Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»୭ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ୍ ଜିତିଲା ଭାରତ
ଖେଳ

୭ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ୍ ଜିତିଲା ଭାରତ

November 16, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
India wins ODI series in New Zealand after 7 years
India wins ODI series in New Zealand after 7 years

ମାଉଣ୍ଟ୍ ମାଉଙ୍ଗାନୁଇ: ମାଉଣ୍ଟ୍ ମାଉଙ୍ଗାନୁଇଠାରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡକୁ ୨୨ ରନ୍‌ରେ ପରାସ୍ତ କରିଛି। ଏହି ରୋମାଞ୍ଚକାଳୀନ ବିଜୟ ସହିତ ଟିମ୍ ଇଣ୍ଡିଆ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୩-୧ରେ ନିଜ ନାମରେ କରିବା ସହ ଘରୋଇ ମାଟିରେ କିୱି ବାହିନୀର ଲଗାତାର ସାତବର୍ଷର ବିଜୟ ରଥରେ ବ୍ରେକ୍ ଲଗାଇ ଏକାବେଳକେ ଇତିହାସ ରଚିଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ନିଜ ଘରେ ଲଗାତାର ୧୧ ଦ୍ୱିପାକ୍ଷିକ ସିରିଜ୍ ଜିତିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ପେସର୍‌ଙ୍କ ଯୋଗଦାନ ସବୁଠୁ ମହତ୍ତ୍ୱପୂର୍ଣ୍ଣ ରହିଛି, ଯେଉଁମାନେ କମ୍ ଲକ୍ଷ୍ୟକୁ ସଫଳତା ପୂର୍ବକ ଡିଫେଣ୍ଡ୍ କରିଛନ୍ତି। ଭାରତ ଶେଷଥର ପାଇଁ ୨୦୧୯ରେ ୪-୧ରେ ସିରିଜ୍ ଜିତିଥିଲା। ଭାରତ ପ୍ରଥମେ ୪୨.୧ ଓଭର୍‌ରେ ୨୦୯ ରନ୍ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଟିମ୍ ୪୮.୧ ଓଭର୍‌ରେ ୧୮୭ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ଭାରତୀୟ ବ୍ୟାଟର୍‌ମାନଙ୍କ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ବୋଲର୍‌ମାନେ ଟିମ୍‌କୁ ବିଜୟୀ କରାଇଛନ୍ତି। ଆର୍ଶଦୀନ ସିଂହ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ୍ ଓ ଅକ୍ଷର ପଟେଲ୍ ୨-୨ ସଫଳତା ପାଇଥିଲେ। ଅକ୍ଷର ବ୍ୟାଟିଂରେ ମଧ୍ୟ ୪୬ ରନ୍‌ର ଯୋଗଦାନ ଦେଇଥିଲେ। ଅର୍ଶଦୀପ ସିଂହଙ୍କ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଏବଂ ସିରିଜ୍‌ରେ ୯ ୱିକେଟ୍ ନେଇଥିବା ଗୁର୍‌ନୁର ବ୍ରାରଙ୍କୁ ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ କରାଯାଇଛି।

୨୧୦ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ନ୍ୟୁଜିଲାଣ୍ଡର ଆରମ୍ଭ ସେତେ ଦ୍ରୁତ ନଥିଲା। ଟିମ୍ ସିଫର୍ଟ ୧୪ ରନ୍ କରି ସିରାଜ୍‌ଙ୍କ ଶିକାର ହୋଇଥିଲେ। ୱିଲ୍ ୟଙ୍ଗ୍ ୪୨ ବଲ୍‌ରେ ୨୨ ରନ୍ କରିଥିବା ବେଳେ ତାଙ୍କୁ ଋତୁରାଜ ଗାଏକ୍‌ୱାଡ୍‌ଙ୍କ ହାତରେ ଅର୍ଶଦୀପ ସିଂହ କ୍ୟାଚ୍ ଆଉଟ୍ କରାଯାଇଥିଲେ। ଟିମ୍ ୬୪ ରନ୍‌ରେ ୨ ୱିକେଟ୍ ହରାଇବା ପରେ ନିକ୍ କେଲୀ ଓ ଡିନ୍ ଫକ୍ସକ୍ରାଫ୍ଟ ଇନିଂସ୍ ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ଦୁହିଁଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୧୮ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ନିକ୍ କେଲୀ ୪୫ ବଲ୍‌ରେ ୨୪ ରନ୍ କରି ଅର୍ଶଦୀପ୍‌ଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ। ଏହାପରେ ଫିନ୍ ଏଲନ୍ ପାଞ୍ଚ ବଲ୍‌ରେ ୧ ରନ୍ କରି ସିରାଜ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ୮୩ ରନ୍‌ରେ ୪ ୱିକେଟ୍‌ର ପତନ ପରେ ଫକ୍ସକ୍ରାଫ୍ଟ ୫ମ ୱିକେଟ୍ ପାଇଁ ମାଇକେଲ୍ ବ୍ରେସ୍‌ୱେଲ୍‌ଙ୍କ ସହ ୩୬ ରନ୍ ଯୋଡ଼ିଥିଲେ। ତେବେ ବ୍ରେସ୍‌ୱେଲ୍ (୧୯ ରନ୍‌)ଙ୍କୁ ନମନ ଧୀରଙ୍କ ହାତରେ କ୍ୟାଚ୍ କରାଇ ଆକିବ୍ ନବୀ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। ପରବର୍ତ୍ତୀ ଓଭର୍‌ରେ ଫକ୍ସକ୍ରାଫ୍ଟ ୩୧ ରନ୍ କରି ୟଶ୍ ଠାକୁରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ତାଙ୍କ ୪୨ ବଲ୍‌ର ଇନିଂସ୍‌ରେ ୫ ଚୌକା ସାମିଲ ଥିଲା। କ୍ରିଷ୍ଟାଆନ୍ କ୍ଲାର୍କଙ୍କ ସହ ମିଶି କ୍ୟାପ୍‌ଟେନ୍ ମିଚେଲ୍ ସାଣ୍ଟନର୍ ଇନିଂସ୍ ସମ୍ଭାଳି ଟିମ୍‌ର ଆଶା ଉଜ୍ଜୀବିତ ରଖିବାକୁ ଉଦ୍ୟମ ଚଳାଇଥିଲେ। ତେବେ ଦୁହିଁଙ୍କ ମଧ୍ୟରେ ୭ମ ୱିକେଟ୍ ପାଇଁ ୩୯ ରନ୍‌ର ପାର୍ଟନରଶିପ୍ ହୋଇଥିବା ବେଳେ କ୍ଲାର୍କ (୧୬ ରନ୍‌)ଙ୍କୁ ୱିକେଟ୍ ପଛରେ କ୍ୟାଚ୍ କରାଇ ଅର୍ଶଦୀପ୍ ସିଂହ ଏହି ଆଶାକୁ ଧୂଳିସାତ୍ କରିଦେଇଥିଲେ। ବ୍ଲେୟର୍ ଟିକ୍‌ନର୍ ଓ ଜ୍ୟାକବ୍ ଡଫି ୯ମ ୱିକେଟ୍ ପାଇଁ ୨୦ ରନ୍ ଯୋଡ଼ିଥିବା ବେଳେ ଡଫିଙ୍କୁ ବିରାଟ କୋହଲିଙ୍କ ହାତରେ କ୍ୟାଚ୍ କରାଇ ଅକ୍ଷର ପଟେଲ୍ ଏହି ଯୋଡ଼ି ଭାଙ୍ଗିଥିଲେ। ଟିକ୍‌ନର୍ ୧୪ ରନ୍ କରି ଅକ୍ଷର ପଟେଲ୍‌ଙ୍କ ବଲ୍‌ରେ ଷ୍ଟମ୍ପ୍ ଆଉଟ୍ ହେବା ସହ ନ୍ୟୁଜିଲାଣ୍ଡ ଟିମ୍ ୪୮.୧ ଓଭରରେ ୧୮୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ମ୍ୟାଟ୍ ଫିଶର୍ ୩ ରନ୍ କରି ଅପରାଜିତ ରହିଥିଲେ।

ଏହା ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଥିବା ଭାରତୀୟ ଟିମ୍‌ର ଆରମ୍ଭ ପୁଣିଥରେ ଖରାପ ରହିଥିଲା। ରୋହିତ ଶର୍ମା ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ବିରାଟ କୋହଲିଙ୍କୁ ବ୍ୟାଟ୍‌ରୁ ମାତ୍ର ୫ ରନ୍ ବାହାରିଥିଲା। ଋତୁରାଜ ଗାଏକ୍‌ୱାଡ୍ ମଧ୍ୟ ୧୮ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଭାରତ ୩୮ ରନ୍‌ରେ ୩ ୱିକେଟ୍ ହରାଇବା ପରେ କ୍ୟାପ୍‌ଟେନ୍ ଶ୍ରେୟସ୍ ଆୟର୍ ଇନିଂସ୍ ସମ୍ଭାଳିବାକୁ ଉଦ୍ୟମ କରି ଅକ୍ଷର ପଟେଲ୍‌ଙ୍କ ସହ ୫୨ ରନ୍ ଯୋଡ଼ିଥିଲେ। ସେ ମଧ୍ୟ ୨୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। କଷ୍ଟକର ପରିସ୍ଥିତିରେ ଅକ୍ଷର ପଟେଲ୍ ଓ ଈଶାନ୍ କିଶନ୍ ଦାୟିତ୍ୱ ସମ୍ଭାଳିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୩୫ ରନ୍‌ର ପାର୍ଟନରଶିପ୍ ଇନିଂସ୍ ଆଗକୁ ବଢ଼ାଇଥିଲେ। ତେବେ ଦୁହିଁଙ୍କ ଆଉଟ୍ ପରେ ଭାରତୀୟ ଇନିଂସ୍ ଭୁଶୁଡ଼ିବା ଆରମ୍ଭ କରିଥିଲା। ଅକ୍ଷର ଓ ଇଶାନ୍ ୪୬ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ। ନମନ ଧୀର ୨୨ ରନ୍‌ର ଯୋଗଦାନ ଦେଇଥିଲେ। ଦଶମ ୱିକେଟ୍ ପାଇଁ ମହମ୍ମଦ ସିରାଜ୍ ଓ ଅର୍ଶଦୀପ ସିଂହ ୧୦ ବଲ୍‌ରେ ୨୬ ରନ୍ ଯୋଡ଼ି ଭାରତୀୟ ସ୍କୋର୍ ୨୦୯ ରନ୍‌ରେ ପହଞ୍ଚାଇଥିଲେ। ଅର୍ଶଦୀପ୍ ୪ ବଲ୍‌ରେ ଦୁଇଟି ଛକା ବଳରେ ୧୪ ରନ୍ କରି ଆଉଟ୍ ହୋଇଥିବା ବେଳେ ସିରାଜ୍ ୨୦ ବଲ୍‌ରେ ୧୪ ରନ୍ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଜ୍ୟାକବ୍ ଡଫି ଓ କ୍ୟାପ୍‌ଟେନ୍ ସାଣ୍ଟନର୍ ୩-୩ ୱିକେଟ୍ ନେଇଥିବା ବେଳେ ଟି ଏବଂ ମାଥ୍ୟୁ ଫିଶର୍ ୨ଟି ସଫଳତା ମିଳିଥିଲା। ବ୍ଲେୟର୍ ଟିକ୍‌ନର ଓ ମାଇକେଲ୍ ବ୍ରେସ୍‌ୱେଲ୍ ୧-୧ ୱିକେଟ୍ ପାଇଥିଲେ।

ଦିନିକିଆ ସିରିଜ ନ୍ୟୁଜିଲାଣ୍ଡ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୫ ପର୍ଯ୍ୟନ୍ତ କ୍ରିକେଟ୍‌ର ମହାଯୋଜନା: ଭାରତ ଭାଗ୍ୟରେ ଦୁଇଟି ବଡ଼ ICC ଟୁର୍ଣ୍ଣାମେଣ୍ଟ, ଜାଣନ୍ତୁ କେବେ କେଉଁଠି ହେବ ବିଶ୍ୱକପ୍‌!

November 16, 2026

କୁମାମୋତୋ ଜାପାନ ମାଷ୍ଟର୍ସ ଚାମ୍ପିଅନ୍ ହେଲେ ଲକ୍ଷ୍ୟ ସେନ୍

November 16, 2026

ଚାକିରି ନୁହେଁ, ଏବେ ନିଜେ ହେବେ ମାଲିକ! ଫୁଡ୍ ବିଜନେସ୍ ପାଇଁ ମିଳିବ ୭୫% ସବସିଡି

November 16, 2026

ରାହୁଲଙ୍କୁ ଅମିତ ଶାହଙ୍କ କଡ଼ା ଟାର୍ଗେଟ୍: ଦେଶକୁ ବଦନାମ କରି କ୍ଷମତା ମିଳିବନି, କଂଗ୍ରେସକୁ ଶୁଣାଇଲେ ୧୨ ଲକ୍ଷ କୋଟିର ହିସାବ!

November 15, 2026
Latest News

୨୦୩୫ ପର୍ଯ୍ୟନ୍ତ କ୍ରିକେଟ୍‌ର ମହାଯୋଜନା: ଭାରତ ଭାଗ୍ୟରେ ଦୁଇଟି ବଡ଼ ICC ଟୁର୍ଣ୍ଣାମେଣ୍ଟ, ଜାଣନ୍ତୁ କେବେ କେଉଁଠି ହେବ ବିଶ୍ୱକପ୍‌!

November 16, 2026

୭ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ୍ ଜିତିଲା ଭାରତ

November 16, 2026

କୁମାମୋତୋ ଜାପାନ ମାଷ୍ଟର୍ସ ଚାମ୍ପିଅନ୍ ହେଲେ ଲକ୍ଷ୍ୟ ସେନ୍

November 16, 2026

ବାସହୀନଙ୍କ ପାଇଁ ବଡ଼ ଖବର: ଆୟସୀମା ବଢ଼ାଇଲେ ସରକାର, ଏବେ ମିଳିବ ୪ ଡେସିମିଲ ମାଗଣା ଜମି

November 16, 2026

ସମ୍ଭାବ୍ୟ ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଜୋରଦାର

November 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.