Categories
ଆଜିର ଖବର ଖେଳ

19 ବର୍ଷରୁ କମ୍ ବିଶ୍ବକପ୍‌ : ଟସ୍‌ ଜିତି ବାଂଲଶଦେଶର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ବାଂଲାଦେଶ ଅଧିନାୟକ ଆକବର ଅଲୀ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଗତକାଲି ରାତିରେ ବର୍ଷା ହୋଇଥିବାରୁ ବୋଲରଙ୍କୁ ସହାୟତା ମିଳିବ ବୋଲି ଆକବର ଅଲୀ ପ୍ରକାଶ କରିଛନ୍ତି । ଏହି ମ୍ୟାଚ୍‌ ପାଇଁ ଭାରତ ହଟ୍‌ ଫେବ୍‌ରିଟ୍‌ ରହିଥିବା ବେଳେ ବାଂଲାଦେଶକୁ ମଧ୍ୟ ହେୟ ମନେ କରିବା ଅନୁଚିତ । ଭାରତୀୟ ଦଳ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନଥିବା ବେଳେ ବାଂଲାଦେଶ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଦ୍ରୁତ ବୋଲର ହସନ ମୁରାଦଙ୍କ ସ୍ଥାନରେ ଅଭିଷେକ ଦାସଙ୍କୁ ଦଳରେ ସାମିଲ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଖେଳ

19 ବର୍ଷରୁ କମ୍ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ସଚିନ୍‌, କୋହଲି ଓ ଶାସ୍ତ୍ରୀ

ନୂଆଦିଲ୍ଲୀ : 19 ବର୍ଷରୁ କମ୍‌ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର । କେବଳ ତେନ୍ଦୁଲକର ନୁହନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ଟର ଜରିଆରେ ସଚିନ୍‌ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଦଳ ନିଜର ଚମତ୍କାର ଫର୍ମ ବଜାୟ ରଖି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରୁ ବୋଲି ମୁଁ କାମନା କରୁଛି ବୋଲି ସଚିନ୍‌ ଟ୍ବିଟ୍‌ କରିଛନ୍ତି । ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀ ଏକ ଭିଡିଓ ମେସେଜ୍‌ ଜରିଆରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଯଶସ୍ବୀଙ୍କ ଶତକ: ପାକକୁ ପରାସ୍ତ କରି ବିଶ୍ଵକପ ଫାଇନାଲରେ ଭାରତ

ପୋଚେଫ୍‌ଷ୍ଟ୍ରୁମ୍‌ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ସେମି ଫାଇନାଲରେ ଏକପାଖିଆ ବିଜୟ ହାସଲ କରିଛି ଭାରତ। ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରିଥିବା ବେଳେ ଭାରତ ୧୦ ଓ୍ବିକେଟ୍‌ରେ ବିଜୟୀ ହୋଇଥିଲା। ପ୍ରଥମେ ଭାରତୀୟ ବୋଲରଙ୍କ ସଫଳତା କାରଣରୁ ପାକିସ୍ତାନ ମାତ୍ର ୧୭୨ ରନ୍‌ରେ ଅଲଆଉଟ ହୋଇଥିଲା। ପାକିସ୍ତାନ ପକ୍ଷରୁ ଅଧିନାୟକ ରୋହେଲ ନାଜିର ୬୨ ସର୍ବାଧିକ ସ୍କୋର କରିଥିବା ବେଳେ ଓପ୍‌ନର ହାଇଦର ଅଲୀ ୫୬ ରନ୍‌ ସଂଗ୍ରହ କରିଥିଲେ। ଜବାବରେ ଦୁଇ ଭାରତୀୟ ଓପ୍‌ନର ଯଶସ୍ବୀ ଏବଂ ଦିବ୍ୟାଂଶ ପାକିସ୍ତାନୀ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ୩୫.୨ ଓଭରରେ ଉଭୟ ୧୭୬ରନ୍‌ ଯୋଗ କରି ଭାରତକୁ ଫାଇନାଲରେ ପହଞ୍ଚାଇଥିଲେ। ଜୟସ୍ବାଲ ୧୧୩ଟି ବଲ୍‌ର ସମ୍ମୁଖୀନ ହୋଇ ୮ଟି ଚୌକା ଏବଂ ୪ଟି ଛକ୍କା ସହାୟତାରେ ୧୦୫ ରନ୍‌ ସଂଗ୍ରହ କରିଥିବା ବେଳେ ଦିବ୍ୟାଂଶ ସକ୍ସେନା ୯୯ଟି ବଲ୍‌ରୁ ୬ଟି ଚୌକା ବଳରେ ୫୯ ରନ୍‌ ସଂଗ୍ରହ କରିଥିଲେ। ଯଶସ୍ବୀ ଜୟସ୍ବାଲଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। (ଏଜେନ୍ସି)

Categories
ଆଜିର ଖବର ଖେଳ

19 ବର୍ଷରୁ କମ୍ ବିଶ୍ବକପ୍‌ : ଭାରତ ସମ୍ମୁଖରେ 173 ରନ୍‌ର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତ ସମ୍ମୁଖରେ 173 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ପାକିସ୍ତାନ ପକ୍ଷରୁ ଅଧିନାୟକ ରୋହେଲ ନାଜିର(62) ସର୍ବାଧିକ ସ୍କୋର କରିଥିବା ବେଳେ ଓପ୍‌ନର ହାଇଦର ଅଲୀ 56 ରନ୍‌ ସଂଗ୍ରହ କରିଥିଲେ । ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ ସମ୍ମୁଖରେ 8 ଜଣ ପାକ୍‌ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ । ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିବା ବେଳେ 9 ରନ୍‌ରେ ପ୍ରଥମ ଏବଂ 34 ରନ୍‌ରେ ଦ୍ବିତୀୟ ଓ୍ବିକେଟ ହରାଇଥିଲା । ଏହାପରେ ହାଇଦର ଅଲୀ(56) ଏବଂ ରୋହେଲଙ୍କ ମଧ୍ୟରେ 62 ରନ୍‌ର ଭାଗିଦାରୀ ହୋଇଥିଲା । ଏହି ଭାଗିଦାରୀ ପରେ ଅନ୍ୟ କୌଣସି ପାକ୍‌ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇନଥିଲେ । ତୃତୀୟ ସର୍ବାଧିକ ଭାବରେ ମହମ୍ମଦ ହାରିସ୍‌ 21 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଦ୍ରୁତ ବୋଲର ସୁଶାନ୍ତ ମିଶ୍ରା ସର୍ବାଧିକ 3ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ତ୍ତିକ ତ୍ୟାଗୀ ଏବଂ ରବି ବିଷ୍ଣୋଇ ପ୍ରତ୍ୟେକ 2ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଯଶସ୍ବୀ ଜୟସ୍ବାଲ ଏବଂ ଅଥର୍ବ ଆଙ୍କୋଲେକର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବା ବେଳେ କାସିମ୍‌ ଆକ୍ରମ ରନ୍‌ଆଉଟ୍‌ ହୋଇଥିଲେ । (ଏଜେନ୍ସୀ)