Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ସିଏସ୍‌କେର ମୁଖ୍ୟ କୋଚ୍ ହେଲେ ଜାହିର୍ ଖାନ୍
ଖେଳ

ସିଏସ୍‌କେର ମୁଖ୍ୟ କୋଚ୍ ହେଲେ ଜାହିର୍ ଖାନ୍

September 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସିଏସ୍‌କେର ମୁଖ୍ୟ କୋଚ୍ ହେଲେ ଜାହିର୍ ଖାନ୍

ଚେନ୍ନାଇ: ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ)ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଭାରତୀୟ ଫାଷ୍ଟ୍ ବୋଲର୍ ଜାହିର୍ ଖାନ୍। ଫ୍ରାଞ୍ଚାଇଜି ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସେ ଦୀର୍ଘ ୧୭ ବର୍ଷ ଧରି (୨୦୦୯-୨୦୨୬) ସିଏସ୍‌କେର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇଥିବା ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ ନେବେ।  ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ଜାହିର୍ କୌଣସି ଫ୍ରାଞ୍ଚାଇଜିର ମୁଖ୍ୟ କୋଚ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସରେ କ୍ରିକେଟ୍ ଅପରେସନ୍ସ ଡାଇରେକ୍ଟର ଓ ଗ୍ଲୋବାଲ୍ ଡେଭେଲପ୍‌ମେଣ୍ଟ୍ ପ୍ରମୁଖ ଭାବେ କାର୍ଯ୍ୟ କରିଥିଲେ। ୨୦୨୫ ଆଇପିଏଲ୍‌ରେ ସେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସର ମେଣ୍ଟର୍ ଥିଲେ। ସେ ଆରସିବି, ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ ଡେୟାର୍‌ଡେଭିଲ୍ସ ପକ୍ଷରୁ ମୋଟ ୧୦୦ଟି ଆଇପିଏଲ୍ ମ୍ୟାଚ୍ ଖେଳି ୭.୫୯ ଇକୋନୋମିରେ ୧୦୨ଟି ୱିକେଟ୍ ନେଇଛନ୍ତି।

ତାଙ୍କ ଇକୋନୋମି ରେଟ୍ ୭.୫୯ ରହିଛି। ୨୦୧୭ରେ ଦିଲ୍ଲୀ ଡେୟାର୍‌ଡେଭିଲ୍ସ ପକ୍ଷରୁ ଖେଳିବା ପରେ ସେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ସନ୍ନ୍ୟାସ ନେଇଥିଲେ। ଭାରତ ପକ୍ଷରୁ ଜାହିର ୯୨ ଟେଷ୍ଟ୍‌, ୨୦୦ ଦିନିକିଆ ଏବଂ ୧୭ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୨୦୧୧ ଦିନିକିଆ ବିଶ୍ୱକପ୍ ବିଜେତା ଭାରତୀୟ ଟିମ୍‌ର ପ୍ରମୁଖ ବୋଲର୍ ଥିଲେ। ନିଯୁକ୍ତି ପରେ ଜାହିର ଖାନ୍ ସିଏସ୍‌କେର ଅଂଶବିଶେଷ ହେବା ସମ୍ମାନର ବିଷୟ ବୋଲି କହିଛନ୍ତି। ସେ କହିଛନ୍ତି, ଖେଳାଳି ଭାବେ ସେ ସିଏସ୍‌କେ ସାମ୍ନା କରିଛନ୍ତି ଏବଂ ଚେପକ୍‌ରେ ସୁପର୍‌ଫ୍ୟାନ୍ସ ପରିବେଶର ଅନୁଭବ କରିଛନ୍ତି। ସେ ଫ୍ରାଞ୍ଚାଇଜିର ପରମ୍ପରାର ଅଂଶବିଶେଷ ହୋଇଥିବାରୁ ଉତ୍ସାହିତ ଅଛନ୍ତି।

ଜାହିର ଖାନ୍‌ ମୁଖ୍ୟ କୋଚ୍ ସିଏସ୍‌କେ
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ୍-ସେତୁ: ଓଡ଼ିଶାର ୫ ଆଇଟିଆଇ ପାଇଁ ୨୪୦ କୋଟି ମଞ୍ଜୁର

October 16, 2026

ଏସ୍‌ଆଇଆର୍ ନେଇ ଆମେରିକା ସାଂସଦ ପ୍ରମିଳା ଜୟପାଳଙ୍କ ବୟାନକୁ ଭାରତର କଡା ନିନ୍ଦା

October 16, 2026

ରେଳ ଷ୍ଟେସନରେ ସ୍ୱଚ୍ଛତା: ପିଲାଙ୍କ ପାଇଁ କୁଇଜ୍ ଓ ଚିତ୍ରାଙ୍କନ

October 16, 2026

ଦିଲ୍ଲୀରେ କଡ଼ା ସୁରକ୍ଷା: ପଦଯାତ୍ରା ପୂର୍ବରୁ ଅଭିଜିତ ଦୀପକେ ଅଟକ

October 16, 2026
Latest News

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026

୧୫ ବର୍ଷରେ ପାଦ ଥାପିଲା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪

October 16, 2026

ଘରୋଇ କମ୍ପାନୀର ୯ କୋଟି ବକେୟା: ସରକାରୀ ସମ୍ପତ୍ତି ଆଟାଚ୍ ନିର୍ଦ୍ଦେଶ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.