2025

ସାହସୀ ବାୟୁ ସେନା ଏବଂ ସୈନିକମାନଙ୍କୁ ଭେଟିବା ପାଇଁ ଏଏଫଏସ ଆଦମପୁର ଗସ୍ତ କଲେ ପ୍ରଧାନମନ୍ତ୍ରୀ

August 21, 2025

ଏବେ OTTରେ ଧମାକା କରିବ କାଜୋଲଙ୍କ ଫିଲ୍ମ ‘ମା’, ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ?

August 21, 2025

କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

August 21, 2025

ଦୁର୍ବଳ ହେଲା ସୃଷ୍ଟ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.