Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଅଣ୍ଡର-୧୯ ଏସିଆ କପ୍: ଦଳରେ ସାମିଲ ହେଲେ ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅ
ଖେଳ

ଅଣ୍ଡର-୧୯ ଏସିଆ କପ୍: ଦଳରେ ସାମିଲ ହେଲେ ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅ

October 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Under-19 Asia Cup: Sehwag and Dravid's sons included in the team

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୫ରୁ ଓମାନର ମସ୍କଟରେ ଆରମ୍ଭ ହେବାକୁଥିବା ଏସିସି ପୁରୁଷ ଅଣ୍ଡର-୧୯ ଏସିଆ କପ୍ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଲକ୍ଷ୍ୟ ରାୟଚାନ୍ଦାନୀଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବାବେଳେ ଅନ୍ୟପକ୍ଷେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଏବଂ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନ୍ୱୟ ଦ୍ରାବିଡ଼ଙ୍କୁ ମଧ୍ୟ ୧୫ ଜଣିଆ ଦଳରେ ସ୍ଥାନ ମିଳିଛି। ଏହି ଟୁର୍ଣ୍ଣାମେଣ୍ଟ ୫ ରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ଓମାନର ମସ୍କଟରେ ଖେଳାଯିବାକୁ ଥିବା ବେଳେ ଭାରତୀୟ ଦଳ ୬ ନଭେମ୍ବରରେ ନେପାଳ ସହ ପ୍ରଥମ ମ୍ୟାଚ୍ ଖେଳି ନିଜ ଅଭିଯାନ ଆରମ୍ଭ କରିବ। ସେହିପରି ୮ ନଭେମ୍ବରରେ ପାକିସ୍ତାନ ଏବଂ ୧୦ ନଭେମ୍ବରରେ ୟୁଏଇ ସହ ଭାରତର ମୁକାବିଲା ହେବ। ଭାରତର ସମସ୍ତ ତିନୋଟି ଗ୍ରୁପ୍ ମ୍ୟାଚ୍ ମସ୍କଟସ୍ଥିତ ଓମାନ କ୍ରିକେଟ୍ ଏକାଡେମୀରେ ଖେଳାଯିବ।

ଭାରତୀୟ ଦଳକୁ ଗ୍ରୁପ୍‌-ଏ ରେ ରଖାଯାଇଛି। ଏହି ଗ୍ରୁପ୍‌ରେ ଭାରତ ବ୍ୟତୀତ ପାକିସ୍ତାନ, ନେପାଳ ଏବଂ ୟୁଏଇ ଦଳ ରହିଛନ୍ତି। ସେହିପରି ଗ୍ରୁପ୍‌-ବି ରେ ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ମାଲେସିଆ ସ୍ଥାନ ପାଇଛନ୍ତି। ଉଭୟ ଗ୍ରୁପ୍‌ରୁ ଶୀର୍ଷ-୨ ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିବେ। ସେମିଫାଇନାଲ୍ ମୁକାବିଲା ୧୨ ନଭେମ୍ବରରେ ଖେଳାଯିବାକୁ ଥିବା ବେଳେ ଫାଇନାଲ୍ ୧୪ ନଭେମ୍ବରରେ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ଏସିସି ପୁରୁଷ ଅଣ୍ଡର-୧୯ ଏସିଆ କପ୍‌ର ୧୩ତମ ସଂସ୍କରଣ ୫ ରୁ ୧୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଓମାନରେ ଖେଳାଯିବ। ଏଥିରେ ଏସିଆର ୮ଟି ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ ୫୦ ଓଭର ବିଶିଷ୍ଟ ଦିନିକିଆ (ଓଡ଼ିଆଇ) ଫର୍ମାଟ୍‌ରେ ଅନୁଷ୍ଠିତ ହେବ। ତେବେ ପାକିସ୍ତାନ ପୂର୍ବ ଥରର ଚାମ୍ପିଅନ୍ ରହିଛି। ସେ ୨୦୨୫ ଫାଇନାଲ୍‌ରେ ଭାରତକୁ ହରାଇ ଏହି ଟ୍ରଫି ହାସଲ କରିଥିଲା।

ଭାରତୀୟ ଅଣ୍ଡର-୧୯ ଦଳ
ଲକ୍ଷ୍ୟ ରାୟଚାନ୍ଦାନୀ (ଅଧିନାୟକ), ଯଶବର୍ଦ୍ଧନ ସିଂହ ଚୌହ୍ୱାନ (ଉପଅଧିନାୟକ), ଆର୍ଯ୍ୟବୀର ସେହୱାଗ, ଭିକେ ବିନୀତ, କୁଶାଗ୍ର ଓଝା, ଅର୍ଜୁନ ରାଜପୁତ, ମନାଲ ଚୌହ୍ୱାନ, ଅନ୍ୱୟ ଦ୍ରାବିଡ଼ (ୱିକେଟ୍‌କିପର), ରଜତ ବାଘେଲ (ୱିକେଟ୍‌କିପର), ଭି. ଯଶବୀର, ଆର୍ଯ୍ୟନ ସାଭସାନୀ, ମୋହିତ ଉଲ୍ୱା, କାବ୍ୟ ପଟେଲ, ଶାଭିନ ବିନୋଦ ଏବଂ ଈଶାନ ସୂଦ୍‌।

ଅଣ୍ଡର-୧୯ ଏସିଆ କପ୍ ଲକ୍ଷ୍ୟ ରାୟଚାନ୍ଦାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିସିସିଆଇ ର ବଡ଼ ନିଷ୍ପତ୍ତି: ଟିମ୍ ଇଣ୍ଡିଆରୁ ମୁକ୍ତ ହେବେ ନୀତିଶ କୁମାର ରେଡ୍ଡୀ

October 31, 2026

ଭାରତୀୟ ନେଭିଗେସନ୍‌ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ: ସଫଳ ହେଲା ଏନ୍.ଭି.ଏସ୍.-୦୩ ରକେଟ୍‌ ଉତକ୍ଷେପଣ

October 31, 2026

ବିକଶିତ ଭାରତ ପାଇଁ ‘ଉଚ୍ଚସ୍ତରୀୟ ବ୍ୟାଙ୍କିଂ କମିଟି’ ଗଠନ କଲେ ଭାରତ ସରକାର

October 31, 2026

ଜାତୀୟ ବିଜ୍ଞାନ ସେମିନାର ଜିତିଲେ ଓଡ଼ିଶାର ସୋମ୍ୟାଶ୍ରୀ ଥାନପତି

October 31, 2026
Latest News

ବିସିସିଆଇ ର ବଡ଼ ନିଷ୍ପତ୍ତି: ଟିମ୍ ଇଣ୍ଡିଆରୁ ମୁକ୍ତ ହେବେ ନୀତିଶ କୁମାର ରେଡ୍ଡୀ

October 31, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

October 31, 2026

ଭାରତୀୟ ନେଭିଗେସନ୍‌ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ: ସଫଳ ହେଲା ଏନ୍.ଭି.ଏସ୍.-୦୩ ରକେଟ୍‌ ଉତକ୍ଷେପଣ

October 31, 2026

ବଡ଼ବିଲ-ପାଣିକୋଇଲି ରାଜପଥରେ ୧ରୁ ସ୍ୱୟଂକ୍ରିୟ ଇ-ଚାଲାଣ

October 31, 2026

ଅଣ୍ଡର-୧୯ ଏସିଆ କପ୍: ଦଳରେ ସାମିଲ ହେଲେ ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.