Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଡବ୍ଲ୍ୟୁପିଏଲ୍ ୨୦୨୭: ରିଟେନ୍-ରିଲିଜ୍ ତାଲିକା ପ୍ରକାଶ, ଅକ୍ଟୋବର ୨୮ରେ କୋଚିରେ ମିନି ଅକ୍ସନ୍
ଖେଳ

ଡବ୍ଲ୍ୟୁପିଏଲ୍ ୨୦୨୭: ରିଟେନ୍-ରିଲିଜ୍ ତାଲିକା ପ୍ରକାଶ, ଅକ୍ଟୋବର ୨୮ରେ କୋଚିରେ ମିନି ଅକ୍ସନ୍

September 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
WPL 2027: Retain-release list announced; mini-auction in Kochi on October 28.

ମୁମ୍ବାଇ: ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍) ୨୦୨୭ ସିଜନ୍ ପାଇଁ ସମସ୍ତ ଫ୍ରାଞ୍ଚାଇଜିଗୁଡ଼ିକର ରିଟେନ୍ ଓ ରିଲିଜ୍ ଖେଳାଳି ତାଲିକା ପ୍ରକାଶ ପାଇଛି। ଆସନ୍ତା ବର୍ଷ ଜାନୁଆରୀ ୧୪ରୁ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ଡବ୍ଲ୍ୟୁପିଏଲ୍‌ର ପଞ୍ଚମ ସିଜନ୍ ଖେଳାଯିବାକୁ ଥିବା ବେଳେ, ଏଥିପାଇଁ ମିନି ଅକ୍ସନ୍ ଅକ୍ଟୋବର ୨୮ ତାରିଖରେ କୋଚିଠାରେ ଅନୁଷ୍ଠିତ ହେବ। ଏହି ନିଲାମୀରେ ମୋଟ ୨୭ଟି ସ୍ଲଟ୍  ପୂରଣ କରାଯିବ। ସମସ୍ତ ଦଳ ପାଇଁ ୧୫ କୋଟି ଟଙ୍କାର ସାଲାରୀ କ୍ୟାପ୍ ସ୍ଥିର କରାଯାଇଛି।

ଗତ ସିଜନ୍‌ରେ ପଏଣ୍ଟ ଟେବୁଲ୍‌ର ସର୍ବନିମ୍ନରେ ରହିଥିବା ୟୁପି ୱାରିୟର୍ସ ସର୍ବାଧିକ ୯ ଜଣ ଖେଳାଳିଙ୍କୁ ଦଳରୁ ବାଦ୍ ଦେଇଛି। ରିଲିଜ୍ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଡିଏଣ୍ଡ୍ରା ଡଟିନ୍, କ୍ଲୋ ଟ୍ରାଏନ୍, ଚାର୍ଲି ନଟ୍, ମେସି ଜୋନ୍ସ, ଆଶା ଶୋଭନା, ଜି. ତ୍ରିଶା, କିରଣ ନଭଗିରେ, ଶ୍ୱେତା ସହରାୱତ ଓ ସୁମନ ମୀନା ସାମିଲ ଅଛନ୍ତି। ଏବେ ୟୁପି ପାଖରେ ୭ଟି ସ୍ଲଟ୍ ଖାଲି ଥିବା ବେଳେ ଅକ୍ସନ୍ ପାଇଁ ସବୁଠୁ ବଡ଼ ୩.୬୫ କୋଟି ଟଙ୍କାର ପର୍ସ ବଳକା ରହିଛି। ଅନ୍ୟପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୪ ଜଣ ଖେଳାଳି ଗ୍ରେସ୍ ହାରିସ୍, ଲିନ୍ସି ସ୍ମିଥ୍, ଡି. ହେମଲତା ଓ ଗୌତମୀ ନାୟକଙ୍କୁ ରିଲିଜ୍ କରିଥିବା ବେଳେ ୧୩ ଜଣଙ୍କୁ ରିଟେନ୍ କରିଛି। ଆର୍‌ସିବି ପାଇଁ ବଡ଼ ଖବର ହେଉଛି, ଅଷ୍ଟ୍ରେଲିଆର ତାରକା ଅଲ୍‌ରାଉଣ୍ଡର୍ ଏଲିସ୍ ପେରୀ ଦଳକୁ ଫେରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ୨୦୨୬ ସିଜନ୍ ଖେଳିନଥିଲେ ମଧ୍ୟ ଦଳ ତାଙ୍କୁ ରିଟେନ୍ କରିଥିଲା।

ଚାରିଥରର ରନର୍ସ-ଅପ୍ ଦିଲ୍ଲୀ କ୍ୟାପିଟାଲ୍ସ ୬ ଜଣ ଖେଳାଳିଙ୍କୁ (ଅଲାନା କିଙ୍ଗ୍, ଲିଜେଲ୍ ଲି, ସ୍ନେହ ରାଣା, ତାନିଆ ଭାଟିଆ, ପ୍ରଗତି ସିଂହ, ଈ. ସୁରଜନା) ବାଦ୍ ଦେଇ ୧୩ ଜଣଙ୍କୁ ରିଟେନ୍ କରିଛି। ରିଟେନ୍ ତାଲିକାରେ ଲୌରା ୱଲ୍‌ଭାର୍ଡଟ, ଏନାବେଲ୍ ସଦରଲାଣ୍ଡ୍, ଜେମିମା ରୋଡ୍ରିଗ୍ସ ଓ ଶେଫାଳୀ ବର୍ମାଙ୍କ ପରି ପ୍ରମୁଖ ଖେଳାଳି ରହିଛନ୍ତି। ଦୁଇଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ୬ ଜଣ ଖେଳାଳିଙ୍କୁ (ମିଲ୍ଲି ଇଲିଂଙ୍ଗ୍‌ୱର୍ଥ, ଜି. କମଳିନୀ, କ୍ରାନ୍ତି ରେଡ୍ଡୀ, ପୁନମ ଖେମନାର୍, ସାଇକା ଈଶାକ୍, ତ୍ରିବେଣୀ ବଶିଷ୍ଠ) ରିଲିଜ୍ କରି ୧୧ ଜଣଙ୍କୁ ରଖିଛି। ଆଗାମୀ ଅଣ୍ଡର-୧୯ ଟି-୧୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଜି. କମଳିନୀଙ୍କୁ ଦଳରୁ ମୁକ୍ତ କରାଯାଇଛି। ମୁମ୍ବାଇ ହରମନପ୍ରୀତ୍ କୌର୍, ହେଲୀ ମାଥ୍ୟୁଜ୍, ଆମେଲିଆ କେର୍, ନେଟ୍ ସ୍କିଭର୍‌-ବ୍ରଣ୍ଟ୍‌ଙ୍କ ପରି ତାରକାଙ୍କୁ ଦଳରେ ବଜାୟ ରଖିଛି।

ସେହିପରି ଗୁଜରାଟ ଜାଏଣ୍ଟ୍‌ସ ୪ ଜଣ ଖେଳାଳି (ଡାନୀ ୱାଟ୍‌-ହଜ୍, ଆୟୁଷର ସୋନୀ, ତିତାସ୍ ସାଧୁ, ଶିଭାନୀ ସିଂହ)ଙ୍କୁ ରିଲିଜ୍ କରି ସର୍ବାଧିକ ୧୫ ଜଣ ଖେଳାଳିଙ୍କୁ ରିଟେନ୍ କରିଛି। ଗୁଜରାଟ ନିକଟରେ ଏବେ ମାତ୍ର ୩ଟି ସ୍ଲଟ୍ ଖାଲି ରହିଛି।

mini-auction WPL 2027
Share. Facebook Twitter LinkedIn Email WhatsApp Copy Link

Related Posts

‘ରବି ଅଭିଯାନ ୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 29, 2026

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026
Latest News

ଡବ୍ଲ୍ୟୁପିଏଲ୍ ୨୦୨୭: ରିଟେନ୍-ରିଲିଜ୍ ତାଲିକା ପ୍ରକାଶ, ଅକ୍ଟୋବର ୨୮ରେ କୋଚିରେ ମିନି ଅକ୍ସନ୍

September 29, 2026

‘ରବି ଅଭିଯାନ ୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 29, 2026

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.