Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»୧୬ତମ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍‌: ‘ମିଡିଆ-୧୧’ ଚାମ୍ପିଅନ୍, ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଖେଳ

୧୬ତମ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍‌: ‘ମିଡିଆ-୧୧’ ଚାମ୍ପିଅନ୍, ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

September 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୧୬ତମ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍‌: ‘ମିଡିଆ-୧୧’ ଚାମ୍ପିଅନ୍, ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  “ଖେଳକୁଦ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ମାଧ୍ୟମରେ ସମାଜରେ ଏକତା, ଭାଇଚାରା ଓ ସଦ୍‌ଭାବନା ସୃଷ୍ଟି ହୋଇଥାଏ। ଖେଳୁଆଡ଼ ମନୋଭାବ ଏବଂ ଭାଇଚାରା ହିଁ ସୁସ୍ଥ ସମାଜର ମୂଳଦୁଆ,” ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ୧୬ତମ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ବକ୍ତବ୍ୟ ଦେଇଥିଲେ। ଏହି ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ଟାଟା ଷ୍ଟିଲ୍‌ର ଟିମ୍‌ଗୁଡ଼ିକ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ‘ମିଡିଆ-୧୧’ ଟିମ୍ ଚାମ୍ପିଅନ୍ ହୋଇଥିବା ବେଳେ ‘ଅଫିସର୍ସ-୧୧’ ରନର୍ସ-ଅପ୍ ଶିରୋପା ହାସଲ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିକଟରେ ଚୀନ୍‌ରେ ଅନୁଷ୍ଠିତ ଜୁନିୟର ଏସିଆ କପ୍ ହକି ୨୦୨୬ରେ ଚାମ୍ପିଅନ୍ ହୋଇଥିବା ଭାରତୀୟ ପୁରୁଷ ଓ ମହିଳା ଦଳର ଓଡ଼ିଶା ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାର ୭ ଜଣ ପୁରୁଷ ଓ ୩ ଜଣ ମହିଳା ହକି ଖେଳାଳିଙ୍କୁ ପ୍ରତ୍ୟେକଙ୍କୁ ୧.୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

ଖେଳାଳିମାନଙ୍କ ଉତ୍ସାହଜନକ ଭାଗଗ୍ରହଣକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖେଳ ମୈଦାନରେ ଜିତିବା କିମ୍ବା ହାରିବା ଅପେକ୍ଷା ‘ସ୍ପୋର୍ଟ୍ସମ୍ୟାନ୍ ସ୍ପିରିଟ୍’ ବା ଖେଳୁଆଡ଼ ମନୋଭାବ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହା ସମସ୍ତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରେ। ପ୍ରତିବର୍ଷ ଏଭଳି ସାମାଜିକ ଦାୟିତ୍ୱବୋଧର ସହ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବାରୁ ସେ ଟାଟା ଷ୍ଟିଲ୍‌କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସର୍ଭିସେସ୍‌ ଭାଇସ୍ ପ୍ରେସିଡେଣ୍ଟ ଡି.ବି. ସୁନ୍ଦର ରମମ୍‌ଙ୍କ ସମେତ ବହୁ ବିଧାୟକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍‌ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

September 27, 2026

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026
Latest News

୧୬ତମ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍‌: ‘ମିଡିଆ-୧୧’ ଚାମ୍ପିଅନ୍, ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

September 27, 2026

ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା: ନିର୍ବାଚନ ଆୟୋଗ

September 27, 2026

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

September 27, 2026

ଆଜି ସେପ୍ଟମ୍ବର ୨୭ ତାରିଖରେ ପାଞ୍ଚଟି ରାଶିର ବୁଲିଲା ଭାଗ୍ୟ ଚକ୍ର

September 27, 2026

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.