ବିଜେପିରେ ଯୋଗ ଦେଲେ ସାଇନା ନେହ୍ବାଲ

Published: Jan 29, 2020, 1:18 pm IST

ନୂଆଦିଲ୍ଲୀ : ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସାଇନା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ପୂର୍ବରୁ ସାଇନା ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଦୃଢ ସମର୍ଥକ ରହିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରିଥାନ୍ତି । ହରିୟାଣା ଜନ୍ମିତ ହାଇଦ୍ରାବାଦର ଏହି ବ୍ୟାଡମିଣ୍ଟନ ଖେଳାଳି ଜଣକ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା ଉଲ୍ଲେଖ କରିଛନ୍ତି । ଏହା ସହିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସାଇନା ବିଜେପି ପାଇଁ ପ୍ରଚାର କରିବାର ସମ୍ଭାବନା ରହିଛି । ପୂର୍ବତନ ବିଶ୍ବର ଏକ ନମ୍ବର ଖେଳାଳି ସାଇନାଙ ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜୁନ ପୁରସ୍କାର ହାସଲ କରିଥିବା ବେଳେ 2016ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । (ଏଜେନ୍ସୀ)

Related posts