Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଆଇପିଏଲ୍ ୨୦୨୭ରେ ଖେଳିବେ ନାହିଁ ଟ୍ରାଭିସ୍ ହେଡ୍
ଖେଳ

ଆଇପିଏଲ୍ ୨୦୨୭ରେ ଖେଳିବେ ନାହିଁ ଟ୍ରାଭିସ୍ ହେଡ୍

November 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Australian opener Travis Head has withdrawn from IPL 2027.
Australian opener Travis Head has withdrawn from IPL 2027.

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ବିସ୍ଫୋରକ ଓପ୍ନର୍ ଟ୍ରାଭିସ୍ ହେଡ୍ ଆଇପିଏଲ୍ ୨୦୨୭ ସିଜନରୁ ଓହରି ଯାଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟଭାର ହ୍ରାସ କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି, ଯାହାଫଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ପାଇଁ ଏକ ବଡ଼୍ କ୍ଷତି ହୋଇଛି ଏବଂ ପ୍ରସିଦ୍ଧ ‘ଟାଭିଶେକ୍’ ଯୋଡ଼ି ମଧ୍ୟ ଭାଙ୍ଗିଯାଇଛି। ଅଷ୍ଟ୍ରେଲୀୟ ଓପ୍ନର୍ ଟ୍ରାଭିସ୍ ହେଡ୍ ଆଇପିଏଲ୍ ୨୦୨୭ରେ ଖେଳିବେ ନାହିଁ। ସେ ସନ୍‌ରାଇଜର୍ସ ହାଇଦ୍ରାବାଦକୁୂ ଆଗାମୀ ସିଜନ୍‌ରୁ ଓହରିବା ସୂଚନା ପ୍ରଦାନ କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଫଳରେ ଟିମ୍‌ର ପ୍ରସିଦ୍ଧ ଓପ୍ନିଂ ଯୋଡ଼ି ‘ଟାଭିଶେକ୍‌’ (ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମା) ଭାଙ୍ଗିଯିବ। କ୍ରିକ୍‌ଇନ୍‌ଫୋ ରିପୋର୍ଟ ଅନୁସାରେ ହେଡ୍ ବ୍ୟସ୍ତ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ମଧ୍ୟରେ ନିଜର ୱାର୍କଲୋଡ୍ କମ୍ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ସିଜନ୍ ପାଇଁ ସମସ୍ତ ଟିମ୍‌ଙ୍କୁ ରିଟେନ୍ ଏବଂ ରିଲିଜ୍ କରାଯିବାକୁ ଥିବା ଖେଳାଳିଙ୍କ ତାଲିକା ପ୍ରଦାନ କରିବାକୁ ସମୟ ଦିଆଯାଇଥିଲା। ହେଡ୍ ହଟିବା ପରେ ଆଇପିଏଲ୍ ମଞ୍ଜୁରୀ ମିଳିଲେ ହାଇଦ୍ରାବାଦର ଅକ୍ସନ୍ ପର୍ସରେ ୧୪ କୋଟି ଟଙ୍କା ଯୋଡ଼ି ହୋଇଯିବ। ଆଇପିଏଲ୍ ୨୦୨୭ ଅକ୍ସନ୍ ଡିସେମ୍ବର ୧୬ ତାରିଖରେ ଗୋଆରେ ହେବାର କାର୍ଯ୍ୟକ୍ରମ ରହିଛି।

ହେଡ୍‌ଙ୍କ ଏହି ନିଷ୍ପତ୍ତି ସେପରି ଚକିତ ହେବାର କିଛି ନାହିଁ। ଚଳିତ ବର୍ଷ ଅଗଷ୍ଟରେ ଅଷ୍ଟ୍ରେଲିଆ ମୁଖ୍ୟ କୋଚ୍ ଆଣ୍ଡ୍ର‌୍ୟୁ ମ୍ୟାକ୍‌ଡୋନାଲଲ୍ଡ ସଙ୍କେତ ଦେଇଥିଲେ ଯେ ୨୦୨୭ରେ ଟିମ୍‌ର ବ୍ୟସ୍ତ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଖେଳାଳିମାନଙ୍କୁ କେତେକ କଡ଼ା ନିଷ୍ପତ୍ତି ନେବାକୁ ପଡ଼ିପାରେ। ୨୦୨୭ରେ ଅଷ୍ଟ୍ରେଲିଆକୁ ୨୦ ଟେଷ୍ଟ୍ ମ୍ୟାଚ୍ ଖେଳିବାର ଅଛି। ଏହା ବ୍ୟତୀତ ଜୁନ୍‌ରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ରହିଛି। ଏହାପରେ ଜୁନ୍‌ରୁ ଅଗଷ୍ଟ ପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷ ଆଶେସ୍ ସିରିଜ୍ ଏବଂ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ୱକପ୍ ଖେଳାଯିବ। ଏହି ବ୍ୟସ୍ତ କାର୍ଯ୍ୟକ୍ରମ ଫଳରେ ହେଡ୍ ଆଇପିଏଲ୍‌ରୁ ବ୍ରେକ୍ ନେବାକୁ ସ୍ଥିର କରିଛନ୍ତି।

ଆଇପିଏଲ୍ ୨୦୨୭ ଟ୍ରାଭିସ୍ ହେଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏସ୍‌ଏସ୍‌ଏଫ୍ ଆଥ୍‌ଲେଟ୍ସ କମିଟିକୁ ନିର୍ବାଚିତ ହେଲେ ମନୁ ଭାକର

November 18, 2026

ସପ୍ତାହକୁ ୬ରୁ ୧୧% ରିଟର୍ଣ୍ଣର ଲୋଭ, ହଜାର ହଜାର ନିବେଶକଙ୍କୁ ଚୂନ: ରୋମାନିଆରୁ ଭାରତ ଫେରିଲା ଠକ!

November 17, 2026

ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା: ୧୭ ମୃତ

November 17, 2026

ମେକେଡାଟୁ ଡ୍ୟାମ୍‌କୁ ନେଇ ତାମିଲନାଡୁ ରାଜନୀତି ଉଷ୍ମ, ବିଜୟଙ୍କୁ ଘେରିଲା ଡିଏମକେ; କହିଲା- ‘ଏହା ଫିଲ୍ମି ମାମଲା ନୁହେଁ’

November 17, 2026
Latest News

ଆଇପିଏଲ୍ ୨୦୨୭ରେ ଖେଳିବେ ନାହିଁ ଟ୍ରାଭିସ୍ ହେଡ୍

November 18, 2026

FD ରେ ମିଳୁଛି ୮.୨୫% ପର୍ଯ୍ୟନ୍ତ ସୁଧ! SBI-HDFCକୁ ପଛରେ ପକାଇଲେ ଛୋଟ ବ୍ୟାଙ୍କ, ଜାଣନ୍ତୁ କେଉଁଠି ଟଙ୍କା ରଖିଲେ ମିଳିବ ଅଧିକ ରିଟର୍ଣ୍ଣ

November 18, 2026

ଆଇଏସ୍‌ଏସ୍‌ଏଫ୍ ଆଥ୍‌ଲେଟ୍ସ କମିଟିକୁ ନିର୍ବାଚିତ ହେଲେ ମନୁ ଭାକର

November 18, 2026

ଓଡ଼ିଶା ସହରାଞ୍ଚଳ ପାର୍କିଂ ନୀତି-୨୦୨୬ ଚିଠା ପ୍ରକାଶ

November 18, 2026

ବାତ୍ୟା ‘ଅକଭାନ୍‌’ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଶୂନ୍ୟ ଜୀବନହାନିକୁ ମୁଖ୍ୟ ଲକ୍ଷ୍ୟ

November 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.