Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଡବ୍‌ଲ୍ୟୁପିଏଲ୍ ଅକ୍ସନ୍ ଶେଷ: ସବୁଠୁ ଦାମୀ ସୋଫି ମୋଲିନ୍ୟୁକ୍ସ
ଖେଳ

ଡବ୍‌ଲ୍ୟୁପିଏଲ୍ ଅକ୍ସନ୍ ଶେଷ: ସବୁଠୁ ଦାମୀ ସୋଫି ମୋଲିନ୍ୟୁକ୍ସ

October 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
WPL Auction Concludes: Sophie Molineux Is the Most Expensive Buy

କୋଚ୍ଚି: ମହିଳା ପ୍ରିମିୟର ଲିଗର ପଞ୍ଚମ ସଂସ୍କରଣ ପାଇଁ କୋଚ୍ଚିଠାରେ ଅନୁଷ୍ଠିତ ହୋଇଥିବା ମିନି ନିଲାମୀ ଅଭିଯାନ ସଫଳତାର ସହ ଶେଷ ହୋଇଛି। ଏହି ନିଲାମ ପ୍ରକ୍ରିୟାରେ ଫ୍ରାଞ୍ଚାଇଜିଗୁଡ଼ିକ ନିଜ ନିଜ ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବହୁ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ମୋଟ ୩୯ଟି ଖାଲି ଥିବା ସ୍ଥାନ ପାଇଁ ଶହେ ପଚାଶ ଜଣ ଖେଳାଳି ନିଜର ନାମ ପଞ୍ଜୀକରଣ କରିଥିବା ବେଳେ ସେଥିମଧ୍ୟରୁ ମାତ୍ର ୨୫ ଖେଳାଳିଙ୍କୁ ବିଭିନ୍ନ ଦଳ କିଣିବାରେ ସଫଳ ହୋଇଛନ୍ତି। ବିକ୍ରି ହୋଇଥିବା ଖେଳାଳିଙ୍କ ମଧ୍ୟରେ ସାତ ଜଣ ବିଦେଶୀ ଏବଂ ୧୮ ଭାରତୀୟ ଖେଳାଳି ରହିଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରୁ ୧୪ ଜଣ ଅଣସ୍ୱୀକୃତ ବା ନୂତନ ପ୍ରତିଭା ଅଟନ୍ତି। ଅନ୍ୟପଟେ ୧୨୪ ଖେଳାଳିଙ୍କୁ କୌଣସି ଦଳ କିଣି ନଥିବାରୁ ସେମାନେ ନିରାଶ ହୋଇଛନ୍ତି।

ଏହି ମିନି ଅକ୍ସନ୍‌ରେ ଅଷ୍ଟ୍ରେଲିଆର ସୋଫି ମୋଲିନ୍ୟୁକ୍ସ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି। ୟୁପି ୱାରିୟର୍ସ ୧.୧୦ କୋଟି ଟଙ୍କାରେ ତାଙ୍କୁ ନିଜ ସହ ସାମିଲ କରିଛି। ମୋଲିନ୍ୟୁକ୍ସଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଥିଲା। ସେ ଏକମାତ୍ର ଖେଳାଳି ଯାହାଙ୍କୁ ୧ କୋଟିରୁ ଅଧିକ ଦାମରେ କିଣାଯାଇଛି। ଭାରତୀୟଙ୍କ ମଧ୍ୟରେ କିରଣ ନଭଗିରେ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି। ତାଙ୍କୁ ଟିମ୍‌ରେ ସାମିଲ କରିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। କିରଣଙ୍କ ବେସ୍ ପ୍ରାଇସ୍ ୪୦ ଲକ୍ଷ ଟଙ୍କା ଥିଲା। ଜି କମିଳନୀଙ୍କୁ ଗୁଜରାଟ ଜାଏଣ୍ଟ୍‌ସ ତାଙ୍କ ବେସ୍ ପ୍ରାଇସ୍ ୪୦ ଲକ୍ଷ ଟଙ୍କାରେ କିଣିଥିବା ବେଳେ ଭାରତୀୟ ଅଲ୍‌ରାଉଣ୍ଡର୍ ସ୍ନେହ ରାଣା ୩୦ ଲକ୍ଷ ଟଙ୍କାରେ (ବେସ୍ ପ୍ରାଇସ୍‌) ୟୁପି ୱାରିୟର୍ସରେ ସାମିଲ ହୋଇଛନ୍ତି।

ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ସାଉଥ୍ ଆଫ୍ରିକା ଅଲ୍‌ରାଉଣ୍ଡର୍ କ୍ଲୋ ଟ୍ରାୟନ୍‌ଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି। ଏହା ବ୍ୟତୀତ ଟିମ୍ ଏକ୍ସେଲେରେଡେଟ୍ ରାଉଣ୍ଡ୍‌ରେ ବୃନ୍ଦା ଦିନେଶଙ୍କୁ ତାଙ୍କୁ ବେସ୍ ପ୍ରାଇସ୍ ୧୦ ଲକ୍ଷ ଟଙ୍କାରେ ନିଜ ସହିତ ସାମିଲ କରିଛି। ଏହା ପୂର୍ବରୁ ସେ ଅନ୍‌କ୍ୟାପ୍‌ଡ ବ୍ୟାଟର୍ ସେଟ୍‌ରେ ଅନ୍‌ସୋଲ୍ଡ ଥିଲେ। ତେଜଲ ହସବ୍‌ନିସ୍ ଓ ଆଶା ସୋଭନାଙ୍କୁ ମଧ୍ୟ ଆର୍‌ସିବି ସେମାନଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କାରେ କିଣିଛି। ମୁମ୍ବାଇ ଇଣ୍ଡିଆନ୍ସ ଶ୍ୱେତା ସହରାୱତ୍ ଓ ଅକ୍ଷିତା ଭଗତଙ୍କୁ ବେସ୍ ପ୍ରାଇସ୍ ୧୦ ଲକ୍ଷ ଟଙ୍କା ଲେଖାଏଁରେ ନିଜ ସହିତ ସାମିଲ କରିଛି।

ନିଲାମୀରେ ସୋଫି ଡଙ୍କ୍‌ଲେ ଏବଂ ଶ୍ରୀଲଙ୍କା କ୍ୟାପ୍‌ଟେନ୍ ଚମାରୀ ଅଟାପାଟ୍ଟୁଙ୍କ ପରି କେତେକ ବଡ଼ ଖେଳାଳିଙ୍କୁ କିଣିବାକୁ କୌଣସି ଟିମ୍ ଆଗ୍ରହ ପ୍ରକାଶ କରିନାହାନ୍ତି। ଡଙ୍କଲେ ୫୦ ଲକ୍ଷ ଏବଂ ଅଟାପାଟ୍ଟୁ ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍‌ରେ ଅକ୍ସନ୍‌ରେ ସାମିଲ ହୋଇଥିଲେ ମଧ୍ୟ ଅନ୍‌ସୋଲ୍ଡ ରହିଛନ୍ତି।

ଡବ୍ଲ୍ୟୁପିଏଲ୍‌ର ପଞ୍ଚମ ସିଜନ୍ ଆସନ୍ତା ବର୍ଷ ଜାନୁଆରୀ ୧୪ରୁ ଆରମ୍ଭ ହୋଇ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଲିଗ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି), ଦିଲ୍ଲା କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜାଏଣ୍ଟ୍‌ସ ଏବଂ ୟୁପି ୱାରିୟର୍ସ ରୂପେ ପାଞ୍ଚ ଫ୍ରାଞ୍ଚାଇଜି ଭାଗ ନେଉଛନ୍ତି। ୟୁପି ୱାରିୟର୍ସ ଅକ୍ସନ୍‌ରେ ସର୍ବାଧିକ ୮ ଖେଳାଳି କିଣିଥିବା ବେଳେ ଏହା ମଧ୍ୟରେ ତିନି ବିଦେଶୀ ଖେଳାଳି ସାମିଲ ଅଛନ୍ତି। ଏହାପରେ ଟିମ୍ ପର୍ସରେ ଆଉ ୧.୫ କୋଟି ଟଙ୍କା ରହିଛି। ଡବ୍ଲ୍ୟୁପିଏଲ୍‌ରେ ପ୍ରତ୍ୟେକ ଟିମ୍ ଅତିକମ୍‌ରେ ୧୫ ଏବଂ ସର୍ବାଧିକ ୧୮ ଖେଳାଳିଙ୍କୁ ଟିମ୍‌ରେ ସାମିଲ କରିପାରିବେ। ଗୁଜରାଟ, ମୁମ୍ବାଇ ଏବଂ ୟୁପି ୱାରିୟର୍ସ ସର୍ବାଧିକ ଖେଳାଳିଙ୍କ କୋଟା ପୂରା କରିସାରିଛନ୍ତି। ସେହିପରି ଦିଲ୍ଲୀ ଓ ଆର୍‌ସିବି ପାଖରେ ୧୭-୧୭ ଖେଳାଳି ପୁଲ୍ ରହିଛି।

ଅକ୍ସନ୍ ଡବ୍‌ଲ୍ୟୁପିଏଲ୍ ସୋଫି ମୋଲିନ୍ୟୁକ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି

October 29, 2026

୨୮ MLC ଆସନର ଫଳାଫଳ ଘୋଷିତ: ବିଜେପି ଆଗରେ, କଂଗ୍ରେସକୁ ଝଟକା

October 29, 2026

ଅନ୍ୟଙ୍କ ଭାଗ୍ୟ କହୁଥିଲେ ଜ୍ୟୋତିଷ, ନିଜ ପତ୍ନୀଙ୍କ ନିର୍ବାଚନୀ ଭାଗ୍ୟ ହେଲା ଫେଲ୍! ମାତ୍ର ୩୦୦ ଭୋଟରେ ହାରିଲେ

October 29, 2026

Tiger Shroff Firing Case: ୨.୫ ଲକ୍ଷରେ କିଣାଯାଇଥିଲା ପିସ୍ତଲ, ଖୋଜା ଚାଲିଛି ମାଷ୍ଟରମାଇଣ୍ଡ୍!

October 29, 2026
Latest News

ଇସ୍ରାଏଲ୍‌ରେ କ୍ଷମତାର ଚାବି କାହା ହାତରେ? ନେତାନ୍ୟାହୁଙ୍କ ପୁନର୍ବାର ପ୍ରତ୍ୟାବର୍ତ୍ତନ, ନା ଇସ୍ରାଏଲ୍‌ରେ ନୂଆ ଅଧ୍ୟାୟ?

October 29, 2026

ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି

October 29, 2026

୨୮ MLC ଆସନର ଫଳାଫଳ ଘୋଷିତ: ବିଜେପି ଆଗରେ, କଂଗ୍ରେସକୁ ଝଟକା

October 29, 2026

BEL Recruitment 2026: ବିନା ଅଭିଜ୍ଞତାରେ ମିଳିପାରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି!

October 29, 2026

ଅନ୍ୟଙ୍କ ଭାଗ୍ୟ କହୁଥିଲେ ଜ୍ୟୋତିଷ, ନିଜ ପତ୍ନୀଙ୍କ ନିର୍ବାଚନୀ ଭାଗ୍ୟ ହେଲା ଫେଲ୍! ମାତ୍ର ୩୦୦ ଭୋଟରେ ହାରିଲେ

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.