Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»19 ବର୍ଷରୁ କମ୍ ବିଶ୍ବକପ୍‌ : ଭାରତ ସମ୍ମୁଖରେ 173 ରନ୍‌ର ବିଜୟ ଲକ୍ଷ୍ୟ
ଆଜିର ଖବର

19 ବର୍ଷରୁ କମ୍ ବିଶ୍ବକପ୍‌ : ଭାରତ ସମ୍ମୁଖରେ 173 ରନ୍‌ର ବିଜୟ ଲକ୍ଷ୍ୟ

February 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତ ସମ୍ମୁଖରେ 173 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ପାକିସ୍ତାନ ପକ୍ଷରୁ ଅଧିନାୟକ ରୋହେଲ ନାଜିର(62) ସର୍ବାଧିକ ସ୍କୋର କରିଥିବା ବେଳେ ଓପ୍‌ନର ହାଇଦର ଅଲୀ 56 ରନ୍‌ ସଂଗ୍ରହ କରିଥିଲେ । ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ ସମ୍ମୁଖରେ 8 ଜଣ ପାକ୍‌ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ । ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିବା ବେଳେ 9 ରନ୍‌ରେ ପ୍ରଥମ ଏବଂ 34 ରନ୍‌ରେ ଦ୍ବିତୀୟ ଓ୍ବିକେଟ ହରାଇଥିଲା । ଏହାପରେ ହାଇଦର ଅଲୀ(56) ଏବଂ ରୋହେଲଙ୍କ ମଧ୍ୟରେ 62 ରନ୍‌ର ଭାଗିଦାରୀ ହୋଇଥିଲା । ଏହି ଭାଗିଦାରୀ ପରେ ଅନ୍ୟ କୌଣସି ପାକ୍‌ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇନଥିଲେ । ତୃତୀୟ ସର୍ବାଧିକ ଭାବରେ ମହମ୍ମଦ ହାରିସ୍‌ 21 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଦ୍ରୁତ ବୋଲର ସୁଶାନ୍ତ ମିଶ୍ରା ସର୍ବାଧିକ 3ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ତ୍ତିକ ତ୍ୟାଗୀ ଏବଂ ରବି ବିଷ୍ଣୋଇ ପ୍ରତ୍ୟେକ 2ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଯଶସ୍ବୀ ଜୟସ୍ବାଲ ଏବଂ ଅଥର୍ବ ଆଙ୍କୋଲେକର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବା ବେଳେ କାସିମ୍‌ ଆକ୍ରମ ରନ୍‌ଆଉଟ୍‌ ହୋଇଥିଲେ । (ଏଜେନ୍ସୀ)

iccunder19worldcup
Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026

ଭାରତରେ ଦୈନିକ କେତେ ଏଲପିଜି ବ୍ୟବହୃତ ହୁଏ?: ଜାଣନ୍ତୁ ଉତ୍ତର

March 18, 2026

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026
Latest News

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026

ଭାରତରେ ଦୈନିକ କେତେ ଏଲପିଜି ବ୍ୟବହୃତ ହୁଏ?: ଜାଣନ୍ତୁ ଉତ୍ତର

March 18, 2026

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.