Categories
ଆଜିର ଖବର ଖେଳ ଜାତୀୟ ଖବର

ବିଜେପିରେ ଯୋଗ ଦେଲେ ସାଇନା ନେହ୍ବାଲ

ନୂଆଦିଲ୍ଲୀ : ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସାଇନା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ପୂର୍ବରୁ ସାଇନା ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଦୃଢ ସମର୍ଥକ ରହିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରିଥାନ୍ତି । ହରିୟାଣା ଜନ୍ମିତ ହାଇଦ୍ରାବାଦର ଏହି ବ୍ୟାଡମିଣ୍ଟନ ଖେଳାଳି ଜଣକ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା ଉଲ୍ଲେଖ କରିଛନ୍ତି । ଏହା ସହିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସାଇନା ବିଜେପି ପାଇଁ ପ୍ରଚାର କରିବାର ସମ୍ଭାବନା ରହିଛି । ପୂର୍ବତନ ବିଶ୍ବର ଏକ ନମ୍ବର ଖେଳାଳି ସାଇନାଙ ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜୁନ ପୁରସ୍କାର ହାସଲ କରିଥିବା ବେଳେ 2016ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ମାଲେସିଆ ଓପନ୍‌ ବ୍ୟାଡମିଣ୍ଟନ କ୍ବାର୍ଟରରେ ସାଇନା ନେହ୍ବାଲ

ନୂଆଦିଲ୍ଲୀ : କୁଆଲାଲାମ୍ପୁରରେ ଅନୁଷ୍ଠିତ ମାଲେସିଆ ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତୀୟ ଲଳନା ସାଇନା ନେହ୍ବାଲ । ଚଳିତ ବର୍ଷର ପ୍ରଥମ ଟୁର୍ଣ୍ଣାମେଣ୍ଟରେ ସାଇନା ନିଜର ଦବ୍‌ଦବା ଜାରି ରଖିଛନ୍ତି । ଦକ୍ଷିଣ କୋରିଆର ଆନ୍‌ ସେନ୍‌ ୟଙ୍ଗଙ୍କୁ ପରାସ୍ତ କରି ସାଇନା କ୍ବାର୍ଟରରେ ପହଞ୍ଚିଛନ୍ତି । ମାତ୍ର 39 ମିନିଟ୍‌ ସମୟ ନେଇ ସାଇନା ୟଙ୍ଗଙ୍କୁ ପରାସ୍ତ କରିଥିଲେ । 25-23 ଏବଂ 21-12 ସେଟ୍‌ରେ ସାଇନାଙ୍କୁ ପରାସ୍ତ କରିଥିଲେ । ପ୍ରଥମ ସେଟ୍‌ଟି ଟ୍ରାଇବ୍ରେକରକୁ ଯାଇଥିବା ବେଳେ ସାଇନା ନିଜ ଅଭିଜ୍ଞତା ବଳରେ ବିଜୟୀ ହୋଇଥିଲେ । ଦ୍ବିତୀୟ ସେଟ୍‌ଟିକୁ ସାଇନା ଅନାୟାସରେ21-12 ବ୍ୟବଧାନରେ ଜିତି ନେଇଥିଲେ । କ୍ବାର୍ଟରରେ ସାଇନା କାରୋଲିନ୍‌ ମାରିନ୍‌ଙ୍କୁ ଭେଟିବେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ମାଲେସିଆ ଓପନ୍‌ ବ୍ୟାଡମିଣ୍ଟନ୍‌ ଦ୍ବିତୀୟ ରାଉଣ୍ଡରେ ସାଇନା : ଶ୍ରୀକାନ୍ତ ଓ ପ୍ରଣୀଥ୍‌ ବିଦା

ନୂଆଦିଲ୍ଲୀ : ମାଲେସିଆ ଓପନ୍‌ ବ୍ୟାଡମିଣ୍ଟନରେ ଭାରତକୁ ମିଶ୍ର ଫଳ ମିଳିଛି । ଭାରତୀୟ ଷ୍ଟାର ସାଇନା ନେହ୍ବାଲ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଥିବା ବେଳେ କିଦାମ୍ବି ଶ୍ରୀକାନ୍ତ ଏବଂ ସାଇ ପ୍ରଣୀଥ୍‌ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ବୁଧବାର ଅନୁଷ୍ଠିତ ମୁକାବିଲାରେ ସାଇନା ବେଲଜିୟମ୍‌ର ଲିଆନ୍ନେ ଟେନ୍‌ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି । ସାଇନା ମାତ୍ର 36 ମିନିଟ ସମୟ ନେଇ ଲିଆନ୍ନେଙ୍କୁ 21-15 ଏବଂ 21-17 ସେଟ୍‌ରେ ପରାସ୍ତ କରିଥିଲ । ଅପରପକ୍ଷରେ ଶ୍ରୀକାନ୍ତ 21-17 ଏବଂ 21-5 ସେଟ୍‌ରେ ଚାଇନିଜ୍‌ ତାଇପେର ଚୋଉ ଟିଏନ୍‌ଙ୍କ ନିକଟରୁ ପରାଜିତ ହୋଇଥିଲେ । ସେହିପରି ବି ସାଇ ପ୍ରଣୀଥ୍‌ 11-21 ଏବଂ 15-21 ସେଟ୍‌ରେ ଡେନ୍‌ମାର୍କର ରାସ୍‌ମସ୍‌ ଗେମ୍‌କେଙ୍କ ନିକଟରୁ ପରାସ୍ତ ହୋଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ସାଇନା ନେହ୍ବାଲ ବାୟୋପିକ୍‌ରେ କୋଚ୍‌ ଭୂମିକାରେ ମାନବ କୌଲ୍‌

ସାଇନା ନେହ୍ବାଲଙ୍କ ବାୟୋପିକ୍‌ରେ ସାଇନାଙ୍କ କୋଚ୍‌ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ତୁହ୍ମାରୀ ସୁଲୁ ଫେମ୍‌ ମାନବ କୌଲ୍‌। ସାଇନା ନେହ୍ବାଲଙ୍କ ପିଲା ଦିନର କୋଚ୍‌ ଇଶାନ୍‌ ନକ୍‌ଭୀ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି କୌଲ୍‌। ସାଇନାଙ୍କ ଅଦ୍ଭୂତପୂର୍ବ କ୍ୟାରିୟରରେ ନକ୍‌ଭୀଙ୍କ ଅବଦାନକୁ ଫିଲ୍ମରେ ଦେଖିବାକୁ ମିଳିବ। ସାଇନାଙ୍କ କୋଚ୍‌ ହିସାବରେ ବିମଳ କୁମାର ଏବଂ ପୁଲେଲେ ଗୋପୀଚାନ୍ଦଙ୍କୁ ସମସ୍ତେ ଜାଣିଥିଲେ ମଧ୍ୟ ନକ୍‌ଭୀଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ନକ୍‌ଭୀଙ୍କୁ ଫିଲ୍ମର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଭାବରେ ଦେଖାଇବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ ଆମୋଲ ଗୁପ୍ତେ। ପରିଣୀତି ଚୋପ୍ରା ସାଇନାଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ପୂର୍ବରୁ ଶ୍ରଦ୍ଧା କପୁରଙ୍କୁ ନେଇ ଚର୍ଚ୍ଚା ରହିଥିଲେ ମଧ୍ୟ ଶେଷରେ ବାଜି ମାରି ନେଇଛନ୍ତି ପରୀ।