Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଆଇପିଏଲ୍‌-ପିଏସ୍‌ଏଲ୍ ହେବେ ମୁହାଁମୁହିଁ: ମାର୍ଚ୍ଚ ୧୮ରୁ ପାକିସ୍ତାନ ସୁପର ଲିଗ୍‌
ଖେଳ

ଆଇପିଏଲ୍‌-ପିଏସ୍‌ଏଲ୍ ହେବେ ମୁହାଁମୁହିଁ: ମାର୍ଚ୍ଚ ୧୮ରୁ ପାକିସ୍ତାନ ସୁପର ଲିଗ୍‌

October 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
IPL vs. PSL: Pakistan Super League starts March 18

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍‌ର ଦୁଇ ପ୍ରମୁଖ ଟି-୨୦ ଲିଗ୍—ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଏବଂ ପାକିସ୍ତାନ ସୁପର ଲିଗ୍ (ପିଏସ୍‌ଏଲ୍) ପୁଣିଥରେ ଏକାସାଙ୍ଗରେ ଖେଳାଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନିଜର ଆଗାମୀ ପିଏସ୍‌ଏଲ୍‌-୧୨ର କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ଜାରି କରିଛି, ଯାହା ଅନୁଯାୟୀ ଏହି ଲିଗ୍ ଆସନ୍ତା ମାର୍ଚ୍ଚ ୧୮ ତାରିଖରୁ ଆରମ୍ଭ ହୋଇ ମେ ୨ ତାରିଖରେ ଫାଇନାଲ୍ ମ୍ୟାଚ୍ ସହ ଶେଷ ହେବ। ସାଧାରଣତଃ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଆଇପିଏଲ୍ ମଧ୍ୟ ଆୟୋଜିତ ହୋଇଥାଏ, ତେଣୁ ଚଳିତ ବର୍ଷ ମଧ୍ୟ ଏହି ଦୁଇ ଲିଗ୍‌ର ସୂଚୀ ମଧ୍ୟରେ ସୀଧାସଳଖ ଟକ୍କର ଦେଖିବାକୁ ମିଳିବ। ଯଦିଓ ବିସିସିଆଇ (BCCI) ପକ୍ଷରୁ ଆଇପିଏଲ୍‌ର ଆନୁଷ୍ଠାନିକ କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ, କିନ୍ତୁ ପିଏସ୍‌ଏଲ୍‌ର ଲିଗ୍ ପର୍ଯ୍ୟାୟ ସହ ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକର ସମୟ ଏକାସାଙ୍ଗରେ ପଡ଼ିବା ନିଶ୍ଚିତ ମନେହେଉଛି। ୨୦୨୬ ମସିହାରେ ଭାରତୀୟ ଲିଗ୍ ମାର୍ଚ୍ଚ ୨୮ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବେଳେ ଏଥର ମଧ୍ୟ ସମାନ ସମୟ ସୀମା ମଧ୍ୟରେ ଆଇପିଏଲ୍‌ର ସମସ୍ତ ମ୍ୟାଚ୍ ଆୟୋଜିତ ହେବାର ଅନୁମାନ କରାଯାଉଛି।

ଏହି ଅବସରରେ ପିସିବି ଅଧ୍ୟକ୍ଷ ମୋହସିନ୍ ନକ୍‌ଭୀ କହିଛନ୍ତି ଯେ, ପିଏସ୍‌ଏଲ୍‌-୧୧ର ସଫଳତା ସାବ୍ୟସ୍ତ କରିସାରିଛି ଯେ ଏହି ଲିଗ୍ କେତେ ଶକ୍ତିଶାଳୀ ଏବଂ ଲୋକପ୍ରିୟ। ସେ ଗତ ସିଜନ୍‌ର ରୋମାଞ୍ଚକର ମ୍ୟାଚ୍, ରେକର୍ଡ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତି ଏବଂ ସମ୍ପ୍ରସାରିତ ପ୍ରସାରଣ ତଥ୍ୟର ବିଶେଷ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ, ପିଏସ୍‌ଏଲ୍‌-୧୧ରେ ପ୍ରଥମ ଥର ପାଇଁ ୮ଟି ଟିମ୍ ଅଂଶଗ୍ରହଣ କରିଥିଲେ ଏବଂ ଖେଳାଳି ଚୟନ ପାଇଁ ପୁରୁଣା ଡ୍ରାଫ୍ଟ ସିଷ୍ଟମ୍ ବଦଳରେ ପ୍ରଥମ ଥର ପାଇଁ ‘ପ୍ଲେୟାର୍ ଅକ୍ସନ’ (ଖେଳାଳି ନିଲାମୀ) ପ୍ରକ୍ରିୟା ଲାଗୁ କରାଯାଇଥିଲା। ଲାହୋରର ଗଦ୍ଦାଫି ଷ୍ଟାଡିୟମ୍‌ରେ ୩୨,୪୬୧ ଜଣ ଦର୍ଶକଙ୍କ ସମ୍ମୁଖରେ ଖେଳାଯାଇଥିବା ସିଜନ୍-୧୧ର ଫାଇନାଲ୍ ମୁକାବିଲାରେ ହାଇଦ୍ରାବାଦ କିଙ୍ଗ୍‌ସମ୍ୟାନ୍‌କୁ ପରାସ୍ତ କରି ପେଶାୱର ଜାଲ୍‌ମୀ ୯ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଟାଇଟଲ୍ ହାସଲ କରିଥିଲା। ଏବେ ପିଏସ୍‌ଏଲ୍‌-୧୨ ଏବଂ ଆଇପିଏଲ୍‌ର ଏକାସାଙ୍ଗରେ ଆୟୋଜନ ବିଶ୍ୱ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଭିନ୍ନ ଆକର୍ଷଣ ସୃଷ୍ଟି କରିଛି।

ଆଇପିଏଲ୍‌-ପିଏସ୍‌ଏଲ୍ କ୍ରିକେଟ ଖବର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦: ସିରିଜ୍ କବ୍‌ଜା ଲକ୍ଷ୍ୟରେ ଭାରତ

October 9, 2026

ବିକଶିତ ଭାରତ @ ୨୦୪୭ ଦିଗରେ ନେତୃତ୍ୱ ନେବାକୁ ଯୁବପିଢ଼ିଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ଆହ୍ୱାନ

October 9, 2026

ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ‘ବିଶ୍ୱ ବିକାଶ ରିପୋର୍ଟ ୨୦୨୬: କୃତ୍ରିମ ବୁଦ୍ଧିମତାର ପ୍ରତିଶ୍ରୁତି’ ଉନ୍ମୋଚିତ

October 9, 2026

ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀଙ୍କ ଅଧ୍ୟକ୍ଷତା

October 9, 2026
Latest News

ଆଇପିଏଲ୍‌-ପିଏସ୍‌ଏଲ୍ ହେବେ ମୁହାଁମୁହିଁ: ମାର୍ଚ୍ଚ ୧୮ରୁ ପାକିସ୍ତାନ ସୁପର ଲିଗ୍‌

October 9, 2026

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦: ସିରିଜ୍ କବ୍‌ଜା ଲକ୍ଷ୍ୟରେ ଭାରତ

October 9, 2026

ପାରାଦୀପ ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ଦ୍ୱାଦଶ ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ

October 9, 2026

ବିକଶିତ ଭାରତ @ ୨୦୪୭ ଦିଗରେ ନେତୃତ୍ୱ ନେବାକୁ ଯୁବପିଢ଼ିଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ଆହ୍ୱାନ

October 9, 2026

ମା’ ଭଗବତୀଙ୍କ ପୀଠରେ ପ୍ରସିଦ୍ଧ ଭେଟ ଯାତ୍ରା: ଏହି ଦିନ ଦୁଇ ଭଉଣୀଙ୍କ ହେବ ଅପୂର୍ବ ମିଳନ ଉତ୍ସବ

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.