ମାଲେସିଆ ଓପନ୍‌ ବ୍ୟାଡମିଣ୍ଟନ କ୍ବାର୍ଟରରେ ସାଇନା ନେହ୍ବାଲ

Published: Jan 9, 2020, 1:33 pm IST

ନୂଆଦିଲ୍ଲୀ : କୁଆଲାଲାମ୍ପୁରରେ ଅନୁଷ୍ଠିତ ମାଲେସିଆ ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତୀୟ ଲଳନା ସାଇନା ନେହ୍ବାଲ । ଚଳିତ ବର୍ଷର ପ୍ରଥମ ଟୁର୍ଣ୍ଣାମେଣ୍ଟରେ ସାଇନା ନିଜର ଦବ୍‌ଦବା ଜାରି ରଖିଛନ୍ତି । ଦକ୍ଷିଣ କୋରିଆର ଆନ୍‌ ସେନ୍‌ ୟଙ୍ଗଙ୍କୁ ପରାସ୍ତ କରି ସାଇନା କ୍ବାର୍ଟରରେ ପହଞ୍ଚିଛନ୍ତି । ମାତ୍ର 39 ମିନିଟ୍‌ ସମୟ ନେଇ ସାଇନା ୟଙ୍ଗଙ୍କୁ ପରାସ୍ତ କରିଥିଲେ । 25-23 ଏବଂ 21-12 ସେଟ୍‌ରେ ସାଇନାଙ୍କୁ ପରାସ୍ତ କରିଥିଲେ । ପ୍ରଥମ ସେଟ୍‌ଟି ଟ୍ରାଇବ୍ରେକରକୁ ଯାଇଥିବା ବେଳେ ସାଇନା ନିଜ ଅଭିଜ୍ଞତା ବଳରେ ବିଜୟୀ ହୋଇଥିଲେ । ଦ୍ବିତୀୟ ସେଟ୍‌ଟିକୁ ସାଇନା ଅନାୟାସରେ21-12 ବ୍ୟବଧାନରେ ଜିତି ନେଇଥିଲେ । କ୍ବାର୍ଟରରେ ସାଇନା କାରୋଲିନ୍‌ ମାରିନ୍‌ଙ୍କୁ ଭେଟିବେ । (ଏଜେନ୍ସୀ)

Related posts