Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବିଶ୍ବକପରେ ଭାରତର ପ୍ରଥମ ପରାଜୟ: 31 ରନରେ ହାରିଲା ଭାରତ, ବାୟେରେଷ୍ଟୋଙ୍କ ସାମ୍ନାରେ ଫିକା ପଡିଲା ରୋହିତଙ୍କ ଶତକ
ଖେଳ

ବିଶ୍ବକପରେ ଭାରତର ପ୍ରଥମ ପରାଜୟ: 31 ରନରେ ହାରିଲା ଭାରତ, ବାୟେରେଷ୍ଟୋଙ୍କ ସାମ୍ନାରେ ଫିକା ପଡିଲା ରୋହିତଙ୍କ ଶତକ

June 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
bairstow scentury keeps india in toe
bairstow scentury keeps india in toe

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଚଳିତ ବିଶ୍ବକପ୍‌ର 38 ତମ ମ୍ୟାଚ୍‌ରେ ଭାରତ 338 ରନ୍‌ର ପିଛା କରି 31 ରନ୍‌ରେ ପରାଜିତ ହୋଇଛି । 338ରନ୍‌ର ପିଛା କରୁଥିବା ଭାରତ ନିର୍ଦ୍ଧାରିତ ଓଭରରେ 306/5 ରନ୍‌ ସଂଗ୍ରହ କରିଥିଲା । ଜବାବରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ହାସଲ କରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା । ରୋହିତ ଶର୍ମା 109 ବଲ୍‌ରୁ 15 ଚୌକା ସହାୟତାରେ 102 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟତମ ଓପ୍‌ନର କେ ଏଲ୍‌ ରାହୁଲ ଖାତା ଖୋଲିବା ପୂର୍ବରୁ ଓ୍ବୋକ୍ସଙ୍କ ଶିକାର ହୋଇଥିଲେ । ରୋହିତ ଏବଂ ଅଧିନାୟକ ବିରାଟ କୋହଲି(66) ଦ୍ବିତୀୟ ଓ୍ବିକେଟ୍‌ରେ 138 ରନ୍‌ ଯୋଡିଥିଲେ । କୋହଲିଙ୍କ ଓ୍ବିକେଟ ପତନ ପରେ ଋଷଭ ପନ୍ତ (32) ଏବଂ ହାର୍ଦ୍ଦିକ୍‌ ପାଣ୍ଡ୍ୟା (45) ଭଲ ଆରମ୍ଭ ପାଇଥିଲେ ମଧ୍ୟ ରନ୍‌ହାର ଚାପରେ ଓ୍ବିକେଟ ହରାଇଥିଲେ । ଶେଷରେ ଧୋନୀ(42) ଏବଂ କେଦାର ଯାଦବ (12) ପରାଜୟ ବ୍ୟବଧାନ ହ୍ରାସ କରିଥିଲେ। ଇଂଲଣ୍ଡ ପକ୍ଷରୁ ଲିଆମ୍‌ ପ୍ଲଙ୍କେଟ୍‌ 10 ଓଭରରେ 55 ରନ୍‌ ଦେଇ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । କ୍ରିସ୍‌ ଓ୍ବୋକ୍ସ 58 ରନ୍‌ ବିନିମୟରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

ଟସ୍‌ ଜିତି ଇଂଲଣ୍ଡ ଅଧିନାୟକ ଇଅନ୍‌ ମୋର୍ଗାନ୍‌ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ଇଂଲଣ୍ଡ 7 ଓ୍ବିକେଟ ହରାଇ 337 ରନ୍‌ ସଂଗ୍ରହ କରିଥିଲା । ଜନି ବାୟେରେଷ୍ଟୋ 109 ବଲ୍‌ରୁ 10 ଚୌକା ଏବଂ 6 ଛକ୍କା ସହାୟତାରେ 111 ରନ୍‌ ସଂଗ୍ରହ କରିଥିବା ବେଳେ ଜାସନ୍‌ ରୟ ଏବଂ ଷ୍ଟୋକ୍ସ ଅର୍ଦ୍ଧଶତକ ହାସଲ କରିଥିଲେ । ରୟ(66) ଏବଂ ବାୟେରେଷ୍ଟୋ ପ୍ରଥମ ଓ୍ବିକେଟ୍‌ରେ 160 ରନ୍‌ ଯୋଡିଥିଲେ । ଏହାପରେ ସାମି ନିୟମିତ ବ୍ୟବଧାନରେ ଓ୍ବିକେଟ ଅକ୍ତିଆର କରି ଇଂଲଣ୍ଡର ରନ୍‌ ହାର ଉପରେ ଅଙ୍କୁଶ ଲଗାଇଥିଲେ । ଶେଷ ଭାଗରେ ଷ୍ଟୋକ୍ସ 54 ବଲ୍‌ରୁ 6 ଚୌକା ଏବଂ 3 ଛକ୍କା ସହାୟତାରେ 79 ରନ୍‌ ସଂଗ୍ରହ କରିବାରୁ ଦଳ 330 ଅତିକ୍ରମ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଜୋସ୍‌ ବଟଲର 8ଟି ବଳ୍‌ରୁ 20 ଏବଂ ଜୋ ରୁଟ୍‌ 54 ବଲ୍‌ରୁ 44 ରନ୍‌ର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ସାମି 69 ରନ୍‌ ବିନିମୟରେ 5 ଓ୍ବିକେଟ୍‌ ହାସଲ କରିଥିବା ବେଳେ ବୁମ୍‌ରା ମିତବ୍ୟୟୀ ବୋଲିଂ କରି 10 ଓଭରରେ ମାତ୍ର 44 ରନ୍‌ ପ୍ରଦାନ କରିବା ସହିତ ଷ୍ଟୋକ୍ସଙ୍କ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଦୁଇ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଯଥାକ୍ରମେ 88 ଏବଂ 72 ରନ୍‌ ବ୍ୟୟ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଗାଲେ ଟେଷ୍ଟରେ ଶତକ ସହିତ ଦେବଦତ୍ତ ପାଡିକ୍କଲ୍ ଭାଙ୍ଗିଲେ ୩ ଟି ପ୍ରମୁଖ ରେକର୍ଡ

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

ଗାଲେ ଟେଷ୍ଟରେ ଶତକ ସହିତ ଦେବଦତ୍ତ ପାଡିକ୍କଲ୍ ଭାଙ୍ଗିଲେ ୩ ଟି ପ୍ରମୁଖ ରେକର୍ଡ

August 15, 2026

ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଉଦ୍‌ଘାଟନ 

August 15, 2026

SEBIର ବଡ଼ ନିଷ୍ପତ୍ତି: ଭାରତ ନଆସି ଡିଜିଟାଲ୍ KYC ପୂରଣ କରିପାରିବେ ବିଦେଶରେ ରହୁଥିବା NRI  

August 15, 2026

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.