ଲଣ୍ଡନ ହାଫ୍‌ ମାରାଥନ୍‌ରୁ ଓହରିଲେ ମୋ ଫାରା

Published: Feb 6, 2020, 10:22 am IST

ଲଣ୍ଡନ : ଚାରି ଥର ଅଲମ୍ପିକ ଚାମ୍ପିୟନ୍‌ ମୋ ଫାରା ଲଣ୍ଡନ ହାଫ୍‌ ମାରାଥନ୍‌ରୁ ଓହରି ଯାଇଛନ୍ତି । ଆହତ ସମସ୍ୟା କାରଣରୁ ମୋ ଫାରା ଓହରିଥିବା ଜଣାପଡିଛି । ଅଭ୍ୟାସ ସମୟରେ ଫାରାଙ୍କ ଜଙ୍ଘରେ ଆଘାତ ଲାଗିବା କାରଣରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଆଘାତ ସମସ୍ୟା ଅଧିକ ଗୁରୁତର ନଥିବା ବେଳେ ଆସନ୍ତା ସିଜିନ୍‌ ପାଇଁ ଫିଟ୍‌ ରହିବା ପାଇଁ ଫାରା ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବାର ନିଷ୍ପତ୍ତି ନେଇଛନ୍ତି । 36 ବର୍ଷୀୟ ଫାରା ବିଗତ 4 ସିଜିନ୍‌ ଧରି ଲଣ୍ଡନ ହାଫ୍‌ ମାରାଥନ୍‌ରେ ବିଜୟୀ ହୋଇଥିଲେ । ଲଣ୍ଡନରେ ଦୌଡିବାକୁ ମୁଁ ସର୍ବଦା ପସନ୍ଦ କରିଥାଏ ମାତ୍ର ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବା ନିଷ୍ପତ୍ତି ସବୁଠୁ କଷ୍ଟକର ଥିଲା ବୋଲି ଫାରା କହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବା ସହିତ 2020 ଟୋକିଓ ଅଲମ୍ପିକ୍ସର 10 ହଜାର ମିଟର ବର୍ଗରେ ନିଜ ଟାଇଟଲ ଡିଫେଣ୍ଡ କରିବାକୁ ଉଦ୍ୟମ କରିବେ ।

Related posts