Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»୨୦୧୯ ବିଶ୍ଵକପରୁ ବିଦା ହେଲା ଭାରତ,୧୮ ରନରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ଉନ୍ନୀତ, ଆପଣ କୁହନ୍ତୁ ଭାରତ ହାରିବାର କାରଣ କଣ ?
ଖେଳ

୨୦୧୯ ବିଶ୍ଵକପରୁ ବିଦା ହେଲା ଭାରତ,୧୮ ରନରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ଉନ୍ନୀତ, ଆପଣ କୁହନ୍ତୁ ଭାରତ ହାରିବାର କାରଣ କଣ ?

July 10, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

୨୦୧୯ ଆଇସିସି ବିଶ୍ଵକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୮ ରନରେ ଭାରତକୁ ହରାଇ ଫାଇନାଲ ମ୍ୟାଚକୁ ଉନ୍ନୀତ ହୋଇଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ। କିନ୍ତୁ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ମାତ୍ର ୨୩୯ ରନ କରିବାରେ ସକ୍ଷମ ହୋଇଥିଲା। ବର୍ଷା କାରଣରୁ ପ୍ରଥମ ଦିନରେ ନ୍ୟୁଜିଲାଣ୍ଡ ଦଳ ୪୬.୨ ଓଭର ଖେଳି ୨୨୧ ରନ କରିଥିଲା। ଆଜି ନ୍ୟୁଜିଲାଣ୍ଡ ୪୬.୨ ଓଭରରୁ ଖେଳ ଆରମ୍ଭ କରି ନିର୍ଦ୍ଧାରିତ ଓଭରରେ ୨୩୯ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ୱିଲିୟମସନ ୬୭ ରନ, ରସ ଟେଲର ୭୪ ରନର ଉପଯୋଗୀ ପାଳି ଖେଳିଥିଲେ। ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୧୦ ଓଭରରେ ୪୩ ରନ ଦେଇ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ସେହିପରି ଯଶପ୍ରିତ ବୁମରାହ ୧୦ ଓଭରରେ ୩୯ ରନ ଦେଇ ୧ଟି ୱିକେଟ, ହାର୍ଦ୍ଦିକ ପାଣ୍ଡ୍ୟା ୧୦ ଓଭରରେ ୫୫ ରନ ଦେଇ ୧ ଟି ୱିକେଟ, ରବୀନ୍ଦ୍ର ଜାଡ଼େଜା ୧୦ ଓଭରରେ ୩୪ରନ ଦେଇ ୧ଟି ୱିକେଟ ଏବଂ ୟୁଜବେନ୍ଦ୍ର ଚହଲ ୧୦ ଓଭରରେ ୬୩ ରନ ଦେଇ ୧ଟି ୱିକେଟ ନେଇଥିଲେ।

ଭାରତୀୟ ଦଳ ୨୩୯ରନ ଲକ୍ଷକୁ ପୂରଣ କରିବା ପାଇଁ ବ୍ୟାଟିଂ ଆରମ୍ଭ କରିଥିଲା। କିନ୍ତୁ ଦଳ ମାତ୍ର ୫ ରନରେ ପ୍ରଥମ ତିନୋଟି ୱିକେଟ ହରାଇ ଅଡୁଆରେ ପଡିଥିଲା। ରୋହିତ ଶର୍ମା, କେ ଏଲ ରାହୁଲ, ଅଧିନାୟକ ବିରାଟ କୋହଲି ମାତ୍ର ୧ରନ ଲେଖାଏଁ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ସପ୍ତମ ୱିକେଟରେ ଜାଡେଜା ଏବଂ ଧୋନୀ ଶତକୀୟ ଭାଗୀଦାରୀ ଫଳରେ ଜିତିବାର ଆଶାକୁ କିଛି ସମୟ ପାଇଁ ଉଜ୍ଜୀବିତ କରିଥିଲେ। କିନ୍ତୁ ଏହା ବିଫଳ ହୋଇଥିଲା। ଜାଡେଜା ୫୯ ବଲରେ ୭୭ ରନର ଧୂଆଁଧାର ପାଳି ଖେଳିଥିଲେ। ଧୋନୀ ୭୨ ବଲରେ ୫୦ରନର ପାଳି ଖେଳିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ ହେନ୍ରୀ ୧୦ ଓଭରରେ ୩୭ ରନ ଦେଇ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ଟ୍ରେଣ୍ଟ ବୋଲ୍ଟ ଏବଂ ମିଚେଲ ସଣ୍ଟନର ଉଭୟ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ନ୍ୟୁଜିଲାଣ୍ଡ ଦଳର ମିତବ୍ୟୟୀ ବୋଲିଂରେ ଭାରତୀୟ ଦଳ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୨୨୧ରନ କରିଥିଲା। ଫଳରେ ନ୍ୟୁଜିଲାଣ୍ଡ ୧୮ ରନରେ ଭାରତକୁ ହରାଇ ପ୍ରଥମ ଦଳ ଭାବରେ ଫାଇନାଲ ଖେଳିବାକୁ ଯୋଗ୍ୟତା ଲାଭ କରିଛି। ୨୦୧୯ ବିଶ୍ଵକପରେ ପ୍ରବଳ ଦାବିଦାରୀ ଥିବା ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇ ଭାରତୀୟ ଖେଳପ୍ରେମୀଙ୍କୁ ନିରାଶ କରିଛି।

ତେବେ ଭାରତର ଏପରି ପରାଜୟର କାରଣ କଣ ହୋଇପାରେ ଆପଣମାନେ ନିଜର ମତ ଦିଅନ୍ତୁ। ଆପଣଙ୍କ ମତକୁ ‘ସମୀକ୍ଷା’ ମାଧ୍ୟମରେ ଆମେ ସମସ୍ତଙ୍କ ପାଖରେ ପହଁଚାଇବୁ ।

Share. Facebook Twitter LinkedIn Email WhatsApp Copy Link

Related Posts

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

NTAରେ ବଡ଼ଧରଣର ପରିବର୍ତ୍ତନ: ୪୭ ଅଧିକାରୀ ବହିସ୍କୃତ

July 24, 2026

କେମିକାଲ ପାର୍କ ପ୍ରତିଷ୍ଠା ଲାଗି ‘‘ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ’’କୁ କ୍ୟାବିନେଟ୍‌ ମଞ୍ଜୁରି

July 24, 2026

ପ୍ରଭୃଙ୍କ ସୁନ୍ଦର ରୂପ ଦେଖି ଭକ୍ତଗଣ ବିମୋହିତ, ଆନନ୍ଦରେ ଟାଣିଲେ ରଥ

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.